Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଜେଡିକୁ ଟେନସନ,ଦଳୀୟ କନ୍ଦଳ

Odisha

ବିଜେଡିକୁ ଟେନସନ,ଦଳୀୟ କନ୍ଦଳ

Sangram Tripathy
Browse all articles by Sangram Tripathy
·1 year ago·2 min read
ବିଜେଡିକୁ ଟେନସନ,ଦଳୀୟ କନ୍ଦଳ


ଅର୍ଗସ ବ୍ୟୁରୋ:ଦଳ ଛାଡୁଥିବା ନେତାଙ୍କୁ ଅଟକାଇବାକୁ ଚାଲିଛି କସରତ,ତଥାପି  ଫେଲ୍ ଏକଦା ବିଜେଡିର ନଂ ୨ ପାୱାରଫୁଲ୍ ନେତା ବୋଲାଉଥିବା,ବବି ଦାସ। ବିଜୁ ଜନତା ଦଳରେ ବିଦ୍ରୋହର ନିଆଁ ଦଳ ପାଇ ପାଲଟିଛି ଚିନ୍ତାର କାରଣ। ୨୪ ବର୍ଷର ଶାସକ ଦଳ ଉପରେ ଭାରୀ ପଡୁଛି ଦଳୀୟ କନ୍ଦଳ। ସବୁଠି ଫେଲ୍ ମାରୁଛନ୍ତି ଦାସ। ସମ୍ବଲପୁରରେ ଅମାନତ ହରାଇବା ପରେ ବବିଙ୍କୁ ପଡିଛି ଶନି ଦଶା,ନିର୍ବାଚନ ହାରିଲେ,ପରେ ପରେ ବିଜେଡି ବି ଦାସଙ୍କ ଠୁ ସବୁ ପାୱାର ପାୱାର କାଢିନେଲା। ଏମିତି ସମୟ ଥିଲା ଦଳୀୟ ସଂଗଠନରୁ ନେଇ ସରକାର ସବୁଠି ଥିଲା ପ୍ରଣବଙ୍କ ଦବଦବା। ତାଙ୍କ କଥାରେ ଉଠବସ୍ ହେଉଥିଲେ ରାଜ୍ୟର ବିଜେଡି ନେତାଏ। ନିଜ ଜିଲ୍ଲା ଯାଜପୁରକୁ ତ ବିଜେଡିର ଅଭେଦ୍ୟ ଗଡ଼ କରିଦେଇଥିଲେ ବବି। କିନ୍ତୁ ସବୁକିଛି ଓଲଟପାଲଟ କରିଦେଲା ୨୪ ଜନମତ, ବିଗିଡି ଗଲା ବବିଙ୍କ ସବୁ ଅଙ୍କ। ରାଜ୍ୟରେ ଦଳ କ୍ଷମତାରୁ ଗଲା। ଯାଜପୁର ସମେତ ବିଜେଡି ଦୁର୍ଗ ସାରା ଓଡ଼ିଶାରେ ଭୁଶୁଡ଼ିଗଲା । ଆଉ ଏବେ 
ସଂଗଠନକୁ ଧରି ରଖିବାକୁ ବି ଅଣନିଶ୍ବାସୀ ହୋଇଗଲେଣି ବବି ଦାସ ।

ଧର୍ମଶାଳାରେ ହିମାଂଶୁ ଶେଖର ସାହୁଙ୍କ ନେତୃତ୍ବରେ ବିଜେଡି କର୍ମୀ ଶଙ୍ଖ ଛାଡ଼ି ପଦ୍ମ ଧରିଲେ, ପୁଣି ଯାଜପୁରରେ ଗୌତମ ରାୟ, ବରିରେ ଉମେଶ ଜେନା ଅକସ୍ମାତ୍ ପଦ୍ମ ପୋଖରୀକୁ ଡେଇଁ ପଡ଼ିବା ବବିଙ୍କୁ ଦେଇଛି ବଡ଼ ଝଟକା। ଯାହାକୁ ନେଇ ଏବେ ବବିଙ୍କ ମନରେ ଛନକା। ନିଜ ନିର୍ବାଚନ ମଣ୍ଡଳୀରେ ବିଜେଡିର ଶୋଚନୀୟ ସ୍ଥିତି ଦେଖି ଘନ ଘନ ବୈଠକ ଡାକୁଛନ୍ତି ବବି। ସମିତି ସଭ୍ୟ, ସରପଞ୍ଚ, ଦଳୀୟ ନେତା ଓ କର୍ମୀଙ୍କୁ ଡାକି ବୁଝାଉଛନ୍ତି । ବିଧାୟକ ପଦ ଯିବା ପରେ ବ୍ଲକକୁ ନିଜ ଆୟତ୍ତରେ ରଖିବାକୁ କୁଆଡେ କସରତ କରୁଛନ୍ତି ଦାସ।  କୋରେଇରେ ବି ବିଜେଡିର ବହୁ ଆଗଧାଡ଼ିର ନେତା ଓ କର୍ମୀ ଦଳ ଛାଡ଼ିବା କଥା ଉଠିଲାଣି। 

ଯେଉଁଠି ଖୋଦ୍ ବବି ଦାସଙ୍କ ଜିଲ୍ଲାରେ ବିଜେଡି ସ୍ଥିତି ଟଳମଳ ଅନ୍ୟ ସ୍ଥାନ କଥା ପଚାରେ କିଏ। ବିଜେପିର ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ମାଝୀଙ୍କ ଜିଲ୍ଲା କେନ୍ଦୁଝରରେ ବି ୨୪ ବର୍ଷର ଶାସକ ଦଳକୁ ଲାଗୁଛି ଗୋଟିଏ ପରେ ଗୋଟିଏ ବଡ଼ ଝଟକା। କେନ୍ଦୁଝର ସଦର ବ୍ଲକ୍ ଅଧ୍ୟକ୍ଷା ଜ୍ୟୋତର୍ମୟୀ ନାଏକ, ଉପାଧ୍ୟକ୍ଷ ଦିଲ୍ଲୀପ ବେହେରା, ଆଦିବାସୀ ଉନ୍ନୟନ ପରିଷଦର ପୂର୍ବତନ ଅଧକ୍ଷା ଲକ୍ଷ୍ମୀ ନାଏକ, ଜ଼ିଲ୍ଲା ପରିଷଦ ଉପାଧ୍ୟାକ୍ଷ ଜଗନ୍ନାଥ ସିଂହଙ୍କ ସମେତ ବିଜେଡିର ୭ ଜଣ ସମିତି ସଭ୍ୟ ଓ ୧୫ ଜଣ ସରପଞ୍ଚ ପଦ୍ମ ଦଳରେ ସାମିଲ ହୋଇଛନ୍ତି। 

 ସାରା ରାଜ୍ୟରେ  ବିଜେଡିର ସ୍ଥିତି ଟଳମଳ। ନିର୍ବାଚନ ପରେ ଜନତାଙ୍କ ଭରଷା ହରାଉଛି ବିଜେଡି,ପୁରୁଖା ନେତା ଓ କର୍ମୀ ବି ଦଳ ଠାରୁ ମୁହଁମୋଡୁଛନ୍ତି,ବିଶେଷଜ୍ଞ ଯେଉଁ ଆକଳନ କରୁଥିଲେ କ୍ଷମତାରୁ ଯିବା ପରେ ଭାଙ୍ଗିଯିବ ବିଜେଡି, ତାହା ସତ ପ୍ରମାଣିତ ହେବାରେ ଲାଗିଛି । ଜନତା କହିଲେଣି ସାତ ପାଞ୍ଜିରୁ ଯିବ ବିଜେଡି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tension in BJD, lateral dispute | Argus News