Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଳଙ୍ଗା ନାବାଳିକାଙ୍କୁ ଜାଳିଦେବା ଘଟଣାର ତୃତୀୟ ଦିନରେ ତନାଘନା

Rashmita Mishra
Browse all articles by Rashmita Mishra
·11 months ago·1 min read
ବଳଙ୍ଗା ନାବାଳିକାଙ୍କୁ ଜାଳିଦେବା ଘଟଣାର ତୃତୀୟ ଦିନରେ ତନାଘନା

Key Points

କିଏ, କାହିଁକି ଓ କେମିତି ତାକୁ ନେଇ ଗ୍ରାଉଣ୍ଡରେ ଛାନଭିନ୍
ପୀଡିତାଙ୍କ ପିଲାଦିନ ସାଙ୍ଗମାନଙ୍କୁ ବଳଙ୍ଗା ଥାନାରେ ପୋଲିସର ପଚରାଉଚରା
ପୀଡିତାଙ୍କ ଦାଦା ପୁଅ ସହ ଅନେକ ଲୋକଙ୍କୁ ଥାନାରେ ପଚରାଉଚରା

ବଳଙ୍ଗା ନାବାଳିକାଙ୍କୁ ଜାଳିଦେବା ଘଟଣାର ତୃତୀୟ ଦିନରେ ତନାଘନା । କିଏ, କାହିଁକି ଓ କେମିତି ତାକୁ ନେଇ ଗ୍ରାଉଣ୍ଡରେ ଚାଲିଛି ଛାନଭିନ୍ । ପୀଡିତା ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ସମୟର ସାଙ୍ଗ ମାନଙ୍କୁ ବଳଙ୍ଗା ଥାନାକୁ ଡାକି ପଚରାଉଚରା କରୁଛି ପୋଲିସ୍ । ପୀଡିତାଙ୍କ ଦାଦା ପୁଅ ସହ ଅନେକ ଲୋକଙ୍କୁ ମଧ୍ୟ ପଚରାଉଚରା ଚଳାଇଛି ପୋଲିସ୍।


ସେପଟେ ବିଳମ୍ବିତ ରାତିରେ ପୀଡ଼ିତାଙ୍କ ଘର ସହ ସମ୍ପର୍କୀୟଙ୍କ ଘରେ ଛାନଭିନ୍ କରିଛି ସ୍ପେସାଲ ସ୍କ୍ବାର୍ଡ ଟିମ୍ । ରାତି ସାରା ବଳଙ୍ଗା ଅଞ୍ଚଳରେ ପାଟ୍ରୋଲିଂ କରିଛି ପୋଲିସ୍ । ଗତକାଲି ଘଟଣାସ୍ଥଳ, ପୀଡ଼ିତାଙ୍କ ଘର ଓ ଗ୍ୟାରେଜକୁ ଯାଇ ତଦନ୍ତ କରିଛି ସ୍ପେଶାଲ୍ ସ୍କ୍ବାର୍ଡ । ଘଟଣା ଘଟାଇଥିବା ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tension-prevails-for-the-third-day-after-the-burning-of-a-minor-girl | Argus News