Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆରବ ୱାର୍ଲଡର ଏପିକସେଣ୍ଟରେ ଘମାସାନ

Odisha

ଆରବ ୱାର୍ଲଡର ଏପିକସେଣ୍ଟରେ ଘମାସାନ

Rashmita Mishra
Browse all articles by Rashmita Mishra
·1 year ago·1 min read
ଆରବ ୱାର୍ଲଡର ଏପିକସେଣ୍ଟରେ ଘମାସାନ

Key Points

  • ଆରବ ୱାର୍ଲଡର ଏପିକସେଣ୍ଟରେ ଘମାସାନ
  • ଋଷ ଆଶ୍ରୟରେ ବିତାଡ଼ିତ ରାଷ୍ଟ୍ରପତି ଅଲ୍ ଅସଦ
  • ଅବୁ ଜଲାନି ଓ ବିଦ୍ରୋହୀ ଗୋଷ୍ଠୀ ନିୟନ୍ତ୍ରଣରେ ସିରିଆ
  • କ୍ଷମତା ହସ୍ତାନ୍ତରଣ ପାଇଁ ପ୍ରସ୍ତୁତି ଆରମ୍ଭ
  • ସିରିଆରେ ପଶିଲା ଇସ୍ରାଏଲ୍ ସେନା

ଅର୍ଗସ ବ୍ୟୁରୋ: ସିରିଆରେ ରାଷ୍ଟ୍ରପତି ବସର-ଅଲ-ଅସଦଙ୍କ ପରିବାରର 60 ବର୍ଷର ଏକଛତ୍ରବାଦ ଶାସନର ଅନ୍ତ ଘଟିଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭୟଙ୍କର ଗୃହଯୁଦ୍ଧରେ ବିରୋଧୀ ଗୋଷ୍ଠୀଙ୍କ ଦ୍ୱାରା ବିତାଡ଼ିତ ହେବା ପରେ ଦେଶଛାଡ଼ି ପଳାୟନ କରି ରୁଷରେ ଆଶ୍ରୟ ନେଇଛନ୍ତି ଅସଦ୍ ଓ ତାଙ୍କ ପରିବାର...ଏପଟେ ସିରିଆ ସମେତ ସିଡନି, ଲିବିଆ, ଏଥେନସ୍, ବିରୁଟ୍ ରେ ବିଜୟର ଉତ୍ସବ । ସବୁଆଡେ ସିରିଆର ନାଲି ପତକାର ଛାଉଣି.."ସିରିଆ ଏକ ନାରାରେ କମ୍ପୁଛି ରାଜରାସ୍ତା

 ରାଷ୍ଟ୍ରପତିଙ୍କ ପଳାୟନ ପରେ ରାଜଧାନୀ ଡାମାସକସକୁ ନିଜ ଦଖଲକୁ ନେଇଛନ୍ତି ବିଦ୍ରୋହୀ ସେନା। ଅସଦ ସରକାର ବିରୋଧରେ ମୁଖ୍ୟ ବିଦ୍ରୋହୀ ଗୋଷ୍ଠୀ ବିଜୟ ଘୋଷଣା କରିବା ପରେ ଏହାର ମୁଖ୍ୟ ଅବୁ ଅହମ୍ମଦ ଅଲ ଜୁଲାନି ସିରିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି... ସିରିଆ ପ୍ରଧାନମନ୍ତ୍ରୀ ବିଦ୍ରୋହୀଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ପ୍ରସ୍ତାବ ଦେଇଛନ୍ତି। ନୂଆ ସରକାର ଗଢିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବିଦ୍ରୋହୀ ।  

ସିରିଆରେ ରାଜନୈତିକ ଅସ୍ଥିରତା ଭିତରେ ସେଠାରେ ଆକ୍ରମଣ ଆରମ୍ଭ କରିଛି ଇସ୍ରାଏଲ୍...ଅନ୍ୟପଟେ ଏହି ବିଜୟକୁ ଲୋକଙ୍କ ବିଜୟ କହିଛନ୍ତି ଆମେରିକା ରାଷ୍ଟ୍ରପତି । ସିରିଆର ବିକାଶ ପାଇଁ ଆମେରିକା ସହଯୋଗର ହାତ ବଢ଼ାଇବ ବୋଲି  କହିଛନ୍ତି ଜୋ ବାଇଡେନ୍। ବ୍ରିଟେନ, ଫ୍ରାନ୍ସ, ୟୁକ୍ରେନ୍ ବି ସିରିଆ ଘଟଣାକୁ ସ୍ବାଗତ କରିଛନ୍ତି। ତେବେ ସିରିଆରେ ଥିବା ସବୁ ଭାରତୀୟ ସୁରକ୍ଷିତ ଥିବା କହିଛି ଭାରତୀୟ ଦୂତାବାସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tensions at the epicenter of the Arab world | Argus News