Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୂଆ NAC ଘୋଷଣା ପରେ କେଁ ପୁରାଇଲା ବିଜେଡି

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·1 min read
ନୂଆ NAC ଘୋଷଣା ପରେ କେଁ ପୁରାଇଲା ବିଜେଡି

Key Points

ବଳକା ଭୋଟ୍ ବ୍ୟାଙ୍କ ଚାଲିଯିବା ଭୟରେ ଆରମ୍ଭ କଲା ଶ୍ରେୟ ରାଜନୀତି
କହିଲା ୧୨ଟିକୁ ଘୋଷଣା କରିଥିଲେ ନବୀନ
ବାକି ୪୨ଟି NAC ତୁରନ୍ତ ଘୋଷଣା କରିବାକୁ ରଖିଲା ଦାବି
ମନ୍ତ୍ରୀ କହିଲେ, ନିର୍ବାଚନ ଚାପରୁ ନବୀନ କରିଥିଲେ ଘୋଷଣା

ରାଜ୍ୟ ସରକାର ୨୮ଟି ନୂଆ NAC ଘୋଷଣା କରିବା ପରେ ଜୋର ଧରିଲା ରାଜନୀତି । ଏହାକୁ ପୁନଃ ଘୋଷଣା ବୋଲି କହିଛି ବିଜେଡି । ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୬ଟି NAC ଘୋଷଣା କରିଥିଲେ। ଏବେ ସେଥିରୁ ୧୬ ଜିଲ୍ଲାର ୪୨ଟି ସହର ବାଦ୍ ଦେଇଛନ୍ତି ବିଜେପି ସରକାର । ଏବେ ଯେଉଁ ୨୮ ଟି ଘୋଷଣା ହୋଇଛି ସେଥିରେ ପୂର୍ବ ଘୋଷଣାର ମାତ୍ର ୧୨ଟି NAC ସ୍ଥାନ ପାଇଛି ।


ବାଦ୍ ପଡ଼ିଥିବା ୪୨ଟି NAC ସମ୍ପର୍କରେ ତୁରନ୍ତ ଗେଜେଟ ବିଜ୍ଞପ୍ତି ପ୍ରକାଶ ନକେଲ ଆନ୍ଦୋଳନ ଚେତାବନୀ ଦେଇଛି ବିଜେଡି। ଜବାବରେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ନବୀନଙ୍କ ଅମଳରେ ଥିଲା କେବଳ ଭୋଟ ରାଜନୀତି । ଏବେ ଯେଉଁଠି ଦରକାର ଥିଲା ତା' ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୦୨୪ ନିର୍ବାଚନ ପୂର୍ବରୁ ନୂଆ NAC ଗଠନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଉଠିଥିଲା ଦାବି । ବଢୁଥିବା ଜନ ଅସନ୍ତୋଷ ଚାପ ସୃଷ୍ଟି କରିବା ପରେ ୫୬ଟି ନୂଆ NAC ଘୋଷଣା କରିଥିଲେ । କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ନୀତି ବା ଗାଇଡ୍ ଲାଇନକୁ ଆଖି ଆଗରେ ରଖି ଘୋଷଣା କରାଯାଇନଥିବା କହିଲେ ନଗର ଉନ୍ନୟନ ମନ୍ତ୍ରୀ । ଯେଉଁଥିପାଇଁ ପୁଣି ଥରେ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିବା ସହ ଲୋକଙ୍କ ଆବଶ୍ୟକତା ଦେଖି ୨୮ଟି ନୂଆ NAC ଘୋଷଣା କରିଛନ୍ତି ସରକାର ।

Sponsored
Tensions rise in BJD after government announces new NAC | Argus News