Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓ୍ୱାକଫ୍ ସଂଶୋଧନ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ବଢିବ ଅବଧି

Banajyotshna Ray
Browse all articles by Banajyotshna Ray
·1 year ago
ଓ୍ୱାକଫ୍ ସଂଶୋଧନ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ବଢିବ ଅବଧି

ଅର୍ଗସ ବ୍ୟୁରୋ:  ଓ୍ୱାକଫ୍ ସଂଶୋଧନ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ବଢିବ ଅବଧି । ଏନେଇ ଲୋକସଭାରେ ଆଜି ପ୍ରସ୍ତାବ ଆଗତ ହେବ । ବିଜେପି ଏମପି ତଥା ଯୁଗ୍ମ ସଂସଦୀୟ କମିଟିର ଅଧ୍ୟକ୍ଷ ଜଗଦମ୍ବିକା ପାଲଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ଗତ ୩ମାସ ମଧ୍ୟରେ ବିଭିନ୍ନ ଓ୍ବାକଫ୍ ବୋର୍ଡର କାର୍ଯ୍ୟପନ୍ଥା ଅନୁଧ୍ୟାନ କରିବା ସହ ୨୯ଟି ବୈଠକ କରିଛନ୍ତି । ଏଥିସହ ୧୭ରୁ ଅଧିକ ଓ୍କାକଫ୍ ପ୍ରତିନିଧିଙ୍କୁ ଭେଟିଛନ୍ତି । କିନ୍ତୁ ଗତକାଲି ଏ ପ୍ରସଙ୍ଗରେ ଆଲୋଚନନା ବେଳେ ବିରୋଧୀ ଏହାକୁ ବର୍ଜନ କରିଥିଲେ । ତେଣୁ ସମସ୍ତଙ୍କୁ ସେମାନଙ୍କ ପକ୍ଷ ରଖିବାକୁ ଅଧିକ ସୁଯୋଗ ଦେବାପାଇଁ ଯୁଗ୍ମ ସଂସଦୀୟ କମିଟିର ଅବଧି ବଢାଇବାକୁ ଆଜି ପ୍ରସ୍ତାବ ଆଗତ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Term of Joint Parliamentary Committee formed for Waqf Amendments to be extended | Argus News