Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାରାଦୀପ ମାଛଧରା ବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ: ବୋଟ ମାଲିକଙ୍କ ଆଖିରୁ ଶୁଖୁନି ଲୁହ

Ritu Das
Browse all articles by Ritu Das
·1 year ago·1 min read
ପାରାଦୀପ ମାଛଧରା ବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ: ବୋଟ ମାଲିକଙ୍କ ଆଖିରୁ ଶୁଖୁନି ଲୁହ

ପାରାଦୀପ ମାଛଧରା ବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ। ଜଳିପୋଳି ପାଉଁଶ ହୋଇଗଲା କୋଟି କୋଟି ଟଙ୍କାର ସମ୍ପତ୍ତି। ଆଜି ପର୍ଯ୍ୟନ୍ତ ଏମିତି ଅଗ୍ନିକାଣ୍ଡ କେବେ ଦେଖି ନ ଥିବା କହିଛନ୍ତି ବୋଟ କର୍ମଚାରୀ । ନିଆଁର ପ୍ରକୋପ ଏତେ ପ୍ରଖର ଥିଲା ଯେ, ଚାହୁଁ ଚାହୁଁ ୭ଟି ବୋଟ ଏବଂ ଦଶରୁ ବାର ଡଙ୍ଗା ଜଳିପୋଡି ପାଉଁଶ ହୋଇଯାଇଛି । ନିଆଁ ଲିଭାଇବା ପାଇଁ ପାରାଦ୍ୱୀପ, କୁଜଙ୍ଗ, ତିର୍ତ୍ତୋଲ ଆଦି ସ୍ଥାନରୁ ୧୨ ଟି ଦମକଳ ବାହିନୀ ନିୟୋଜିତ ଥିଲେ । ୧୨ ଘଣ୍ଟା ପରେ ନିଆଁ ଉପରେ କାବୁ କରିପାରିଥିଲେ ଅଗ୍ନିଶମ ବାହିନୀ। ଚାରିପଟରେ ଜଗିରହିଥିଲା ୪ଟି ଅଗ୍ନିଶମ ବାହିନୀ। ଅନେକଗୁଡିଏ ଛୋଟ ଡଙ୍ଗି ଜଳିପୋଡି ପାଉଁଶ ହୋଇ ପାଣି ଭିତରେ ବୁଡ଼ି ଯାଇଛି ।


ବୋଟ ମାଲିକମାନେ ଦୁଃଖରେ ଅଧୈର୍ଯ୍ୟ ହୋଇପଡୁଛନ୍ତି। କାଲି ରାତି ତମାମ ନିଆଁ ଲିଭା ଚାଲିଥିଲା। ଆଜି ମଧ୍ୟ ଜାରି ରହିଥିଲା। ପ୍ରତି ବୋଟରେ ୨ ହଜାର ରୁ ୪ ହଜାର ଲିଟର ଡିଜେଲ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ସରକାର କ୍ଷୟକ୍ଷତି ଆକଳନ କରି ସହାୟତା ପ୍ରଦାନ କରିବାକୁ ଦାବି ହେଉଛି। ପ୍ରଥମେ ଲଷ୍ମୀକୃପା ବୋଟରୁ ନିଆଁ ଲାଗିବା ପରେ ଗୋଟିଏ ପରେ ଗୋଟିଏ ବୋଟକୁ ବୋଟକୁ ନିଆଁ ଡେଇଁ ଚାଲିଲା। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବୋଟ ତିଆରି କରିଥିଲେ ଦି ପଇସା ମିଳିଲେ ପରିବାର ପ୍ରତିପୋଷଣ ହେବ । ପୋଡି ଯାଇଥିବା ବୋଟକୁ ଦେଖି ଆଖିରେ ଲୁହ ରହୁନି । କେମିତି ଚଳିବେ, ଏହି କଥା ଭାବି ଆଖିରୁ ଲୁହ ଶୁଖୁନି ବୋଲି ବୋଟ ମାଲିକ ସରକାରଙ୍କ ସହାୟତାକୁ ଅପେକ୍ଷା କରିଛନ୍ତି ବୋଟ ମାଲିକ । ଏପଟେ କୁହାଯାଉଛି ବୋଟ ଗୁଡିକ ଲାଗି ଥିବାରୁ ନିଆଁ ପ୍ରଖର ବେଗରେ ବ୍ୟାପିଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored