Videos
|
Odisha

ରାତି ହେଲେ ବଢୁଛି ଭୟ, ରାଜଧାନୀରେ ଝରକା ତଡା ଗ୍ୟାଙ୍ଗଙ୍କ ଆତଙ୍କ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ରାତି ହେଲେ ବଢୁଛି ଭୟ, ରାଜଧାନୀରେ ଝରକା ତଡା ଗ୍ୟାଙ୍ଗଙ୍କ ଆତଙ୍କ

ରାତି ହେଲେ ଛାତି ଥରୁଛି । ରାଜଧାନୀରେ ରହିବାକୁ ଡ଼ର ଲାଗୁଛି । ପାହାଳ ଥାନା ଅଞ୍ଚଳରେ ଲଗାତାର ସିରିଜି ଲୁଟ । ବର୍ଷା ସମୟରେ ଘର ଗୁଡ଼ିକୁ ଟାର୍ଗେଟ କରୁଛନ୍ତି ଲୁଟେରା । ଗୋଟେ ପଟେ କାଳବୈଶାଖୀର ତାଣ୍ଡବ ଅନ୍ୟପଟେ ଲୁଟେରାଙ୍କ ଉତ୍ପାତ ବଢିବାରେ ଲାଗିଛି । ପୁଣି ରାଜଧାନୀରେ ଗତକାଲି ଝରକା ତାଡ଼ି ଲୁଟ କରିଛନ୍ତି ଲୁଟେରା । ଘରେ କେହି ନଥିବାର ସୁଯୋଗ ନେଇ ଏଭଳି ଲୁଟ ହୋଇଛି ।


ଗତ 30 ତାରିଖରେ ସମାନ ଧରଣର ଦୁଇଟି ଘରୁ ଲୁଟ ହୋଇଥିଲା । ଲକ୍ଷାଧିକ ଟଙ୍କାର ଜିନିଷପତ୍ର ନେଇ ଚମ୍ପଟ୍ ମାରିଥିଲେ ଲୁଟେରା l ଲୁଟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା l ତେବେ କିଛି ଦିନର ନୀରବତା ପରେ ରାଜଧାନୀରେ ପୁଣି ମାତିଛନ୍ତି ଝରକା ତଡା ଗ୍ୟାଙ୍ଗ l ତେବେ ରାଜଧାନୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ତ୍ତମାନ ଏହି ଗ୍ୟାଙ୍ଗ ସକ୍ରିୟ ଥିବା ପୋଲିସ ସନ୍ଦେହ କରୁଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Terror fear in Bhubaneswar | Argus News