Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖେଳନା ବନ୍ଧୁକ ଦେଖାଇ ଆପାର୍ଟମେଣ୍ଟରେ ଆତଙ୍କ

Rashmita Mishra
Browse all articles by Rashmita Mishra
·1 year ago·2 min read
ଖେଳନା ବନ୍ଧୁକ ଦେଖାଇ ଆପାର୍ଟମେଣ୍ଟରେ ଆତଙ୍କ

ଲୁଟେରାଙ୍କ ଟାର୍ଗେଟରେ ଆପାର୍ଟମେଣ୍ଟ। କଟକ ବାଦାମବାଡ଼ି ବିକାଶ ନଗରରେ ଏକ ଆପାର୍ଟମେଣ୍ଟରେ ପଶି ବ୍ୟବସ୍ୟାୟୀଙ୍କୁ ମାଡ ମାରି ଲହୁ ଲୁହାଣ କରି ଲୁଟିନେଲେ ୫ ଲକ୍ଷ ଟଙ୍କା। ଅଭିଯୋଗ ଅନୁଯାୟୀ ମାଲଗୋଦାମର ବ୍ୟବସ୍ୟାୟୀ ନିରଞ୍ଜନ ଗୋୟାଙ୍କ ଗତକାଲି ରାତିରେ ଗୋଦାମରୁ ଫେରିବା ସମୟରେ ୨ ଜଣ ଦୁର୍ବୁତ୍ତ ତାଙ୍କ ପିଛା କରି ଆପାର୍ଟମେଣ୍ଟରେ ପଶି ବନ୍ଧୁକ ଦେଖାଇବା ସହ ମରଣାନ୍ତକ ଆକ୍ରମଣ କରି ଲୁଟି ନେଇଛନ୍ତି ଟଙ୍କା। ଆକ୍ରମଣରେ ସେ ଓ ତାଙ୍କ ଡ଼୍ରାଇଭର ଆହତ ହୋଇଛନ୍ତି। ତେବେ ପୂର୍ବରୁ ମଧ୍ୟ ଦୁର୍ବୁତ୍ତ ତାଙ୍କୁ ପିଛା କରିଥିବା ନେଇ ସେ କହିଛନ୍ତି ।

ତେବେ ଏହି ଘଟଣା ପରେ ଆପାର୍ଟମେଣ୍ଟର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସାଧାରଣତଃ ସୁରକ୍ଷିତ ବ୍ୟବସ୍ଥା ଯୋଗୁଁ ଆପାର୍ଟମେଣ୍ଟରେ ରହିବା ପାଇଁ ଲୋକମାନେ ଇଚ୍ଛା କରୁଥିବାବେଳେ ଏହି ଘଟଣା ଅନେକ ସନ୍ଦେହ ସୃଷ୍ଟି କରୁଛି। ଆପାର୍ଟମେଣ୍ଟର ସୁରକ୍ଷା ବ୍ୟବସ୍ଥା ମଧ୍ୟ ସଂମ୍ପୂର୍ଣ୍ଣ ଢିଲା ଥିବା ଦେଖାଯାଇଛି। ଜଣେ ମାତ୍ର ବୟସ୍କ ସିକୁରିଟି ଗାର୍ଡ ଥିବାବେଳେ ସିସିଟିଭି ବିଲକୁଲ ଲଗାଯାଇନାହିଁ । ଥାନାର ମାତ୍ର ୨୦୦ ମିଟର ଦୂରରେ ଏଭଳି କାଣ୍ଡ ଘଟାଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୁତ୍ତ। ସେପଟେ କଟକ ସହର ଭିତରେ ପୂଜା କମିଟ ଓ ପୋଲିସ ସହଭାଗୀତାରେ ଲାଗିଥିବା ସିସିଟିଭି କେଉଁଠି ଭାଙ୍ଗି ଗଲାଣି ତ ଆଉ ଯେଉଁଠି ଲାଗିଛି ସେଗୁଡିକ କାମ କରୁନଥିବା ଦେଖିବାକୁ ମିଳିଛି।

ସେପଟେ ଡିସିପିଙ୍କ ନେତୃତ୍ବରେ ତିନୋଟି ଥାନାର ଆଇଆଇସି ସହ ସ୍ପେଶାଲ ସ୍କ୍ୱାର୍ଡ ଘଟଣାର ଖୋଳତାଡ ଜାରି ରଖିଛନ୍ତି। ଆଜି ମଧ୍ୟ ଆପାର୍ଟମେଣ୍ଟରେ ଆସି ଲୋକଙ୍କୁ ପଚରାଉଚରା କରିବା ସହ ରାସ୍ତାର ସିସିଟିଭି ଯାଞ୍ଚ କରିଛି ପୋଲିସ। ତେବେ ଡିସିପି କହିଛନ୍ତି ଏହି ଘଟଣା କୁ ଗୁରୁତ୍ୱ ସହ ନିଆଯାଇଛି ତଦନ୍ତ ପାଇଁ ଦୁଇ ସ୍ପେଶାଲ ଟିମ ଗଠନ କରାଯାଇଛି ସେହି ଅଞ୍ଚଳର ସି ସି ଟିଭି ଯାଞ୍ଚ କରାଯାଉଛି ଏବଂ କିଛି କ୍ଲୁ ମଧ୍ୟ ପୋଲିସ ପାଇଛି ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ।୨୪ ଘଣ୍ଟା ପରେ ମଧ୍ୟ ପୋଲିସ ଅଭିଯୁକ୍ତ ଙ୍କ ଟେର ପାଇନଥିବାବେଳେ କେବେ ଅଭିଯୁକ୍ତ ଙ୍କୁ ଧରୁଛି ତାକୁ ହିଁ ଅପେକ୍ଷା।।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
terror-in-apartment-with-toy-gun | Argus News