Videos
|
Odisha

ଦିନବେଳର ୧୦ ବଡ଼ ଖବର ସଂକ୍ଷେପରେ...

Ritu Das
Browse all articles by Ritu Das
·1 year ago·2 min read
ଦିନବେଳର ୧୦ ବଡ଼ ଖବର ସଂକ୍ଷେପରେ...

୧- ଆଜି ରାଜ୍ୟ ସରକାରଙ୍କ ସହ ବୈଠକ କରିବେ ଷୋଡ଼ଶ ଅର୍ଥ କମିଶନ ... ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗ ସଚିବ ଏବଂ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀଙ୍କ ସହ ହେବ ଆଲୋଚନା ... କମିଶନଙ୍କ ପାଖରେ 2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନର ରୋଡ଼ ମ୍ୟାପ ଉପସ୍ଥାପନ କରିବେ ରାଜ୍ୟ ସରକାର ...ଓଡ଼ିଶା ସ୍ବାର୍ଥ ସମ୍ବଳିତ ଦାବି ପତ୍ର ଦେବେ ରାଜ୍ୟ ସରକାର
୨- ମଦ ଜବତ କରିବାକୁ ଯାଇ ମାଡ଼ ଖାଇଲେ ନୀଳଗିରି ଅବକାରୀ ଅଧିକାରୀ … ୨ ଘଣ୍ଟା ଅଟକ, ଗାଡ଼ି ଭଙ୍ଗାରୁଜା … ରେଡ୍ କରି ଫେରୁଥିବା ବେଳେ ମଦ ମାଫିଆଙ୍କ ସଂପର୍କୀୟ ମାଡ଼ ମାରିଥିବା ଅଭିଯୋଗ … ସମସ୍ତଙ୍କୁ ମୁକୁଳାଇଲା ବରହମପୁର ପୋଲିସ୍ …
୩- କଟକ ନରସିଂହପୁର ପଶ୍ଚିମ ବନାଞ୍ଚଳ‌ରେ ବୁଲୁଛି ବାଘ … ସାମନାକୁ ଆସିଛି ରାସ୍ତାରେ ବାଘ ବୁଲୁଥିବାର ଦୃଶ୍ୟ … ପୂର୍ବରୁ ଲୋକେ ବାଘର ପାଦ ଚିହ୍ନ ଦେଖିଥିବା ସୂଚନା … ଭିଡିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ …
୪- ରାଜ୍ୟର ବିଭିନ୍ନ ସ୍ଥାନରେ ଟମାଟୋର ଅଭାବୀ ବିକ୍ରି ଅଭିଯୋଗ … ଢେଙ୍କାନାଳ ହାତୀବାରୀ ଗାଁରେ କିଲୋ ପିଛା ଦୁଇ ଟଙ୍କା ଦର ... ନାହିଁ ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର… ପୂର୍ବ ସରକାରର ଅପାରଗତାରୁ ଦୁର୍ଦ୍ଦଶା ଭୋଗୁଛନ୍ତି ଚାଷୀ … ରାୟଗଡା, କୋରାପୁଟ ସବୁଠି ସମାନ ସ୍ଥିତି … ବଜାରରେ ଟମାଟୋର ଭାଉ ନଥିବାରୁ ଚିନ୍ତାରେ ଚାଷୀ
୫- ଦିଲ୍ଲୀ ବିଧାନସଭା ମତଦାନ ପରେ ବୁଥ ବାହୁଡା ମତକୁ ନେଇ ଉତ୍କଣ୍ଠା...ତିନି ଦଳର ଲଢେଇରେ ଆମ ଆଦମୀ ପାର୍ଟିକୁ କ୍ଷମତାଚ୍ୟୁତ କରିପାରେ ବିଜେପି ବୋଲି ଏକଜିଟ୍ ପୋଲ ରିପୋର୍ଟର ଆକଳନ...ଦୟନୀୟ ସ୍ଥିତିରେ କଂଗ୍ରେସ....
୬- ଆମେରିକାରେ ପୁଣି ୨ ବିମାନ ଧକ୍କା। ସକାଳୁ ସକାଳୁ ଘଟିଛି ବଡ଼ ଅଘଟଣ। ଦୁଇ ବିମାନ ମୁହାଁମୁହିଁ ଧକ୍କା। ହେଲେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା। ରନଓ୍ୱେ ସମୟରେ ଧକ୍କା ହୋଇଥିବା କୁହାଯାଉଛି।
୭- ପୁଣି ଅଶାନ୍ତ ବାଂଲାଦେଶ … ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଭାଷଣକୁ ନେଇ ତୁମୁଳକାଣ୍ଡ … ଅନ୍‌ଲାଇନ୍‌ରେ ବିବାଦୀୟ ଭାଷଣକୁ ନେଇ ଟାର୍ଗେଟରେ ହାସିନା … ଶେଖ୍ ହାସିନାଙ୍କ ବାପା ମୁଜିବୁର ରେହମାନ୍‌ଙ୍କ ଘରେ ନିଆଁ ଲଗାଇଲେ ବିକ୍ଷୋଭକାରୀ …
୮- ହଲିଉଡ ପପ୍‌ ଷ୍ଟାର Justin Bieber ଙ୍କୁ ଦେବାକୁ ପଡିବ ୨୬୦୦ କୋଟି ଟଙ୍କାର ଛାଡ଼ପତ୍ର! ପତ୍ନୀ ‘ହେଲି’ କଲେ ବଡ଼ ଦାବି
୯- ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଶକ୍ତି ପରୀକ୍ଷା...ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ...ନାଗପୁରରେ ଦେଖିବାକୁ ମିଳିବ ଦୁଇ ଦଳ ମଧ୍ୟରେ ଲଢେଇ...ଦର୍ଶକ ଓ ସମୀକ୍ଷକଙ୍କ ନଜରରେ ରହିବେ ଉଭୟ ଦଳର ଭେଟେରାନ ଷ୍ଟାର....
୧୦- ଫେବ୍ରୁଆରୀରେ ରେକର୍ଡ ଭାଙ୍ଗୁଛି ତାତି, ୧୦ ସହରର ତାପମାତ୍ରା ୩୫ ଡିଗ୍ରୀ ପାର୍.....ଆସନ୍ତା ୪ରୁ ୫ ଦିନ ଯାଏ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored