ଦିନ ବେଳର ୧୦ ଗୁରୁତ୍ବପୂର୍ଣ୍ଣ ହେଡଲାଇନ୍ସ ସଂକ୍ଷେପରେ...

୧- ମେ' ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ...ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା...ଏପ୍ରିଲ ୨ରୁ ୧୪ ଯାଏଁ ପ୍ରଥମ ଓ ୧୬ରୁ ୨୮ ଯାଏଁ ଦ୍ବିତୀୟ ପର୍ଯ୍ୟାୟ ଖାତାଦେଖା...ଖାତା ମୂଲ୍ୟାଙ୍କନ କରିବେ ୧୬ ହଜାର ଅଧ୍ୟାପକ...୭୮ଟି ଅଫଲାଇନ୍ ଓ ୭୦ଟି ଅନଲାଇନ୍ କେନ୍ଦ୍ରରେ ହେବ ଖାତାଦେଖା...
୨-ଭୁବନେଶ୍ୱର OWSSBର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁଙ୍କ ଘରେ ଭିଜିଲାନ୍ସ ରେଡ....ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ....7ଟି ସ୍ଥାନରେ ଏକ କାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ.....ଭୁବନେଶ୍ୱର, ଜଟଣୀ ଏବଂ କଟକରେ ରେଡ୍
୩- ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୧୬ ମାଓବାଦୀ ନିହତ ହୋଇଛନ୍ତି....ସୁକ୍ମା ଅପମ୍ପଲି ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୧୬ ମାଓବାଦୀଙ୍କ ଜୀବନ ଯାଇଥିବା ବେଳେ ୨ ଯବାନ ମଧ୍ୟ ସାମାନ୍ୟ ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି
୪- ଖରା ସାଙ୍ଗକୁ କଲବଲ କରୁଛି ଜଙ୍ଗଲ ନିଆଁ....ବୌଦ୍ଧ କଣ୍ଟାମାଳ ବନାଞ୍ଚଳର ବିଭିନ୍ନ ସ୍ଥାନରେ ବନାଗ୍ନି.....ନିଆଁର ଆଁରେ ଜଳି ନଷ୍ଟ ହେଉଛି ସବୁଜ ବନାନୀ....ବାସହରା ହେଉଛନ୍ତି ବନ୍ୟ ପ୍ରାଣୀ....
୫- ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆଶିଷ ନେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ... ଦର୍ଶନ ପରେ କହିଲ, ଦିଲ୍ଲୀରେ ରହୁଥିବା ଓଡିଆ ମାନଙ୍କ ସୁଖଦୁଃଖ ବୁଝିବା ଦାୟିତ୍ବ ଦିଲ୍ଲୀ ସରକାରଙ୍କର ... ଉତ୍କଳ ଦିବସ ପୂର୍ବରୁ ଓଡ଼ିଶା ବାସୀଙ୍କୁ ଜଣାଇଲେ ଶୁଭେଚ୍ଛା ...
୬- ଆଜି ଶନିଶ୍ଚରୀ ଅମାବାସ୍ୟା...ହେବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ...ଅପରାହ୍ନ 2ଟା 21ରୁ ସଂଧ୍ୟା 6ଟା 14, ମୋଟ 3 ଘଣ୍ଟା 53 ମିନିଟ ପରାଗ ସମୟ...ଭାରତରେ ହେବ ନାହିଁ ଦୃଶ୍ୟମାନ...ଦକ୍ଷିଣ ଆମେରିକା, ଉତ୍ତର ଏସିଆ, ଉତ୍ତର ପଶ୍ଚିମ ଆଫ୍ରିକା ଓ ୟୁରୋପରେ ଦେଖିପାରିବେ ଲୋକେ...ନାସା ପକ୍ଷରୁ କରାଯିବାକୁ ଥିବା ସିଧା ପ୍ରସାରଣ ମାଧ୍ୟମରେ ଦେଖିପାରିବେ ଭାରତବାସୀ... ଆସନ୍ତାକାଲିଠାରୁ ଆରମ୍ଭ ହେବ ଚୈତ୍ର ନବରାତ୍ରି...
୭- ଭୂକମ୍ପ ପ୍ରଭାବିତ ମିଆଁମାରକୁ ସହାୟତାର ହାତ ବଢାଇଲା ଭାରତ …. ବାୟୁସେନାର C 130 ଏୟାରକ୍ରାଫ୍ଟରେ ପଠାଗଲା ୧୫ ଟନ୍ ରିଲିଫ୍ ସାମଗ୍ରୀ … ବର୍ତ୍ତମାନ ସୁଦ୍ଧା ଭୂମିକମ୍ପରେ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ … ହଜାରରେ ଅଧିକ ଲୋକଙ୍କ ମେଡିକାଲରେ ଚିକିତ୍ସା ଚାଲିଛି … ଏବେ ବି ଧ୍ବଂସସ୍ତୁପ ତଳେ ଅନେକ ଲୋକ ଫସି ରହିଛନ୍ତି… ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଅପରେସନ୍
୮- ରାଜ୍ୟରେ କଲବଲ କଲାଣି ଅସମ୍ଭାଳ ତାତି...ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ.....ଆଜିଠୁ ୩ ଦିନ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା...ଦିନ ଓ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ
୯- ଚଳିତ ଆଇପିଏଲର ଅଷ୍ଟମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୫୦ ରନରେ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ରଜତ ପାଟିଦାରଙ୍କ କ୍ୟାପ୍ଟେନ ଇନିଂସ ଓ ବୋଲରଙ୍କ ଘାତକ ବୋଲିଂ ବଳରେ ଆରସିବି ଏକ ବଡ଼ ବିଜୟ ହାସଲ କରିଛି
୧୦- ଆରମ୍ଭ ହେଲା ସଲମାନଙ୍କ ମୁଭି ‘ସିକନ୍ଦର’ର ଆଡଭାନ୍ସ ବୁକିଂ......ସଲମାନଙ୍କ ଏହି ଫିଲ୍ମଟି ମାର୍ଚ୍ଚ ୩୦ରେ ଥିଏଟରରେ ରିଲିଜ ହେବ.....ଏହି ଫିଲ୍ମର ଆଡଭାନ୍ସ ବୁକିଂ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଛି....ତେବେ ଏଥିରେ ସଲମାନଙ୍କ ସହିତ ରଶ୍ମିକା ମନ୍ଦାନା ଏବଂ କାଜଲ ଅଗ୍ରୱାଲ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି
