Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡାଲ୍ ହ୍ରଦ କୂଳରେ ଯୋଗ କଲେ ପ୍ରଧାନମନ୍ତ୍ରୀ

Odisha

ଡାଲ୍ ହ୍ରଦ କୂଳରେ ଯୋଗ କଲେ ପ୍ରଧାନମନ୍ତ୍ରୀ

Manini Pattanayak
Browse all articles by Manini Pattanayak
·1 year ago·2 min read
ଡାଲ୍ ହ୍ରଦ କୂଳରେ ଯୋଗ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଯୋଗମୟ ସାରା ବିଶ୍ବ । 190ଟି ଦେଶରେ ପାଳିତ ହେଲା ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ । ଶ୍ରୀନଗର ଡାଲ୍ ହ୍ରଦ କୂଳରେ 7 ହଜାରରୁ ଅଧିକ ଲୋକଙ୍କ ଗହଣରେ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୋଗ କରି ସମାଜକୁ ସୁସ୍ଥ ଜୀବନ ପାଇଁ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ।  ବିଶ୍ବ ପାଳୁଛି ୧୦ମ ଆନ୍ତର୍ଜାତିକ ଯୋଗ ଦିବସ ।୧୦ ବର୍ଷ ତଳେ ମୋଦିଙ୍କ ଆହ୍ବାନରେ ଶୁଭାରମ୍ଭ ହୋଇଥିଲା ଆନ୍ତର୍ଜାତିକ ଯୋଗ ଦିବସ । ୨୦୧୪ ରେ ଭାରତର ଯୋଗ ଦିବସ  ପ୍ରସ୍ତାବ କୁ ବିଶ୍ବର ୧୭୭ ଦେଶ ଗ୍ରହଣ କରିଥିଲେ।  ଯୋଗ ପ୍ରତି ସାରା ବିଶ୍ବ ଆକର୍ଷିତ ହେଉଛି । ଦିନକୁ ଦିନ ଅଧିକରୁ ଅଧିକ ଲୋକ ଯୋଗାଭ୍ୟାସ କରୁଛନ୍ତି ।

ଯୋଗ ବିଷୟରେ ଅନୁଧ୍ୟାନ ପାଇଁ ବିଶ୍ବରୁ ବହୁ ପର୍ଯ୍ୟଟକ ଭାରତ ଆସୁଛନ୍ତି। ଆଜି ଯୋଗ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିଛି ଶ୍ରୀନଗରରେ ଡାଲ ହ୍ରଦ ନିକଟରେ ଯୋଗ ଅଧିବେଶନରେ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅହମଦାବାଦ୍ ରେ ଯୋଗ ଦିବସରେ  କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଯୋଗ ଦେଇଥିଲେ।  କେବଳ ଭାରତର ନୁହେଁ ବିଶ୍ବକୁ ଜୋଡିବା ପାଇଁ ଭାରତର ଅବଦାନ ସାଜିଛି ଯୋଗ। ଆନ୍ତର୍ଜାତିକ ଯୋଗ ଦିବସ ରେ ଯୋଗମୟ ହେଲା ୧୯୦ ରୁ ଅଧିକ ଦେଶର କୋଣ ଅନୁକୋଣ। ତାଇମ୍ ସ୍କୋଯାର ରେ ଜୋଗ କଲେ ହଜାର ହଜାର ଲୋକ।

ଦିଲ୍ଲୀରେ ବିଭିନ୍ନ ଦେଶର କୂଟନୀତିଜ୍ଞମାନେ  ଯୋଗ ଅଧିବେଶନରେ ଜୋଗ ଦେଇଥିଲେ।  ଇଏମ୍ ଡ ଏସ୍ ଜୟଶଙ୍କ ନେତୃର୍ବରେ ଏହି  ଯୋଗ ଅଧିବେଶନରେ ବିଦେଶୀ ପ୍ରତିନିଧୀମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ କରି ସମାଜକୁ ସୁସ୍ଥ ଜୀବନ ପାଇଁ ବାର୍ତ୍ତା ଦେଇଛନ୍ତି ।.ଅହମଦାବାଦ୍ ରେ ଯୋଗ ଦିବସରେ  କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଯୋଗ ଦେଇଥିଲେ । ସେହିପରି ଯୋଗ ଦିବସରେ ନିଜକୁ ସାମିଲ୍ କଲେ ରାଜନାଥ ସିଂ, ଭୂପେନ୍ଦ୍ର ଯାଦବ, ଜେପି ନଡ୍ଡା ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। 
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The 10th International Day of Yoga was marked in the Prime Minister's Office this morning. | Argus News