ଆଜିଠୁ ଆରମ୍ଭ ହୋଇଛି ୧୫୨ତମ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ । ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ । ବିଶ୍ବର କଲ୍ୟାଣ ପାଇଁ ଚାଲିଛି ଅଝଣ୍ଡ ଧ୍ବନି ଓ ଝାଡ଼ ପ୍ରଜ୍ବଳନ । ଆଜିଠୁ ଆରମ୍ଭ ହୋଇଛି ୧୫୨ତମ ବିଶ୍ବପ୍ରସିଦ୍ଧ ଯୋରନ୍ଦା ମେଳା । ମହିମା ଅଲେଖ ଧ୍ୱନୀରେ ପ୍ରକମ୍ପିତ ଚତୁର୍ଦ୍ଦିଗ। ଦେଶର ବିଭିନ୍ନ ପ୍ରାନ୍ତରୁ ଛୁଟି ଆସିଛନ୍ତି ମହିମା ସାଧୁ ଓ ସନ୍ୟାସୀ । ଦୁଇଦିନ ଧରି ଶୂନ୍ୟ ମନ୍ଦିର ପରିସରରେ ଜଳିବ ଝାଡ଼ । ଜଗତ ଭକତ କଲ୍ୟାଣ ନିମନ୍ତେ ମହଣ ମହଣ ଘିଅରେ ଶୂନ୍ୟଙ୍କ ନିକଟରେ ଶୂନ୍ୟବାସୀଙ୍କ ପ୍ରାର୍ଥନା । ପ୍ରତିବର୍ଷ ମାଘ ମାସ ଶୁକ୍ଳ ପକ୍ଷ ଚତୁର୍ଦଶି ଦିନ ବାବା ପୂର୍ଣ୍ଣିମାଠୁ ମେଳା ଆରମ୍ଭ ହୋଇଥାଏ। ମହିମା ଧର୍ମର ଆଦି ଗୁରୁ ମହିମା ସ୍ବାମୀ ଏହି ମହିମା ଗାଦିରେ ଦେହ ତ୍ୟାଗ କରିଥିଲେ ।
ତେବେ ଶୂନ୍ୟବାଦର ପୂର୍ଣ୍ଣ୍ୟପୀଠ ଏବଂ ଶୂନ୍ୟବ୍ରହ୍ମଙ୍କ ଉପାସନାର ପବିତ୍ର ଭୂମି ଯୋରନ୍ଦାରେ ଅନୁଷ୍ଠିତ ‘ମାଘ ମେଳା’ର ଶୁଭକାମନା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।... ବିଶ୍ବର କଲ୍ୟାଣ ଦିଗରେ ପୂଜ୍ୟ ମହିମା ସାଧୁମାନଙ୍କ ସମୂହ ପ୍ରାର୍ଥନାର ଏହା ଅନନ୍ୟ ଅବସର ନିଜ ଏକ୍ସ ପେଜରେ ପୋଷ୍ଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ମାଘମେଳା ସମୟରେ ‘ଜଳ ଜୀବନ ମିଶନ’ରେ ମହିମାଗାଦିରେ ବହୁ ପ୍ରତୀକ୍ଷିତ ଦୈନିକ ୩୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପର ଆରମ୍ଭ ହୋଇଛି। ଯାହାପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମହିମା ସାଧୁ । ଏହି ପ୍ରକଳ୍ପ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ONGC ପକ୍ଷରୁ CSR ପ୍ରକଳ୍ପ ଅଧୀନରେ ୧୦ କୋଟି ୩୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହାଦ୍ବାରା ସାନମଠ, ବଡ ମଠ, ଯାତ୍ରା ପଡ଼ିଆ ସମେତ ୧୦ଟି ମଠ ସର୍ବସାଧାରଣ ସ୍ଥାନକୁ ପାଇପ ଯୋଗେ ୨୪ ଘଣ୍ଟା ସ୍ବଚ୍ଛ ପାନୀୟ ଜଳ ଯୋଗାଯିବ ।
📱 Get Argus News App
✨୧୩ଟି ଗାଁର ୧୨, ହଜାରରୁ ଅଧିକ ଲୋକ ହେବେ ଉପକୃତ । ସେଥିମଧ୍ୟରୁ ୨୦ ପ୍ରତିଶତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକମାନେ ଏହାର ସୁବିଧା ପାଇପାରିବେ । ମହିମା ସ୍ବାମୀ ଓ ସନ୍ଥ କବି ଭୀମ ଭୋଇଙ୍କ ପଂକ୍ତି ସାରା ବିଶ୍ବରେ ପ୍ରଭାବ ପକାଇଥିବା ବେଳେ ମହିମା ସ୍ବାମୀଙ୍କ ଉପରେ ରହିଛି ଲୋକଙ୍କ ପ୍ରଗାଢ଼ ବିଶ୍ବାସ । ଖାଲି ରାଜ୍ୟ କି ଦେଶ ନୁହେଁ ବିଦେଶରୁ ମଧ୍ୟ ଏଠାକୁ ଆସିଥାନ୍ତି ଭକ୍ତ । ମେଳାରେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: