Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

"ପ୍ରତ୍ୟେକ ପ୍ରବାସୀ ଜଣେ ଜଣେ ସାଂସ୍କୃତିକ ଆମ୍ବାସଡର"- ମୁଖ୍ୟମନ୍ତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
"ପ୍ରତ୍ୟେକ ପ୍ରବାସୀ ଜଣେ ଜଣେ ସାଂସ୍କୃତିକ ଆମ୍ବାସଡର"- ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ :  ଭୁବନେଶ୍ବରରେ ୧୮ ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ଆରମ୍ଭ ହୋଇଛି । ସମ୍ମିଳନୀରେ ପ୍ରଥମେ ଅଭିଭାଷଣ ରଖିଥିଲେ କେନ୍ଦ୍ର କ୍ରୀଡା ମନ୍ତ୍ରୀ ମନସୁଖ ମଣ୍ଡେବିୟ । ବିକଶିତ ଭାରତ ଗଠନରେ ଯୁବକଙ୍କର ଭୂମିକା ରହିବା ଆବଶ୍ୟକ । କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ କହିଛନ୍ତି ବିକଶିତ ଭାରତ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଦିଆଯାଇଥିବା ଲକ୍ଷ୍ୟ । ବିକଶିତ ଭାରତ ଗଠନରେ ଯୁବକଙ୍କର ଗୁରୁତ୍ବପୁର୍ଣ ଭୂମିକା ରହିବ । ପ୍ରବାସୀ ଭାରତୀୟ ଦେଶର ବିକାଶରେ ଭାଗିଦାରୀ ଦେବା ଜରୁରୀ । ପ୍ରବାସୀ ମାନେ ଯେଉଁଠି ରହୁଛନ୍ତି ସେଠାରେ ଯାହା ଶ୍ରେଷ୍ଠ, ଯାହା ଦେଶ ପାଇଁ ହିତ ଓ ଅନୁଭବ ଦେଶର ବିକାଶରେ ଲଗାଇବାକୁ କହିଛନ୍ତି ମନ୍ତ୍ରୀ । ଭାରତରେ ୨୦ ରୁ ୧୩ ଜଣ ଯୁବକ । ଯାହାକି ଭାରତର ଶକ୍ତି । ଯୁବ ଶକ୍ତି ଦେଶ ବିକାଶରେ ଜରୁରୀ । କୋଭିଡ ଭ୍ୟାକ୍ସିନ ରିସର୍ଚ୍ଚ ବେଳେ ଭାରତର ଯୁବ ବୈଜ୍ଞାନିକଙ୍କ ଅବଦାନକୁ ମଞ୍ଚରେ ପ୍ରଶଂସା କଲେ ମନ୍ତ୍ରୀ । ବିକଶିତ ଭାରତ ପାଇଁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ସହ ଆବଶ୍ୟକ ଯୁବକଙ୍କୁ ସୁଯୋଗ ମିଳିବା ଆବଶ୍ୟକ । ୩୫ ମିଲିୟନ ପ୍ରବାସୀ ବିଦେଶରେ ରହୁଛନ୍ତି ।" ଦେଶ ବିକାଶରେ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ,ସବକା ପ୍ରୟାସ ଜରୁରୀ"।"ଏହି ସମୟ ସହି ସମୟ"। ତେଣୁ ଦେଶ ବିକାଶରେ ସମସ୍ତେ ଯୋଗଦାନ କରନ୍ତୁ ବିକି କହିଛନ୍ତି ମନ୍ତ୍ରୀ ।


ଦେଶର ବିକାଶରେ କେମିତି ପ୍ରବାସୀଙ୍କ ଭାଗିଦାରୀ ବଢିବ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଆହ୍ୱାନ ଦେଲେ କେନ୍ଦ୍ର ଯୁବ ବ୍ୟାପର ମନ୍ତ୍ରୀ ମନସୁଖ ମାଣ୍ଡଭିଆ । ଦେଶର ଯାହା ହିତ ସେଥିପାଇଁ ଯୋଗଦାନ କରିବାକୁ ଅନୁରୋଧ । ଦେଶରେ ଏବେ 20 ନାଗରିକରୁ ରୁ 13 ଯୁବ । ଦେଶରେ ବିକାଶରେ ଯୁବ ମାନଙ୍କ ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ. 25 ଲକ୍ଷ ଯୁବ ଆଗାମୀ ଦିନରେ ଭବିଷ୍ୟତ । ଆଗକୁ ସେମାନେ କଉଁଭଳି ବିକଶିତ ଭାରତ ବର୍ଷ ଦେଖିବାକୁ ଚାହୁଁଛନ୍ତି । ସେହି ଦିଶାରେ ପ୍ରଧାନମନ୍ତ୍ରୀ ଆଗକୁ ବଢୁଛନ୍ତି । 1 ଲକ୍ଷ ଯୁବ ନେତୃତ୍ୱ ତିଆରି କରିବାକୁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖି କାମ କରୁଛନ୍ତି । ଏହି ସମୟ ଠିକ ସମୟ । ଏହି ସମୟରେ ଦେଶ ପାଇଁ ଶକ୍ତି ମୁତାବକ ଯୋଗଦାନ କରି ଭାରତକୁ ଦୁନିଆ ନଜରକୁ ଆଣନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପରେ ନିଜର ଓଜସ୍ବିନୀ ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ପ୍ରବାସୀ ଭାରତୀୟ ଆମପାଇଁ ଗର୍ବ ଏବଂ ଗୌରବ । ସେମାନେ ଆମର ସାଂସ୍କୃତିକ ଆମ୍ବାସଡର । ଓଡିଶାର ଏୈତ୍ୟହ , ସଂସ୍କୃତି ସ୍ବତନ୍ତ୍ର । ପ୍ରତ୍ୟେକ ପ୍ରବାସୀ ଭାରତୀୟଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ସ୍ବାଗତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Sponsored
The 18th pravasi bharatiya divas has started in Bhubaneswar | Argus News