Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୪ ବର୍ଷର ସରକାର ଭଲ ରାସ୍ତା ଖଣ୍ଡିଏ ବି କଲେନି !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
୨୪ ବର୍ଷର ସରକାର ଭଲ ରାସ୍ତା ଖଣ୍ଡିଏ ବି କଲେନି !

Key Points

ପରକୁଳା ପଞ୍ଚାୟତ ନାରାୟଣପୁର ଗାଁରୁ ଆଖୁଆଦକ୍ଷିଣୀ ଗାଁ ଯାଏ ରାସ୍ତା ଦବି ଯାଇଛି ।

ଯେତେ ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି ।

ରାସ୍ତା ଏବେ ସମ୍ପୂର୍ଣ ଅସୁରକ୍ଷିତ ।

ଚିତ୍ରୋପ୍ତଳା ନଦୀ ବନ୍ଧ ରାସ୍ତା ସମ୍ପୂର୍ଣ ଅସୁରକ୍ଷିତ । ଦବି ଗଲାଣି ରାସ୍ତା, ରାସ୍ତାର ଦୁଇ ପାର୍ଶ୍ବରେ ବଡ଼ ବଡ଼ ଖାଲ । ବର୍ଷ ବର୍ଷ ଧରି ରାସ୍ତା ଅବସ୍ଥା ବେହାଲ । ପୂର୍ବ ସରକାରକୁ ଦାୟୀ କଲେ ଲୋକେ ।

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ପରକୁଳା ପଞ୍ଚାୟତ ଅନ୍ତର୍ଗତ ନାରାୟଣପୁର ଗ୍ରାମଠାରୁ ଆଖୁଆଦକ୍ଷିଣୀ ଗ୍ରାମ ପର୍ଯ୍ୟନ୍ତ ଚିତ୍ରୋପ୍ତଳା ନଦୀ ବନ୍ଧ ରସ୍ତା ଅବସ୍ଥା ନକହିବା ଭଲ । ଏହା ଏବେ ସମ୍ପୂର୍ଣ ଅସୁରକ୍ଷିତ । ବିଭିନ୍ନ ସ୍ଥାନରେ ରାସ୍ତା ଦବି ଯାଇଛି । ରାସ୍ତାର ଦୁଇ ପାର୍ଶ୍ଵରେ ବଡ଼ ବଡ଼ ଖାଲ ଖମା । ବର୍ଷ ବର୍ଷ ଧରି ରାସ୍ତା ଅବସ୍ଥା ବେହାଲ । ପ୍ରତିଦିନ ଘଟୁଛି ଛୋଟ ବଡ଼ ଦୁର୍ଘଟଣା। ପୂର୍ବ ବିଜେଡି ସରକାର ସମୟରୁ ନଦୀ ବନ୍ଧର ରକ୍ଷଣା ବେକ୍ଷଣ ଅଭାବରୁ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ ହୋଇଛି।

ପୁନ୍ଦାଳୋ ନଦୀ ବନ୍ଧର ସୁରକ୍ଷା ପାଇଁ ଅଂଚଳବାସୀ ବାରମ୍ବାର ବିଭାଗୀୟ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଅଭିଯୋଗ କରିଛନ୍ତି । ହେଲେ ଯନ୍ତ୍ରୀ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି । ପ୍ରତିବର୍ଷ ନଦୀରେ ବନ୍ୟା ଆସିଲେ ଏହି ଦୁର୍ବଳ ବନ୍ଧରେ ବଡ଼ ବଡ଼ ଘଳିଆ ହୋଇଥାଏ । ଯାହା ପାଇଁ ଜିଲ୍ଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରିବାକୁ ପଡ଼ିଥାଏ । ଏହି ମୁକୁଳା ନଦୀ ବନ୍ଧର ପୁନଃରୁଦ୍ଧାର ପାଇଁ ତୁରନ୍ତ ସରକାର ପଦକ୍ଷେପ ନେବାକୁ ଅଂଚଳ ବାସୀ ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The 24-year government has not built a single good road! | Argus News