Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସିଲା ‘ସୁଭଦ୍ରା’ର ପ୍ରଥମ କିସ୍ତିର ୫ମ ପର୍ଯ୍ୟାୟ ଟଙ୍କା

Rashmita Mishra
Browse all articles by Rashmita Mishra
·1 year ago·1 min read
ଆସିଲା ‘ସୁଭଦ୍ରା’ର ପ୍ରଥମ କିସ୍ତିର ୫ମ ପର୍ଯ୍ୟାୟ ଟଙ୍କା

ଆସିଲା ‘ସୁଭଦ୍ରା’ର ପ୍ରଥମ କିସ୍ତିର ୫ମ ପର୍ଯ୍ୟାୟ ଟଙ୍କା । ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା । ଏହାକୁ ମିଶାଇ କୋଟିଏ୍ ପାର କଲା ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା । ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରା ଯୋଜନାରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚତ୍ତ ନହୁଅନ୍ତି, ସେଥିପାଇଁ ଘର ଘର ବୁଲି ହିତାଧିକାରୀଙ୍କୁ ଚିହ୍ନଟ କରାଯିବ ।


ମାର୍ଚ୍ଚ ୩୧ ତାରିଖରେ ଆବେଦନ ପ୍ରକ୍ରିୟାକୁ ବନ୍ଦ ରଖି ସର୍ଭେ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଅଧିକାରୀମାନେ ଦ୍ୱାରକୁ ଦ୍ୱାର ଯାଇ ୱାନ ଟୁ ୱାନ ସର୍ଭେ କରିବେ। ଏବେ ସୁଦ୍ଧା ସୁଭଦ୍ରା ଯୋଜନାରେ ପ୍ରାୟ ୧ କୋଟି ୮ ଲକ୍ଷ ମହିଳା ଆବେଦନ କରିସାରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସର୍ଭେ ପରେ ଅବଶିଷ୍ଟ ହିତାଧିକାରୀଙ୍କୁ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ଏକ ସଙ୍ଗେ ୩ଟି କିସ୍ତି ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନଙ୍କୁ ରୂପରେଖ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳାଙ୍କୁ ସ୍ବାବଲମ୍ବୀ କରାଇବାକୁ ଏଭଳି ଯୋଜନା ହାତକୁ ନିଆଯାଇଛି । ମାତ୍ର ୮ ମାସରେ ସୁଭଦ୍ରା ଯୋଜନା ପାଇଁ କୋଟିଏରୁ ଅଧିକ ଆବେଦନ ଆସିବା ଓ ଯାଞ୍ଚ ପରେ ସେମାନଙ୍କୁ ଟଙ୍କା ଦିଆଯିବା ଏକ ଇତିହାସ ସୃଷ୍ଟି କରିଛି ।


Sponsored
The 5th installment of the first installment of 'Subhadra' has arrived. | Argus News