Videos
|
Odisha

ମା'ତାରିଣୀଙ୍କ ୮୯ ତମ ବିଶ୍ବ ପ୍ରସିଦ୍ଧ ଚଇତି ପର୍ବ ଆରମ୍ଭ

Rashmita Mishra
Browse all articles by Rashmita Mishra
·1 year ago·1 min read
ମା'ତାରିଣୀଙ୍କ ୮୯ ତମ ବିଶ୍ବ ପ୍ରସିଦ୍ଧ ଚଇତି ପର୍ବ ଆରମ୍ଭ

ଆଜି ଠାରୁ ଘଟଗାଁ ମା'ତାରିଣୀ ଙ୍କ ୮୯ ତମ ବିଶ୍ବ ପ୍ରସିଦ୍ଧ ଚଇତି ପର୍ବ ଆରମ୍ଭ ହୋଇଛି। ଚଇତି ପର୍ବ ମା"ଙ୍କ ମୂଖ୍ୟ ପର୍ବ ହୋଇଥିବା ବେଳେ ଏହା ପୀଠରେ ୯ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ପାଳିତ ହେବ। ଏଥିପାଇଁ ମା"ଙ୍କୁ ଆଜି ସୁନାବେଶ ସଜ୍ଜିତ କରାଯାଇଛି। ଏହି ଚଇତି ପର୍ବ ରେ ମାଙ୍କ ସୁନାବେଶ ଦର୍ଶନ ପାଇଁ ବହୁ ଭକ୍ତଙ୍କ ସମାଗମ ହୋଇଛି।


ଆଜି ସକାଳୁ ମାଙ୍କ ମାର୍ଜଣା, ମଙ୍ଗଳ ଆଳତୀ, ଷୋଡସ ଉପଚାରରେ ପୂଜା ସହ ଯଥା ରୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି । ଚଇତି ପର୍ବରେ ମା ତାରିଣୀ ଙ୍କ ସୁନା ବେଶ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ଭିଡକୁ ଲକ୍ଷ୍ୟ ରଖି ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭକ୍ତମାନେ କିପରି ଶାନ୍ତିଶୃଙ୍ଖଳା ର ସହ ମା"ଙ୍କ ଦର୍ଶନ କରିବେ ସେଥିପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the-89th-world-famous-chaiti-festival-of-mother-earth-begins | Argus News