ଆପଣାଛାଏଁ ଲଗଆଉଟ ହୋଇଯାଉଥିଲା ଆକାଉଣ୍ଟ
·2 years ago·1 min read

ଅର୍ଗସ ବ୍ୟୁରୋ: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଇନଷ୍ଟାଗ୍ରାମ ହୋଇଥିଲା ଡାଉନ। ମଙ୍ଗଳବାର ଉଭୟ ପ୍ଲାଟଫର୍ମ ବ୍ୟବହାରକାରୀଙ୍କୁ ଭିନ୍ନ ଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିଛି ଏହାକୁ ବ୍ୟବହାର କରିପାରୁ ନ ଥିବା ବେଳେ କିଛି ହଠାତ ଲଗ ଆଉଟ ହୋଇଯାଉଥିଲା। ପ୍ରାୟ ଏକ ଘଣ୍ଟା ଧରି ଏପରି ସମସ୍ୟା ହୋଇଥିଲା। ଏପରିକି ଏହାର ପ୍ରଭାବ ମେସେଞ୍ଜର ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ଆପଣଙ୍କ ସହ ବି ଏମିତି ହୋଇଥିଲା। ସମସ୍ତେ ବ୍ୟସ୍ତ ହୋଇଯାଇଥିଲେ। କିନ୍ତୁ ଫେସବୁକ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା ଯେ, ଫେସବୁକ ଏକ ଆଉଟେଜର ସାମ୍ନା କରିଥିଲା। ଯେଉଁଥିରେ ୟୁଜର୍ସଙ୍କୁ ଲଗଆଉଟ କରିଦିଆଯାଇଥିଲା ଏଥିଲାଗି ପାସଓ୍ବାର୍ଡକୁ ଗ୍ରହଣ କରାଯାଉ ନ ଥିଲା। ଆଉ ଏଥିରେ ଡରିବାର କିଛି ନ ଥିଲା ବୋଲି କୁହାଯାଇଥିଲା। ଆପଣଙ୍କ ଆକାଉଣ୍ଟ ସୁରକ୍ଷିତ ଅଛି କୌଣସି ପ୍ରକାର ହ୍ୟାକ ହୋଇନାହିଁ ବୋଲି ନ ଡରିବାକୁ କୁହାଯାଇଥିଲା।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: