Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସତ ମାନିଲେ ଅଭିଯୁକ୍ତ, କହିଲେ ପ୍ରତାପଙ୍କ ଖାସ୍‌ ଇଲୁ ମଦ ପିଆଇ କହିଲା...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ସତ ମାନିଲେ ଅଭିଯୁକ୍ତ, କହିଲେ ପ୍ରତାପଙ୍କ ଖାସ୍‌ ଇଲୁ ମଦ ପିଆଇ କହିଲା...

ମାହାଙ୍ଗାରେ ବିଜୁବାବୁ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା । ସାମ୍ନାକୁ ଆସିଲା ସାଂଘାତିକ ସତ । ବିବାଦରେ ପୂର୍ବତନ ବିଧାୟକ ପ୍ରତାପ ଜେନା । ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ମୂର୍ତ୍ତି ଭାଙ୍ଗିଥିବା ଅଭିଯୁକ୍ତ ନନ୍ଦକିଶୋର ମଲିକ ଏବଂ ବିଶ୍ୱଜିତ ମହାପାତ୍ର ଓରଫ୍ ରାଜା । ପ୍ରତାପଙ୍କ ଖାସ୍ ବିସ୍ମୟ ମହାପାତ୍ର ଓରଫ ଇଲୁ ମଦ ପିଆଇ ତାଙ୍କୁ ମୂର୍ତ୍ତି ଭାଙ୍ଗିବା ପାଇଁ କହିଥିବା ସେମାନେ ସ୍ୱୀକାର କରିଛନ୍ତି । ଏହାସହ ସୋସିଆଲ ମିଡିଆରେ ଅଭିଯୁକ୍ତମାନେ କ୍ଷମା ପ୍ରାର୍ଥନା କରିଛନ୍ତି । ଇଲୁ ହେଉଛି ପ୍ରତାପ ଜେନାଙ୍କ ଅତି ଖାସ । ପ୍ରତାପ ଜେନା ନିଜେ ପ୍ରତିବାଦ ସଭାରେ କହିଛନ୍ତି, ଇଲୁ ହେଉଛି ମୋ ଲୋକ ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀର ଠିକ୍‌ ପୂର୍ବଦିନ ତାଙ୍କର ପ୍ରତିମୂର୍ତ୍ତି ଭଙ୍ଗାଯାଇଥିଲା । ଏହି ଘଟଣାକୁ ନେଇ ମାହାଙ୍ଗା ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହା ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଉମର ଗ୍ରାମରେ ଘଟିଥିଲା । ଉମର ଗ୍ରାମର ହନୁମାନ ମନ୍ଦିର ସମ୍ମୁଖରେ ସ୍ଥାନୀୟ ଉତ୍ସାହୀ ବିଜୁପ୍ରେମୀଙ୍କ ଦ୍ବାରା ବିଜୁ ପଟ୍ଟନାୟକଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା। ଯାହାକୁ ବିଜୁ ଜୟନ୍ତୀ ପୂର୍ବଦିନ ଭଙ୍ଗାଯାଇଥିଲା ।

ଏହି ଘଟଣାରେ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ଭଦ୍ରେଶ୍ୱର ଥାନାରେ ଏନେଇ ଅଭିଯୋଗ କରାଯିବା ସହିତ ଘଟଣାର ତଦନ୍ତ ଏବଂ ଏଥିରେ ସଂପୃକ୍ତ ଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା।

ସାଲେପୁର ଏସ୍‌ଡିପିଓ ବିରଞ୍ଚି ନାରାୟଣ ପତି ଓ ଭଦ୍ରେଶ୍ୱର ଥାନା ଅଧିକାରୀ ସନ୍ଧ୍ୟାରାଣୀ ସିଂହ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଞ୍ଚଳର ମନ୍ଦିର ଓ ବିଭିନ୍ନ ଦୋକାନରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The accused admitted the truth and said that Pratap's special friend, Ilu, drank alcohol and said to Destroy | Argus News