Videos
|
Odisha

ବାରମ୍ବାର ଅଭିଯୋଗ ପରେ ବି ଶୁଣିଲା ନାହିଁ ପ୍ରଶାସନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବାରମ୍ବାର ଅଭିଯୋଗ ପରେ ବି ଶୁଣିଲା ନାହିଁ ପ୍ରଶାସନ

ଅର୍ଗସ ବ୍ୟୁରୋ:  କାହା ହାତରେ କୋଦାଳତ କାହା ହାତରେ ଡାଲା  । ଆଉ କିଏ ଫାଡୁଆ ଧରି ମାଟି ଉଠାଉଛି ..ହାତରେ ହାତ ମିସାଇ ଚାଲିଛି ରାସ୍ତା କାମ। ଗାଁର ପୁରୁଷ ମହିଳା ମିଶି ପଣ କରିଛନ୍ତି ଗାଁ ରାସ୍ତା ମରାମତି କରିବେ । ଏହି ଭିତ୍ତିରେ ସମସ୍ତେ ନିଜନିଜର ଶ୍ରମଦାନ କରିଛନ୍ତି। ଆଉ ଗାଁର ଆବଡାଖାବଡା ରାସ୍ତାକୁ କରିଛନ୍ତି ସମତୁଲ।

କନ୍ଧମାଳ ସିମନବାଡ଼ି ପଞ୍ଚାୟତର ଡକରବାଡ଼ି । ଗାଁକୁ ନାହିଁ ସବୁଦିନିଆ ଭଲ ରାସ୍ତା। କଚ୍ଚା ରାସ୍ତାଟି ଯିବା ଆସିବାର ମାଧ୍ୟମ ସାଜିଥିବା ବେଳେ ବର୍ଷ ହେଲେ କଥା ସରିଲା। କଚ୍ଚାରାସ୍ତକୁ ପକ୍କା କରିବା ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି ଅଞ୍ଚଳବାସୀ। ମାତ୍ର ଶୁଣିଲାନି ପ୍ରଶାଶନ ।ଶେଷରେ ଏକଯୁଟ ହେଲେ ଗ୍ରାମବାସୀ ଗାଁରେ ଥିବା ଗାନ୍ଧୀ ସୁରକ୍ଷା କମିଟି  ଓ  ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହଯୋଗ ଓ ଗ୍ରାମବାସୀଙ୍କ ସହାୟତାରେ ଗାଁ ରାସ୍ତା ମରାମତି କରାଯାଇଛି। ରାସ୍ତା ପାର୍ଶ୍ଵରେ  ଥିବା ଲଟା ବୁଦାକୁ କାଟିଛନ୍ତି ଗ୍ରାମବାସୀ।  ଗାଁ ର ସମସ୍ତ ପରିବାରରୁ ଆଦାୟ  ଚାନ୍ଦା ଟଙ୍କାରେ ଏକ ଜେସିବି ମେସିନ୍ ଲଗାଇ ମୋରମ ପକାଇ ଗ୍ରାମବାସୀ ରାସ୍ତା ମରାମତି କରିଛନ୍ତି l ଯେଉଁ କାମକୁ ୨୫ବର୍ଷର ବିଜେଡି ସରକାର କରିପାରିଲା ନାହିଁ  ତାହାକୁ କରି ଦେଖାଇଛନ୍ତି ଗ୍ରାମବାସୀ । 

ଶୁଣିଲାନି ପ୍ରଶାସନ । ରାସ୍ତା ନିର୍ମାଣ ପାଇଁ ଆନ୍ତରିକତା ଦେଖାଇଲେନି ନେତା। ଶେଷରେ ନିଜ ପାଇଁ ନିଜେ ଅଣ୍ଟାଭିଡିଲେ ଗ୍ରାମବାସୀ। ନିଜ ରାସ୍ତାକୁ ନିଜେ ଶ୍ରମଦାନ କରି କଲେ ରାସ୍ତା ମରାମତି। ତେବେ ଏହି ମରାମତି ହୋଇଥିବା ରାସ୍ତା ଏବେ ପକ୍କା ହେବା ଅପେକ୍ଷାରେ। କାରଣ ଏହାକୁ ପକ୍କା କରାନଗଲେ ଗ୍ରାମବାସୀଙ୍କ ପରିଶ୍ରମ ବୃଥା ହୋଇଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: