Videos
|
Odisha

ପ୍ରଶାସନ କହିଲା ଭୋଜି ହିଁ ମୂଳ କାରଣ, ମନ୍ତ୍ରୀ ବି କହିଲେ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ପ୍ରଶାସନ କହିଲା ଭୋଜି ହିଁ ମୂଳ କାରଣ, ମନ୍ତ୍ରୀ ବି କହିଲେ...

Key Points

ଅସ୍ୱାସ୍ଥ୍ୟକର ଖାଦ୍ୟ ଓ ପାନୀୟ ଜଳ ବ୍ୟବହାରକୁ ବାରଣ ।

ଯାଜପୁରରେ ଭୋଜି ଆୟୋଜନ ବନ୍ଦ ପାଇଁ ନିର୍ଦ୍ଦେଶ ।

ଫୁଟାପାଣିରେ ହାଲୋଜେନ ବଟିକା ମିଶାଇ ପିଇବା ।

ଯାଜପୁରରେ କଲେରା ଭୟ । ୪୨ ରୁ ୮ଟି ନମୁନା କଲେରା ପଜିଟିଭ । ସ୍ୱାସ୍ଥ୍ୟ ବିଭାଗ କହିଲା ପାଣି ଓ ଖାଦ୍ୟରୁ ବ୍ୟାପିଛି କଲେରା । ଭୋଜି ହିଁ ଝାଡାବାନ୍ତିର କାରଣ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ । ଯାଜପୁରରେ ଭୋଜି ଆୟୋଜନ ବନ୍ଦ କଲା ଜିଲ୍ଲା ପ୍ରଶାସନ । ସ୍ଥିତି ସମୀକ୍ଷା ପାଇଁ ଆସୁଛି ୧୪ ଜଣିଆ କେନ୍ଦ୍ରୀୟ ଟିମ ।

ମୌଷୁମୀ ଆରମ୍ଭରୁ କଲେରା ଭୟ । ଗତ ୫ ଦିନ ହେବ ଯାଜପୁର ପୌରପାଳିକା ସହ ବିଭିନ୍ନ ବ୍ଲକରେ ଝାଡ଼ାବାନ୍ତି ଯୋଗୁଁ ରୋଗୀ ହନ୍ତସନ୍ତ ହେଉଥିବା ବେଳେ ମୃତ୍ୟୂ ତାଣ୍ଡବର କାରଣ କଲେରା ବୋଲି ଜଣାପଡିଛି । ଲ୍ୟାବକୁ ପଠାଯାଇଥିବା ପାଣି ଓ ଖାଦ୍ୟ ନମୁନା ମଧ୍ୟରୁ ୮ଟି ନମୁନା, କଲେରା ପଜିଟିଭ ଆସିଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ତେବେ ଯାଜପୁର ଜିଲ୍ଲାପାଳଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ବିଭିନ୍ନ ସ୍ଥାନ ବୁଲି ସ୍ଥିତି ନୀରିକ୍ଷଣ କରୁଛି ।

ସେପଟେ କେନ୍ଦ୍ରରୁ ୧୪ ଜଣିଆ ଟିମ ଆସି ଆସନ୍ତାକାଲି ଘଟଣା ସ୍ଥଳ ପରିଦର୍ଶନ କରିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ICMR, NCDC, WHO ଓ ଖାଦ୍ୟ ନିରାପତ୍ତା ସଦସ୍ୟ । ସେପଟେ ଭୋଜି ଯୋଗୁଁ କଲେରା ବ୍ୟାପିବାର କାରଣ କହିବା ସହ ନଳକୂପ ଓ ପାନୀୟଜଳ ଉତ୍ସକୁ ବିଶୁଦ୍ଧ କରାଯାଉଥିବା କହିଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି କଲେରାର ନୂଆ ଭାରିଆଣ୍ଟ ଆସିଛି । କିପରି ଜରୁରୀକାଳୀନ ସ୍ଥିତିରେ ଏହାର ନିୟନ୍ତ୍ରଣ କରାଯିବ ସେନେଇ ଉଦ୍ୟମ ଜାରି ରହିଛି

ସେପଟେ କଲେରା ମୃତ୍ୟୁ ସଂଖ୍ୟା ୧୧ କୁ ବୃଦ୍ଧି ନେଇ ଅଭିଯୋଗ ହୋଇଥିଲେ ବି ୫ରେ ସୀମିତ ଥିବା କହିଛି ସ୍ୱାସ୍ଥ୍ୟ ବିଭାଗ। ୨୧୩ ଜଣ ରୋଗୀ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । କିଛି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅସ୍ୱାସ୍ଥ୍ୟକର ଖାଦ୍ୟ ଓ ପାନୀୟ ଜଳ ବ୍ୟବହାରକୁ ବାରଣ କରାଯିବା ସହ ଯାଜପୁରରେ ଭୋଜି ଆୟୋଜନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲାପ୍ରଶାସନ । ଫୁଟାପାଣିରେ ହାଲୋଜେନ ବଟିକା ମିଶାଇ ପିଇବା ସହ ଖୋଲା ସ୍ଥାନରେ ଶୌଚ ନହେବାକୁ ଜିଲ୍ଲା ପ୍ରଶାସନ ମାର୍ଗଦର୍ଶିକା ଜାରି କରିଛି ।

ପାଣିରୁ କଲେରା ଚିହ୍ନଟ ହୋଇଥିଲେ ବି କେଉଁଠୁ ବ୍ୟାପିଛି ତାହା ଏବେ ବି ଅସ୍ପଷ୍ଟ । ସପ୍ଲାଏ ପାଣି ନା ପ୍ୟାକେଟ ପାଣିରୁ ଝାଡ଼ାବାନ୍ତି ବ୍ୟାପିଛି ତାହା ବି ସଠିକ ଭାବେ ଜଣାପଡିନି । କଲେରା ବ୍ୟାପିବାର ପ୍ରକୃତ ଉତ୍ସ ନଜଣାପଡିବା ପର୍ଯ୍ୟନ୍ତ ଏହାକୁ ପ୍ରତିହତ କରିବା ପ୍ରଶାସନ ପାଇଁ କାଠିକର ପାଠ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The administration said the feast was the main reason For Cholera | Argus News