Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ: ଅଳିଆ ଗଦାରୁ ଉଠିଲା ଅଳିଆ

Rashmita Mishra
Browse all articles by Rashmita Mishra
·1 year ago·1 min read
ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ: ଅଳିଆ ଗଦାରୁ ଉଠିଲା ଅଳିଆ

Key Points

ଖବର ବାଜିଲା ଚେତିଲା ପ୍ରଶାସନ
ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ନିକଟ ଅଳିଆ ଗଦାରୁ ଉଠିଲା ଅଳିଆ
ଜେସିବି ଓ ଟ୍ରାକ୍ଟର ଯୋଗେ ଅଳିଆ ସଫା କରାଯାଇଛି
ଗତକାଲି ଅଳିଆ ଗଦା ଉପରେ ଚଢି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ ୪ଯୁବକ

ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ। ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ନିକଟ ଅଳିଆ ଗଦାରୁ ଉଠିଲା ଅଳିଆ । ମେଘନାଦ ପାଚେରୀ ଉଚ୍ଚରେ ଗଦା ହୋଇଥିଲା ଅଳିଆ । ଗତକାଲି ରାତିରେ ଅଳିଆ ଗଦା ଉପରେ ଚଢ଼ି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ୪ ଯୁବକ । ଏନେଇ exclusive ଭିଜୁଆଲ ଦେଖାଇଥିଲା ଅର୍ଗସ। ତେବେ ଖବର ପ୍ରସାରଣ ପରେ ଜେସିବି ଓ ଟ୍ରାକ୍ଟର ଯୋଗେ ଅଳିଆ ସଫା କରାଯାଇଛି। PSIPL କର୍ମଚାରୀ ମାନେ ଆସି ଦକ୍ଷିଣ ଦ୍ଵାର ନିକଟରୁ ଅଳିଆ ସଫା କରିଛନ୍ତି।

ସେପଟେ ଏହି ଘଟଣାକୁ ଗୁରୁତର ସହ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ତଦନ୍ତ ପାଇଁ ୪ଜଣିଆ କମିଟି ଗଠନ କରାଯାଇଛି କମିଟିରେ ସାମିଲ ଅଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେଵବ୍ରତ ସାହୁ, ସୁରକ୍ଷା ପ୍ରଶାସକ ହେମନ୍ତ ପାଢୀ, ସଫେଇ ସୁପର ଭାଇଜର। ଘଟଣାରେ ସୁରକ୍ଷା କର୍ମୀଙ୍କ ଅବହେଳାକୁ ଦାୟୀ କରିଛନ୍ତି ଶ୍ରୀମନ୍ଦିର ସେବକ । ଶ୍ରୀମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣା ସ୍ଥଳରେ ଅନୁଧ୍ୟାନ କରିବା ସହ ମେଘନାଦ ପାଚେରୀ ଜାଲି ଦ୍ଵାରକୁ ତାଲା ପକାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-administration-was-alerted-after-the-news-was-broadcast-garbage-piled-up-in-the-garbage-dump | Argus News