Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀରୁ ଶୁଭାରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ

Rashmita Mishra
Browse all articles by Rashmita Mishra
·1 year ago·2 min read
ପୁରୀରୁ ଶୁଭାରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ

Key Points

ଲ୍ୟାବ୍ ରୁ ଲ୍ୟାଣ୍ଡ୍‌କୁ ଆସିବେ କୃଷି ବୈଜ୍ଞାନିକ
କ୍ଷେତରେ ପହଞ୍ଚିବ ଗବେଷଣାଲବ୍ଧ ଜ୍ଞାନ
କୃଷିରେ ବିଜ୍ଞାନର ଉପଯୋଗୀତାରେ ବଢିବ ଉତ୍ପାଦନ
ମୋଦି ସରକାରର ସଂକଳ୍ପ, କୃଷି କ୍ଷେତ୍ରରେ ହେବ ନବସୃଜନ
ପୁରୀରୁ ଶୁଭାରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ
ଅଭିଯାନର ଶ୍ରୀଗଣେଶ କଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ
କହିଲେ ଅଟଳ ଯୋଡ଼ିଥିଲେ ଜୟ ବିଜ୍ଞାନ, ମୋଦି ଯୋଡିଲେ ଜୟ ଅନୁସନ୍ଧାନ

କୃଷି ଓ କୃଷକର ସଂକେତ ହେଉଛି ହଳ। ଆଉ ସେହି ହଳମୁଷଳ ଧାରୀ ବଡ଼ଠାକୁର ବଳଭଦ୍ର ବିରାଜମାନ କରିଥିବା ପୁରୀରୁ ଆରମ୍ଭ ହୋଇଛି ବିକଶିତ କୃଷି ସଂକଳ୍ପ ଅଭିଯାନ । ପୁରୀ ସତ୍ୟବାଦୀର ବୀରରାମଚନ୍ଦ୍ରପୁର ମାଟିରୁ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଅଭିଯାନର କରିଛନ୍ତି ଶୁଭାରମ୍ଭ । ମେ ୨୯ ରୁ ଜୁନ ୧୨ ପର୍ଯ୍ୟନ୍ତ ସାରା ଦେଶରେ ଚାଲିବାକୁ ଥିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୃଷି ସହ ବିଜ୍ଞାନକୁ ଯୋଡ଼ିବା। ଏହି ଅଭିଯାନ ଅନ୍ତର୍ଗତ ଦେଶର ଦେଢ଼ କୋଟି କୃଷକଙ୍କ ସହ କୃଷି ବୈଜ୍ଞାନିକଙ୍କୁ ସିଧା ଯୋଡ଼ିବାର ହେବା ପ୍ରୟାସ। ଦେଶର ୭୦୦ ଜିଲ୍ଲାରେ ୨୦୦୦ ରୁ ଅଧିକ ବୈଜ୍ଞାନିକ କୃଷକଙ୍କୁ ଦେବେ ଗବେଷଣାଲବ୍ଧ ଜ୍ଞାନ।

କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି ଭାରତ ହେବ ବିଶ୍ବର ଫୁଡ୍ ବାସ୍କେଟ୍ । ୧୪୫ କୋଟି ଲୋକଙ୍କ ଚାହିଦା ମେଣ୍ଟାଇବା ପରେ ବିଦେଶକୁ ବି ରପ୍ତାନୀ ହେବ ଖାଦ୍ୟ ସାମଗ୍ରୀ । ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟ ଯବାନ, ଜୟ କିଷାନ ସ୍ଲୋଗାନରେ ଅଟଳ ବିହାରୀ ଯୋଡିଥିଲେ ଜୟ ବିଜ୍ଞାନ, ଏବେ ମୋଦି ଯୋଡ଼ିଲେ ଜୟ ଅନୁସନ୍ଧାନ।
ସ୍ମାର୍ଟ କୃଷି ପାଇଁ ପ୍ରସ୍ତୁତ ହୋଇଛି ସ୍ମାର୍ଟ ପ୍ଲାନ୍ । ପ୍ରତି ଜିଲ୍ଲାରେ ୩ ଟି ଟିମ୍ ଗ୍ରାଉଣ୍ଡ କୁ ଯିବ । ପ୍ରତ୍ୟେକ ଟିମ୍ ୨ ଟି ଲେଖାଏଁ ଗାଆଁକୁ ଯିବେ ଏବଂ ଦୈନିକ ୨୦୦ ରୁ ୨୫୦ କୃଷକଙ୍କୁ ଭେଟି ଆଲୋଚନା କରିବେ । ଏଥିସହ ମୃତ୍ତିକା ସ୍ବାସ୍ଥ୍ୟ ପରୀକ୍ଷଣ, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବ୍ୟବହାର ଓ ପରିଚାଳନା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଗବେଷଣା ଲବ୍ଧ ଜ୍ଞାନ କୃଷକଙ୍କ ପାଖରେ ପହଞ୍ଚିାଯିବ।

ମୋଦି ସରକାର ଶାସନକୁ ଆସିବା ପରେ କୃଷି କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ବ ଦେବା ସହ କୃଷକଙ୍କ ଆୟକୁ ଦୁଇଗୁଣା କରିବା ଉପରେ ଯୋର ଦେଇଛନ୍ତି। ଆଉ ଯଦି କୃଷକଙ୍କର ଆୟ ବଢିବ ତାହା ଦେଶର ମୋଟ ଘରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧିରେ ବଡ଼ ସହାୟକ ହୋଇପାରିବ। ସେଇଥିପାଇଁ ଏହି ଅଭିଯାନ ମାଧ୍ୟମରେ କୃଷକଙ୍କ ପାଖରେ ଗବେଷଣାଲବ୍ଧ ଜ୍ଞାନ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-advanced-agriculture-concept-campaign-was-launched-from-puri | Argus News