Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଗୁରୁକୁଳରେ ପଢ଼ିବାର ଆଶା ରଖିଥିବା ସେବାୟତ ପିଲାଙ୍କ ବଢୁଛି ବୟସ

Odisha

ଗୁରୁକୁଳରେ ପଢ଼ିବାର ଆଶା ରଖିଥିବା ସେବାୟତ ପିଲାଙ୍କ ବଢୁଛି ବୟସ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗୁରୁକୁଳରେ ପଢ଼ିବାର ଆଶା ରଖିଥିବା ସେବାୟତ ପିଲାଙ୍କ ବଢୁଛି ବୟସ

ପୁରୀ:  ପୁରୀରେ ସେବାୟତ ଆଦର୍ଶ ଗୁରୁକୁଳ ପ୍ରକଳ୍ପ ନିର୍ମାଣ ପାଇଁ ୨୦୧୪ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା । ମହାପ୍ରଭୁଙ୍କ ସେବାପୂଜା ଓ ନୀତିକାନ୍ତି ଠିକ୍ ସମୟରେ ସମ୍ପନ୍ନ କରିବାକୁ ଆବଶ୍ୟକ ଆଦର୍ଶ ସେବକ ଗଢ଼ିବାକୁ ରହିଥିଲା ଯୋଜନା । ୨୦୧୪ ରେ ଗଜପତି ମହାରାଜାଙ୍କ ପରାମର୍ଶ କ୍ରମେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା । ଶ୍ରୀମନ୍ଦିର ବଜେଟରେ ୧୦ କୋଟି ଅନୁମୋଦନ ମଧ୍ୟ ହୋଇଥିଲା । ୟା ଭିତରେ ୧୦ ବର୍ଷ ବିତିଗଲାଣି । ଏକାଧିକ ପରିଚାଳନା କମିଟି ବୈଠକ ସରିଛି । ହେଲେ ପ୍ରକଳ୍ପରେ ଇଟା ଖଣ୍ଡେ ବି ପଡ଼ିପାରୁନି ।

ଗୁରୁକୁଳ ପାଇଁ ସୁପ୍ରିମକୋର୍ଟ ୬ କୋଟି ୧୯ ଲକ୍ଷ ୮୯ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ, ଅବଢ଼ା ଯୋଜନାରେ ତତ୍କାଳୀନ ରାଜ୍ୟ ସରକାର ୨୦ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ । ୩୨ ଏକର ଜମିରେ ଖେଳ ପଡିଆ, ଏକାଡେମିକ୍ ସେକ୍ସନ, ମନ୍ଦିର, ହଷ୍ଟେଲ ନିର୍ମାଣ ପାଇଁ ରହିଥିଲା ପ୍ରସ୍ତାବ । ସେବାୟତ ପିଲାଙ୍କ ପାଇଁ ୫୦ ପ୍ରତିଶତ ସିଟ ସଂରକ୍ଷଣ ରଖିବାକୁ ହୋଇଥିଲା ଯୋଜନା ।


୨୦୨୨ ଅକ୍ଟୋବର ରେ ଏହା ସୋସାଇଟି ପଞ୍ଜୀକୃତ ହୋଇଥିଲା । ଡିସେମ୍ବର ୨୦୨୨ରେ ବିର୍ଲା କମ୍ପାନୀ ସହ MOU ସ୍ବାକ୍ଷର ହୋଇଥିଲା । ହେଲେ ସେବାୟତଙ୍କୁ ମାର୍ଜିତ ଓ ଭବ୍ୟ ଶିକ୍ଷା ଦେବାର ସ୍ବପ୍ନ ଦେଖାଇ ଫେଲ ମାରିଲେ ତତ୍କାଳୀନ ସରକାର । ସେପଟେ ଗତ ସେପ୍ଟେମ୍ବରରୁ କାର୍ଯ୍ୟକାଳ ସରିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ଏଯାବତ୍ ପୁନର୍ଗଠନ ହୋଇନଥିବାରୁ ପ୍ରକଳ୍ପର ଅନିଶ୍ଚିତତା ବଢ଼ିଛି । ରାଜ୍ୟରେ ସରକାର ବଦଳିଛି, ଏବେ ଗୁରୁକୁଳ ପ୍ରକଳ୍ପର ଭାଗ୍ୟ କଣ ହେବ, କଣ ନିଷ୍ପତ୍ତି ନେବେ ସରକାର ଓ ଆଦର୍ଶ ସେବାୟତ ଗୁରୁକୁଳ ନିର୍ମାଣ କେତେ କ୍ରିୟାନ୍ବୟନ ହେବ ତାହା ଏବେ ବଡ଼ ପ୍ରଶ୍ନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The age of the children of the service sector who have to study in Gurukul is increasing. | Argus News