ଅଧପନ୍ତରିଆ ଅବସ୍ଥାରେ ପଡି ରହିଛି ଅଙ୍ଗନବାଡ଼ି କେନ୍ଦ୍ର

ଅର୍ଗସ ବ୍ୟୁରୋ: ବିଶ୍ଵର କୋଣ ଅନୁକୋଣ ରେ ପହଞ୍ଚିଥିବା ଗଜପତି ଜିଲ୍ଲାର ମୋହନା ବ୍ଳକ ର ଯିରାଙ୍ଗ ଗ୍ରାମ ପଞ୍ଚାୟତ । ଜିରାଙ୍ଗା କହିଲେ ପ୍ରଥମେ ଏସିଆର ଦ୍ଵିତୀୟ ବୃହତ୍ତମ ବୌଦ୍ଧ ମନ୍ଦିର କଥା ମନେପଡେ । କିନ୍ତୁ ସେହି ମନ୍ଦିର ପଛ ପଟ ଥିବା ପଞ୍ଚାୟତକୁ ଦେଖିଲେ ଆକାଶ ପାତାଳ ତଫାତ ଆସିବ। ଏ ହେଉଛି ଶିକ୍ଷାର ଏନ୍ତୁଡ଼ିଶାଳ ବୋଲାଉଥିବା ଅଙ୍ଗନବାଡ଼ି କେନ୍ଦ୍ର । ବାଉଁଶ ବାଡ ଘେରା ଚାଳଛପର ଘରେ ଏଠି ଚାଲିଛି ଭବିଶ୍ୟତ ଗଢା। ଘର ଏମିତି ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର ସ୍ପଷ୍ଟ ଦେଖାଯିବେ। ନା ଅଛି କଳାପଟା ନା ଅଛି ଶିକ୍ଷା ସାରଞ୍ଜମ। ମାତ୍ର ବିକଳ୍ପ ନଥିୁବାରୁ ଏଠାରେ ହେଉଛି ପାଠପଢା।
ପଞ୍ଚାୟତର ଖାଲି ଏ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ନୁହେଁ ଏମିତି ଅନେକ ଅଙ୍ଗନବାଡ଼ି ରହିଛି ଯେଉଁଠି ଅପହଞ୍ଚ ସରକାରୀ ଯୋଜନା। ଜୀରାଙ୍ଗ ଓଡ଼ିଆ ସାହି ,ଶବର ସାହି,ତେନ୍ତୁଳିଖୁଣ୍ଟି ,ଅନକଡୁଙ୍ଗୁର ଏପରିକି ନଦିସାହିରେ ଏପର୍ଯ୍ୟନ୍ତ ନାହିଁ ଅଙ୍ଗନବାଡ଼ି ଗୃହ ।ନିଜସ୍ବ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ବାରଦୁଆର ଶୁଣ୍ଡିପିଣ୍ଡା ହୋଇ କେବେ ଗଛ ମୂଳେ ତ କେବେ କାହାର ଘର ପିଣ୍ଡାରେ ଆଉ କେବେ କୁଡିଆ ପାଠ ପଢୁଛନ୍ତି ପିଲା । ବର୍ଷ ତମାମ ଚାଲିଛି ଏପରି ପାଠ ପଢା ।
ଅଙ୍ଗନବାଡି କେନ୍ଦର ହେଲ୍ପର ନଥିବାରୁ ନିଜେ ଦିଦି ପିଲାଙ୍କୁ ରୋଷେଇ କରି ଦିଅନ୍ତି । ଅନେକ ସମୟରେ ସରକାରୀ କାମରେ ମୋହନା ଗଲେ ଅଙ୍ଗନବାଡି ବନ୍ଦ । ଏଠାରେ ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ଅନୁଦାନ ଆସିଛି ମାତ୍ର ଅବହେଳା ପାଇଁ ସବୁ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଛି। ପ୍ରଶାସନିକ ଅଧିକାରୀ ହୁଅନ୍ତୁ ଅବା ବିଭାଗୀୟ ଅଧିକାରୀ କାହାରି ନଜର ପଡୁନି ଏହା ଉପରେ ଫଳରେ ଏହି ଅର୍ଧନିର୍ମିତ ଗୃହ ଏବେ ଭୂତକୋଠୀ ପାଲଟି ଗଲାଣି ।
ଅଙ୍ଗନବାଡି କେନ୍ଦ୍ରର ଉନ୍ନତି ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି କିନ୍ତୁ ତାର ସଫଳ ରୂପାୟନ ହୋଇ ପାରୁନି । ନାହିଁ ନାହିଁରେ ଚାଲିଛି ରାଜ୍ୟର ଅଙ୍ଗନୱାଡି କେନ୍ଦ୍ର ଆଉ ସଵୁ ଦେଖି ସରକାର ନିରବ।