Videos
|
Odisha

ପୋଡ଼ାଗୁଡା ଅଙ୍ଗନବାଡି ବାରଣ୍ଡା ଭରସାରେ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପୋଡ଼ାଗୁଡା ଅଙ୍ଗନବାଡି ବାରଣ୍ଡା ଭରସାରେ

Key Points

ବାରଣ୍ଡାରେ ଅଙ୍ଗନବାଡି
ପ୍ରାକଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର
ପୋଡାଗୁଡା ଅଙ୍ଗନବାଡି ବାରଣ୍ଡା ଭରସାରେ
ସମସ୍ୟାରେ କୋମଳମତି ଶିଶୁ


କଳାହାଣ୍ଡି କୋକସରା ବ୍ଲକ ଶାହାଜଖୋଲ ସଂରକ୍ଷିଣ ଜଙ୍ଗଲ ଗୁତମୁଣା ପଞ୍ଚାୟତର ପୋଡାଗୁଡା ଗାଁ । ଏହି ଗାଁରେ ଶିଶୁଙ୍କ ପାଠ ପଢି ସହ ପୃଷ୍ଟିକର ଖାଦ୍ୟ ଯୋଗଇ ଦେବା ପାଇଁ ରହିଛି ଅଙ୍ଗନାୱା‌ଡି କେନ୍ଦ୍ର । ହେଲେ ଦୀର୍ଘ ବର୍ଷ ହେଲା ଅଙ୍ଗନୱାଡି କେନ୍ଦ୍ର ଗୃହ ଭାଙ୍ଗି ଯାଇଛି । ଫଳରେ ୫ ବର୍ଷ ହେଲା ଗାଁର ଜଣଙ୍କ ଘର ବାରଣ୍ଡାରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର । ବାରମ୍ବାର ଏନେଇ ଅଭିଯୋଗ ହେବା ପରେବି ଫଳ ଶୂନ ।

ଅଙ୍ଗନବାଡି ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ କହିବା ପରେ ଅଙ୍ଗନୱାଡି କୋଠା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହେଲା। ହେଲେ କାମ ଅଧାରେ ଛାଡି ଠିକାଦାର ଛୁ। ଏବେ ଅଧାତିଆରି ଅଙ୍ଗନବାଡି ଘର ପାଲଟିଛି ଭୂତକୋଠୀ। ଏପଟେ ଘର ଅଭାବରୁ ବାରଣ୍ଡାରେ ପାଠପଢୁଛନ୍ତି କୋମଳମତି। ବର୍ଷେ କି ଦୁଇ ବର୍ଷ ନୁହେଁ ଅଙ୍ଗନୱାଡି କୋଠା ନଥିବାରୁ ପାଞ୍ଚ ବର୍ଷ ହେଲା ବାରଣ୍ଡାରେ ଚାଲିଛି ପାଠପଢା । ଘର ତିଆରି ପାଇଁ ଅର୍ଥ ଆସିଲା ହେଲେ କାମରେ ଆସିଲାନି। ଏହି ଅଧାତିଆରି ଘରର ତୁରନ୍ତ ମାରମତି କରାନଗଲେ ଅର୍ଥ ଖାଲି ପାଣିରେ ପଡିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
the-anganwadi-centres-is-in-problem | Argus News