Videos
|
Odisha

ଗରିବଙ୍କ ପକ୍କା ଘର ସ୍ୱପ୍ନ ପୂରଣ ଲାଗି ଆସିଲା ଅନ୍ତଦ୍ବୟ ଗୃହ ଯୋଜନା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଗରିବଙ୍କ ପକ୍କା ଘର ସ୍ୱପ୍ନ ପୂରଣ ଲାଗି ଆସିଲା ଅନ୍ତଦ୍ବୟ ଗୃହ ଯୋଜନା

Key Points

- ଓଡ଼ିଶାରେ ବଦଳିଲା କଚ୍ଚା ଘରର ସଂଜ୍ଞା
- ଆଜବେଷ୍ଟ, ଟିଣ ଓ ଟାଇଲ ଛାତ ଘର କୁ କଚା ଘରର ମାନ୍ୟତା ମିଳିବ
- ଗରିବଙ୍କ ପକ୍କା ଘର ସ୍ବପ୍ନ ପୂରଣ ଲାଗି ଆସିଲା ଅନ୍ତଦ୍ବୟ ଗୃହ ଯୋଜନା
- ୨ ଲକ୍ଷ ୨୫ ହଜାର ପରିବାରଙ୍କୁ ପକ୍କା ଘର ଯୋଗାଇଦେବେ ରାଜ୍ୟ ସରକାର
- ବିଭାଗୀୟ ମନ୍ତ୍ରୀ କହିଲେ ପୂର୍ବ ସରକାର ବିଜୁ ପକ୍କା ଘର ନାଁ ରେ କେବଳ ସିଲଟ ଲଗାଉଥିଲେ

ଅନ୍ତଦ୍ୱୟ ଗୃହ ଯୋଜନା ରେ ପକ୍କା ଘର ଯୋଗାଇବେ ସରକାର । ପ୍ରାକୃତିକ ଓ ମନୁଷ୍ୟକୃତ କ୍ଷତି, ସରକାରୀ ପ୍ରକଳ୍ପ ଦ୍ବାରା ବିସ୍ଥାପିତ, ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ ପରିବାର ଏବଂ ପ୍ରଚଳିତ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇ ନଥିବା ଯୋଗ୍ୟ ପରିବାର ଲୋକ ଙ୍କୁ ମିଳିବ ପକ୍କା ଘର । ପ୍ରଧାନମନ୍ତ୍ରୀ ଆବାସ ଘର ଭଳି 1 ଲକ୍ଷ 20 ହଜାର ଟଙ୍କା ମିଳିବ । 2 ଲକ୍ଷ 25 ହଜାର ଘର ତିଆରି କରିବେ ସରକାର । 4 ମାସ ଭିତରେ ଘର ଶେଷ ହେଲେ 20 ହଜାର 6 ମାସ ରେ ସରିଲେ 10 ହଜାର
ଟଙ୍କା ମିଳିବ । ପକ୍କା ଘର ପାଇଁ ସଂଜ୍ଞା କୁ ସରଳି କରଣ କରାଯିବ। ଆଜବେଷ୍ଟ, ଟିଣ ଓ ଟାଇଲ ଛାତ ଘର କୁ କଚା ଘର ଘର ମାନ୍ୟତା ମିଳିବ । ଏଥିପାଇଁ ଖର୍ଚ୍ଚ ହେବ 7 ହଜାର 550 କୋଟି ଟଙ୍କା ।

ନୂଆ ଯୋଜନାକୁ ରାଜ୍ୟ କ୍ୟାବିନେଟର ମୋହର ପରେ ଦୀର୍ଘ ବର୍ଷ ହେବ ପକ୍କା ଘର ଅପେକ୍ଷାରେ ଥିବା ଲୋକଙ୍କ ମୁହଁରେ ହସ ଫୁଟିଛି । ନୂଆ ସରକାର ଗରିବଙ୍କ ପକ୍କା ଘର ସ୍ବପ୍ନ ପୂରଣ କରିବେ ବୋଲି କହିଛନ୍ତି ଲୋକେ । ବିଜେଡି ସରକାରରେ ଦଳୀୟ ଭିତ୍ତିରେ ପକା ଘର ବଣ୍ଟାଯିବା ସହ ଦୁର୍ନୀତିର ଅନେକ ଅଭିଯୋଗ ରହିଥିଲା । ପକା ଘର ପାଇଁ ମାହାଙ୍ଗା ମର୍ଡର ରାଜ୍ୟ ରାଜନୀତିକୁ ସରଗରମ କରିଥିଲା ।


ବିଜୁ ପକ୍କା ଘର ର ଲୋଗୋ ରାଜନୀତି ହେଉ କିମ୍ବା ଭୋଟ ପୂର୍ବରୁ ମୋ ଘର ସ୍କିମ ଲୋକଙ୍କ କଚା ଘର ଦୁଃଖ ଲାଘବ ବଦଳରେ କଟା ଘାରେ ଚୂନ ବୋଳିବା ଭଳି ହୋଇଥିଲା । ଦେଖିବାର କଥା ନୂଆ ଯୋଜନା କେତେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଁଚି ପାରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: