ବିବାଦୀୟ ପାପୋଛ ନେଇ ଲଗାତାର ଖବର ପ୍ରସାରଣ କରିଥିଲା `ଅର୍ଗସ୍'

Key Points
ମହାପ୍ରଭୁଙ୍କ ଛବି ଥିବା ପାଦପୋଛା ହଟାଇଲା ଚୀନ୍ ଇ-କମର୍ସ ପ୍ଲାଟଫର୍ମ AliExpress
ବିବାଦୀୟ ପାପୋଛ ନେଇ ଲଗାତାର ଖବର ପ୍ରସାରଣ କରିଥିଲା `ଅର୍ଗସ୍'
ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
ଅର୍ଗସର ମହାପ୍ରଭାବ । ମହାପ୍ରଭୁଙ୍କ ଛବି ଥିବା ପାଦପୋଛା ହଟିଲା । ତୀବ୍ର ବିରୋଧ ପରେ ହଟାଇଲା ଚୀନ୍ ଇ-କମର୍ସ ପ୍ଲାଟଫର୍ମ AliExpress । ଏହାକୁ ଅପସାରଣ କରାଯାଇଥିବା `X'ରେ ପୋଷ୍ଟ କରି କହିଲା AliExpress । `ରିପୋର୍ଟ କରାଯିବା ପରେ ସେହି ଜିନିଷକୁ ସମୀକ୍ଷା କରି ଅପସାରଣ କରିଛୁ' ବୋଲି ପୋଷ୍ଟରେ କୁହାଯାଇଛି । ଏହା ମଧ୍ୟ କୁହାଯାଇଛି କି `ଜିନିଷଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଆମେ ତଦାରଖ କରୁଛୁ' । ବିବାଦୀୟ ପାଦପୋଛା ନେଇ ଲଗାତାର ଖବର ପ୍ରସାରଣ କରିଥିଲା `ଅର୍ଗସ୍' ।
ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଅର୍ଗସ୍ ଖବର ପ୍ରସାରଣ କରିଥିଲା । ଅର୍ଗସ୍ରେ ପ୍ରଥମେ ଖବର ପ୍ରସାରଣ ପରେ ଥାନାରେ ହୋଇଥିଲା ମାମଲା । ଘଟଣାକୁ ନେଇ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଉପମୁଖ୍ୟମନ୍ତ୍ରୀ । ସୋସିଆଲ୍ ମିଡିଆ `X'ରେ ନିନ୍ଦା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମହାପ୍ରଭୁ ପ୍ରତି ଓଡ଼ିଆଙ୍କ ଆତ୍ମା ଓ ଭାବନା ସହ ଗଭୀର ଭାବେ ଜଡ଼ିତ କହିଥିଲେ । AliExpress ତାହାକୁ ତୁରନ୍ତ ତାଲିକାରୁ ହଟାଉ ବୋଲି କହିଥିଲେ । ଏହି ଆପତ୍ତିଜନକ କାର୍ଯ୍ୟ ପାଇଁ ଭକ୍ତମାନଙ୍କୁ କ୍ଷମା ମାଗୁ ବୋଲି କହିଥିଲେ ।