Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବୈତରଣୀ ନଦୀର ଝାଡେଶ୍ୱର ନିକଟରେ ଜମୁଛି ବାରୁଣୀ ମେଳା

Ritu Das
Browse all articles by Ritu Das
·1 year ago·1 min read
ବୈତରଣୀ ନଦୀର ଝାଡେଶ୍ୱର ନିକଟରେ ଜମୁଛି ବାରୁଣୀ ମେଳା

ପୁଣ୍ୟତୋୟା ବୈତରଣୀ ନଦୀର ଝାଡେଶ୍ୱର ନିକଟରେ ଜମୁଛି ବାରୁଣୀ ମେଳା। ସଞ୍ଜ ନଇଁଲେ ଲାଗୁଛି ଲୋକଙ୍କ ଭିଡ଼। ଚାଟ୍ ଦୋଷା ଭଳି ପାଟି ସୁଆଦିଆ ଖାଦ୍ୟର ଭରପୁର ମଜା ନେଉଛନ୍ତି ଲୋକେ। ଆନନ୍ଦପୁର ଉପଖଣ୍ଡ ଘଷିପୁରାର ଝାଡେଶ୍ୱର ମନ୍ଦିର ନିକଟରେ ବସିଛି ବାରୁଣୀ ମେଳା। ଏହି ମେଳା ୮ଦିନ ଧରି ଚାଲିବ। ମେଳାରେ ଭଳିକି ଭଳି ଖାଦ୍ୟ ପଦାର୍ଥ ସହିତ ଘରକରଣା ସାମଗ୍ରୀ କିଣା ଓ ଦୋଳିର ମଜା ନେଉଛନ୍ତି ସ୍ଥାନୀୟ ଲୋକମାନେ।


ସଞ୍ଜ ନଉଁ ନଉଁ ଜନ ସମୁଦ୍ର ସୃଷ୍ଟି ହେଉଛି ଏହି ସ୍ଥାନରେ। ଝାଡେଶ୍ୱର ପୀଠର ମହିମା ଅନେକ ଥିବା ବେଳେ ଦୂର ଦୁରାନ୍ତରୁ ଲୋକମାନେ ଆସି ମହାଦେବଙ୍କ ଦର୍ଶନ ସହିତ ମେଳାର ମଜା ଉଠାଉଛନ୍ତି। କାହିଁ କେଉଁ ଆବାହମାନ କାଳରୁ ଆରମ୍ଭ ହେଇଥିବା ଏହି ମେଳା ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଆନନ୍ଦପୁର ସମେତ ମୟୂରଭଞ୍ଜ, ଭଦ୍ରକ ଓ ଯାଜପୁରରୁ ଲୋକମାନେ ଆସୁଛନ୍ତି ମେଳା ବୁଲିବାକୁ। ମେଳାକୁ ଶୃଙ୍ଖଳିତ କରିବା ନିମନ୍ତେ ପ୍ରଶାସନିକ ସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସମୟରେ ହେଉଥିବା ମେଳା ମହୋତ୍ସବ ଲୋକଙ୍କୁ ଖୁସି ହେବାର ମାଧ୍ୟମ ସାଜିଥାଏ। ଆମେ ମଧ୍ୟ ଆଶା ରଖିବା ଏହି ମେଳା ଦୀର୍ଘାୟୁ ହେବା ସହିତ ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-baruni-mela-is-held-near-jhadeshwar-on-the-baitarani-river | Argus News