Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚୋରକୁ ଧରିବା ପାଇଁ ବୁଲିଲା ଖଟ 

Manini Pattanayak
Browse all articles by Manini Pattanayak
·1 year ago·2 min read
ଚୋରକୁ ଧରିବା ପାଇଁ ବୁଲିଲା ଖଟ 

ଟିଟିଲାଗଡ଼: ଅନ୍ଧ ବିଶ୍ୱାସ ର ଅନ୍ଧ ଗଳିରେ ଏବେ ରହିଛି ମଣିଷ।  ତନ୍ତ୍ର,  ମନ୍ତ୍ର,  ଯନ୍ତ୍ର କୁ  ମଣିଷ ଅନେକ ବିଶ୍ୱାସ କରୁ ଥିବା ମନେ ହେଉଛି। ବର୍ତ୍ତମାନ ବିଜ୍ଞାନଯୁଗରେ ମଣିଷ ଚନ୍ଦ୍ରପୃଷ୍ଠରେ ପହଞ୍ଚି ପାରିଛି। ହେଲେ ଏବେବି ଅନ୍ଧବିଶ୍ଵାସର ଅନ୍ଧଗଳିରୁ ମୁକୁଳି ପାରିନାହିଁ। ଚୋର ତଥା ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ରହିଥିଲେ ହେଁ ମଣିଷ ଗୁଣିଗାରେଡ଼ିର ସାହାଯ୍ୟ ନେଉଛି। ତାନ୍ତ୍ରିକ ସହାୟତାରେ ଚୋରକୁ ଧରିବା ପାଇଁ ଖଟ ବୁଲାଯାଉଛି। ବ୍ୟବସ୍ଥା ବି ଏପରି ହୋଇଛି ଯେ, ଜଣେ ମହିଳାଙ୍କୁ ଚୋର ବୋଲି ଅଭିହିତ କରି ସର୍ବସାଧାରଣ ସ୍ଥାନରେ ଲାଞ୍ଚିତ କରାଯିବାର ଲଜ୍ଜାଜନକ ଦୃଶ୍ୟ ଦେଖିବାକୁ ମିଳିଛି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇନ୍ତଳା ବ୍ଳକ ଡୁଙ୍ଗୁରିପାଲି ପଞ୍ଚାୟତ ଟୁଇଁଉପେର ଗାଁରେ  ବଲାଙ୍ଗିର ଜିଲ୍ଲା ସଇନ୍ତଳା ବ୍ଳକ ଡୁଙ୍ଗୁରିପାଲି ପଞ୍ଚାୟତ ଟୁଇଁଉପେର ଗାଁରେ। ଦୁଇଦିନ ତଳେ ଜୈନିକ ବ୍ୟକ୍ତିଙ୍କ ସୁନାହାର ଚୋରି ହୋଇଥିଲା। ଚୋର କିଏ ଜାଣିବା ପାଇଁ ସେ ତାନ୍ତ୍ରିକର ସହାୟତ  ନେଇଥିଲେ। ଗୁଡ଼ଭେଲା ଅଞ୍ଚଳର ଜଣେ ତାନ୍ତ୍ରିକଙ୍କୁ ଡାକି ପୂଜାର୍ଚ୍ଚନା କରିଥିଲେ। ପରେ ଖଟ ବୁଲିବା ଆରମ୍ଭ ହୋଇଥିଲା। ଗାଁର ଚାରିଜଣ ଯୁବକ ଖଟକୁ କାନ୍ଧେଇ  ଧରିଥିଲେ।

ଖଟ ବୁଲି ବୁଲି ସଂପୃକ୍ତ ବ୍ୟକ୍ତିଙ୍କ ବୋହୂ ପାଖରେ ପହଞ୍ଚିଥିଲା। ବାରମ୍ବାର ଖଟଟି ବୋହୂଙ୍କ ନିକଟରେ ପହଞ୍ଚିବାରୁ ତାନ୍ତ୍ରିକ ସଂପୃକ୍ତ ବ୍ୟକ୍ତିଙ୍କ ବୋହୂକୁ  ପରୋକ୍ଷରେ ଅଭିଯୁକ୍ତ ସଜାଇଥିଲେ। ଖଟ ଚୋରଧରିବା ଭଳି ଅବାସ୍ତବ ତଥା ଅନ୍ଧବିଶ୍ଵାସକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦେଖନ୍ତୁ ଥରେ ଏହି ଭିଡିଓ କୁ।   ପୋଲିସ ଉପରେ ମଣିଷ ର ବୋଧେ ଭରଷା ନାହିଁ ସେଥିପାଇଁ ତ ତାନ୍ତ୍ରିକ ଉପରେ ଅନେକ ଭରଷା। ଏପରିକି ଘଟଣାସ୍ଥଳରେ ଉପସ୍ଥିତ ଗ୍ରାମବାସୀ ଏଭଳି କାର୍ଯ୍ୟକୁ ପ୍ରତିବାଦ ବାଦ କରି ଖଟ ଖଟ ବୁଲାଇବା ବନ୍ଦ କରିବା ପାଇଁ କହୁ ଥିବା ଭାଇରାଲ ଭିଡିଓରେ ଶୁଣିବାକୁ ମିଳିଛି । ତେବେ ଆଧୁନିକ ଯୁଗ ରେ ମଣିଷ ଚନ୍ଦ୍ର ପୁଷ୍ଟ ରେ ପହଁଚି ଥିବା ବେଳେ ମଣିଷ ନିଜ ବଳ ରେ ଅନେକ ଶକ୍ତିଶାଳୀ ହେଉଛି । ହେଲେ ଜିଲ୍ଲା ପ୍ରଶାସନ ର ସଚେତନତା ଅଭାବ ଯୋଗୁ ଏଭଳି ଘାଟଣ ଦେଖିବାକୁ ମିଳିଛି ବୃଦ୍ଧିଜିବି ମହଲ ରେ ଚର୍ଚ୍ଚା ହେଉଛି  !  ଯୁଗ ବଦଳିବା ସାଙ୍ଗକୁ ବିଜ୍ଞାନ ଉପରେ ଲୋକଙ୍କୁ ବିଶ୍ୱାସ ହେଲେ ଆଜିର ମଣିଷ ସମାଜ ରେ ଅନ୍ଧ ବିଶ୍ୱାସ ଉପରେ କାହିଁକି ଏତେ ଭରଷା ବୋଲି ଚର୍ଚ୍ଚା। 
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Man is still in the blind alley of blind faith, The bed turned to catch the thief | Argus News