ଦୁଃଖ ଦେଉଛି ଭାଲୁକା ନାଳ

ଅର୍ଗସ ବ୍ୟୁରୋ: ପୂର୍ବ ସରକାର ୨୫ ବର୍ଷ ଶାସନ କଲେ । ଗ୍ରାମାଞ୍ଚଳର ବିକାଶ ଲାଗି କୋଟି କୋଟି ଟଙ୍କାର ବ୍ୟୟ ବରାଦ କରୁଥିଲେ, କିନ୍ତୁ ବାସ୍ତବରେ ଗ୍ରାମାଞ୍ଚଳ ବିକାଶ ଖାଲି କାଗଜ କଲମରେ ଚାଲିଥିଲା । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଚନ୍ଦ୍ରଶେଖରପୁର ପଞ୍ଚାୟତ କାଞିଆଶୁଳା ଗ୍ରାମ ପଞ୍ଚୁ ସାହିକୁ ଆସିଲେ ଏହା ଆପଣ ଭଲଭାବରେ ଜାଣିପାରିବେ । ଏହି ଗାଁ କୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ । ଗାଁ କୁ ଯିବାକୁ ହେଲେ ଏହି ଭାଲୁକା ନାଳ ପାର ହୋଇ ଯିବାକୁ ପଡ଼ିବ ।
ସ୍ବାଧୀନତା ର ୭୭ ବର୍ଷ ପରେ ମଧ୍ୟ ନାଳ ଉପରେ ପୋଲଟିଏ ହେଲାନାହିଁ । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସାହିରେ ୨୦ ରୁ ଅଧିକ ପରିବାର ରହୁଛନ୍ତି। ସବୁଦିନିଆ ରାସ୍ତା ନ ଥିବାରୁ ଯମ ଯନ୍ତ୍ରଣା ଭୋଗୁଛନ୍ତି ସାହି ବାସୀନ୍ଦା। ଏପରିକି ରାସ୍ତା ନଥିବା ଯୋଗୁଁ ସାହିକୁ ଅନେକ ସମୟରେ ଆମ୍ବୁଲାନ୍ସ ଯିବା ସମ୍ଭବ ହେଉନାହିଁ। ଏମିତିରେ ରୋଗୀକୁ ଖଟିଆରେ ବୋହିବାକୁ ପଡ଼େ ।
📱 Get Argus News App
✨ଏନେଇ ସାହିବାସୀ ଅନେକଥର ପଞ୍ଚାୟତ ଠାରୁ ଆରମ୍ଭ କରି ବିଡ଼ିଓ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୋଣସି ଫଳପ୍ରଦ ହୋଇପାରିନାହିଁ । ବର୍ଷା ଦିନେ ନାଳ ପାରି ହେବା ବେଳେ ବାଜି ଲାଗୁଛି ଜୀବନ। ମାତ୍ର ପ୍ରଶାସନର ଏଥିପ୍ରତି ନିଘା ନାହିଁ।