ଚାଷୀଙ୍କୁ ଦେଇଥିବା ବଡ଼ ପ୍ରତିଶ୍ରୁତି ମାତ୍ର 6 ମାସ ଭିତରେ କଲେ ପୂରଣ

Key Points
- ବିଜେପି ସରକାରଙ୍କ ଆଉ ଏକ ବଡ଼ ମାଷ୍ଟରଷ୍ଟ୍ରୋକ୍
- ଚାଷୀଙ୍କୁ ଦେଇଥିବା ବଡ଼ ପ୍ରତିଶ୍ରୁତି ମାତ୍ର 6 ମାସ ଭିତରେ କଲେ ପୂରଣ
- ବରଗଡ଼ ସୋହେଲାରେ ବିଶାଳ ଚାଷୀ ସମାବେଶ
- ଚାଷୀଙ୍କୁ 800 ଟଙ୍କା ବୋନସ୍ ମିଳିବାର ହେଲା ଶୁଭାରମ୍ଭ
- ଧାନ କ୍ବିଣ୍ଟାଲ ପିଛା 3100 ଟଙ୍କା ପାଇଲେ ଓଡ଼ିଶାର କୃଷକ
- 100 ଟଙ୍କା ବୋନସ୍ ଦେବାକୁ କହି ବାରମ୍ବାର ଠକିଥିଲେ ନବୀନ ପଟ୍ଟନାୟକ
ଅର୍ଗସ ବ୍ୟୁରୋ: କଥା ଦେଇ କଥା ରଖିଲେ ବିଜେପି ସରକାର। ଚାଷୀଙ୍କୁ 100 ଟଙ୍କା ବୋନସ୍ ଦେବେ କହି ଯେଉଁ ସୋହେଲାରେ ଚାଷୀଙ୍କୁ ଠକିଥିଲେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସେହି ସୋହେଲାରୁ ଓଡ଼ିଶାର ଚାଷୀଙ୍କୁ 800 ଟଙ୍କା ବୋନସ୍ ଦେବାର ଶୁଭାରମ୍ଭ କରିଛନ୍ତି ବିଜେପି ସରକାରର ମୁଖ୍ୟମନ୍ତ୍ରୀ । ବରଗଡ଼ ସୋହେଲାରେ ବିଶାଳ ଚାଷୀ ସମାବେଶରେ ଧାନ କ୍ବିଣ୍ଟାଲ୍ ପିଛା 31 ଶହ ଟଙ୍କା ହିସାବରେ ଚାଷୀଙ୍କୁ ଚେକ୍ ପ୍ରଦାନ କରିଛନ୍ତି ମୋହନ ମାଝୀ। କହିଛନ୍ତି ଆଜିର ଦିନ ଓଡ଼ିଶା ଚାଷୀଙ୍କ ଲାଗି ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ।
2013 ଓ 15 ଦୁଇ ଦୁଇ ଥର ଚାଷୀଙ୍କୁ ବୋନସ ଘୋଷଣା କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୋନସ୍ ତ ଦେଲେନି ଅନ୍ୟପଟେ ଚାଷୀଙ୍କ କଟା ଘାରେ ଚୁନ ମାରିଥିଲେ ବିଜେଡିର ବରିଷ୍ଠ ନେତା ଓ ପାଣ୍ଡିଆନ। ବିଜେଡି ଦେଖାଇଥିଲା ବାହାନା, ବୋନସ୍ ଦେଲେ ଚାଉଳ ନେବନି FCI। ପାଣ୍ଡିଆନ୍ କହିଥିଲେ 25 ବର୍ଷ ତଳକୁ ପଳାଇବ ଓଡ଼ିଶା। ଏଥିରୁ ସ୍ପଷ୍ଟ ହୋଇଥିଲା ବିଜେଡିର ଚାଷୀ ବିରୋଧୀ ନୀତି। କିନ୍ତୁ ବିଜେପି ସରକାର ଆସିବା ପରେ ବଦଳିଲା ନୀତି । ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରତିଶ୍ରୁତି ଦେବାର 6 ମାସ ଭିତରେ ଆମେ ପୂରଣ କରିଛୁ । ଏତିକି ନୁହେଁ ଧାନ କିଣାରେ ଦଲାଲି ରୋକିବାକୁ ସରକାର ପ୍ରତିଶ୍ରୁତି ବଦ୍ଧ। ଧାନ କ୍ବିଣ୍ଟାଲ ପିଛା 800 ଟଙ୍କାର ବୋନସ୍ ମିଳିବା ଫଳରେ ଚାଷୀ ଏବଂ ଓଡ଼ିଶା ଅର୍ଥନୀତିକୁ ମିଳିଛି ନୂଆ ଡେଣା।