Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀବାସୀଙ୍କ ପାଇଁ ଖୁସି ଖବର, ଦୂର ହେବ ପର୍ଯ୍ୟଟକଙ୍କ ଦୁଃଖ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ପୁରୀବାସୀଙ୍କ ପାଇଁ ଖୁସି ଖବର, ଦୂର ହେବ ପର୍ଯ୍ୟଟକଙ୍କ ଦୁଃଖ

Key Points

ଦୂର ହେବାକୁ ଯାଉଛି ପୁରୀ ସହରବାସୀ ଓ ପର୍ଯ୍ୟଟକଙ୍କ ଦୁଃଖ

ଶୁଣିନଥିଲା ୨୪ ବର୍ଷର ବିଜେଡି ସରକାର, ଶୁଣିଲା ବିଜେପି ସରକାର । ଦ୍ରୁତଗତିରେ ଚାଲିଛି ବହୁ ପ୍ରତୀକ୍ଷିତ ପୁରୀ ସିଦ୍ଧମହାବୀର ରେଳ ଓଭରବ୍ରିଜ୍ ନିର୍ମାଣ । ୬୩.୮୪ ମିଟର ଲମ୍ୱ ଓଭରବ୍ରିଜ୍ ପାଇଁ ୧୩୭ କୋଟି ୬୧ ଲକ୍ଷ ଟଙ୍କା ବ୍ୟୟବରାଦ । ରେଳ ଫାଟକ ପଡି ଯାଉଥିବାରୁ ଲୋକଙ୍କୁ ଘଣ୍ଟା ଘଣ୍ଟା କରିବାକୁ ପଡୁଥିଲା ଅପେକ୍ଷା । ଏଣିକି ଆଉ ରହିବନି ଟ୍ରାଫିକ ସମସ୍ୟା, ପୁରୀରୁ କୋଣାର୍କ ଯାତାୟତ ହେବ ସୁଗମ ।

ଦୂର ହେବାକୁ ଯାଉଛି ପୁରୀ ସହରବାସୀ ଓ ପର୍ଯ୍ୟଟକଙ୍କ ଦୁଃଖ । ଜୋରସୋରରେ ଚାଲିଛି ସିଦ୍ଧ ମହାବୀର ରେଳ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗତବର୍ଷ ଏହାର ଶିଳାନ୍ୟାସ କରିଥିବା ବେଳେ ୧୩୭ କୋଟି ୬୧ଲକ୍ଷ ଟଙ୍କାରେ ନିର୍ମିତ ହେବ ଏହି ରେଳ ଓଭରବ୍ରିଜ୍ । ଏହାଦ୍ବାରା ପୁରୀରୁ କୋଣାର୍କ ଯାତାୟତ ନେଇ ଟ୍ରାଫିକ ସମସ୍ୟା ଆଉ ହେବ ନାହିଁ।

ପର୍ଯ୍ୟଟନ ସହର ପୁରୀକୁ ପ୍ରତିଦିନି ଶତାଧିକ ଟ୍ରେନ୍ ଯାତାୟତ କରୁଥିବା ବେଳେ ସିଦ୍ଧମହାବୀରଠାରେ ଅଧିକାଂଶ ସମୟରେ ରେଳ ଫାଟକ ପଡ଼ି ରହୁଛି । ଫଳରେ ଆମ୍ବୁଲାନ୍ସ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକେ, ଛାତ୍ରଛାତ୍ରୀ, ପର୍ଯ୍ୟଟକ ନାହିଁ ନଥିବା ହଇରାଣ ହେଉଛନ୍ତି । ବାରମ୍ବାର ଦାବି ପରେ ବି ବିଜେଡି ସରକାର ଏହା ଉପରେ ଦୃଷ୍ଟି ଦେଇନଥିଲେ । ଯାହାକି ବିଜେପି ସରକାର ଦୀର୍ଘଦିନର ସ୍ବପ୍ନ ସାକାର କରିବାକୁ ଯାଉଥିବା ବେଳେ ଧନ୍ୟବାଦ ଜଣାଇଛି ରେଳ ଓଭରବ୍ରିଜ୍ କ୍ରିୟାନୁଷ୍ଠାନ କମିଟି ।

ଚୂଡ଼ାନ୍ତ ନକ୍ସା ଅନୁଯାୟୀ ରେଳ ଓଭରବ୍ରିଜର ଲମ୍ୱ ୬୩.୮୪ ମିଟର ଓ ଚଉଡ଼ା ୨୪ ମିଟର ରହିବ । ଏଥିରେ ଦୁଇ ଟିକିଆ ରାସ୍ତା, ଡ୍ରେନେଜ, ସର୍ଭିସ ରୋଡ଼ ଆଦି ରହିବ। ଓଭରବ୍ରିଜ୍ ନିର୍ମାଣ ପାଇଁ ଆହୁରି ୨.୬୬ ଏକର ଜମିର ଆବଶ୍ୟକତା ରହିଥିବାବେଳେ ରାସ୍ତାର ଲମ୍ୱ ୯୦୦ ମିଟର ଓ ଦୁଇ ପାର୍ଶ୍ୱରେ ଆପ୍ରୋଚ ରୋଡ଼ ନିର୍ମାଣ ନିମନ୍ତେ ୮୦ ଫୁଟ ଚଉଡ଼ାର ଜମି ଅଧିଗ୍ରହଣ କରାଯାଇଛି ।

ଏହି ପ୍ରକଳ୍ପ ପାଇଁ ମାଟିଆପଡା, ସିଦ୍ଧମହାବୀର, କୁମୁଟିପାଟଣା ଓ ବାଲୁଖଣ୍ଡ ମୌଜାର ଲୋକ ବିସ୍ଥାପିତ ହୋଇଥିବାବେଳେ ମଧ୍ୟରୁ ଅଧିକାଂଶ କ୍ଷତିପୂରଣ ପାଇ ସାରିଛନ୍ତି। ଆଉ କିଛି ଜଣ ପାଇନଥିବା ଅଭିଯୋଗ ହୋଇଛି । ସେପଟେ ଓଭରବ୍ରିଜ୍ ନିର୍ମାଣ ସହ ସମ୍ପୃକ୍ତ ସମସ୍ତ ବିଭାଗ ସହ ଆଲୋଚନା କରାଯାଇ ଧାର୍ଯ୍ୟ ସମୟ ମଧ୍ୟରେ ଏହା ଶେଷ ହେବ କହିଛନ୍ତି ଜିଲ୍ଲାପାଳ ।

ପୁରୀରୁ କୋଣାର୍କ, ଅସ୍ତରଙ୍ଗ, କାକଟପୁର, ଜଗତସିଂହପୁରକୁ ଯାତାୟାତ ସୁଗମ ନେଇ ସିଦ୍ଧମହାବୀର ରେଳ ଓଭରବ୍ରିଜର ନିର୍ମାଣ ଦ୍ରୁତଗତିରେ ଚାଲିଥିବାବେଳେ ଖୁବଶୀଘ୍ର ପୁରୀରୁ କୋଣାର୍କ ରେଳ ଲାଇନ୍ ପ୍ରକଳ୍ପ ମଧ୍ୟ ଆରମ୍ଭ ହେବ ବୋଲି କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The BJD government did not listen, the BJP government did. | Argus News