Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଶୁଦ୍ଧ ପାଣି ଯୋଗାଇବାରେ ବିଫଳ ତତ୍କାଳୀନ ବିଜେଡି ସରକାର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବିଶୁଦ୍ଧ ପାଣି ଯୋଗାଇବାରେ ବିଫଳ ତତ୍କାଳୀନ ବିଜେଡି ସରକାର

ନୂଆପଡା:  ଗ୍ରୀଷ୍ମ ଆରମ୍ଭରୁ ପାଣି ପାଇଁ ହାହାକାର ଲୋକେ । ନଳକୂଅ ସାମନାରେ ମହିଳା ମାନଙ୍କର ଲମ୍ବା ଲାଇନ । ନୂଆପଡ଼ା ବ୍ଲକ ଆମାନାରା ପଞ୍ଚାୟତ ଜରିଡ଼ିହି ଗାଁର ଦେଖିବାକୁ ମିଳିଛି ଏଳଭି ଦୃଶ୍ୟ  । ଗାଁରେ ବସୁଧା ଯୋଜନାରେ ପାଇପ ତ ବିଛାଯାଇଛି । ହେଲେ ଆଜିକୁ ଛଅ ମାସ ହେବ ପାଣିର ଦେଖାନାହିଁ । ଫଳରେ ଫ୍ଲୋରାଇଡ ପାଣି ପିଇ ଶୋଷ ମେଣ୍ଟାଉଛନ୍ତି ଲୋକେ ।

ତଥ୍ୟ ଅନୁସାରେ ନୂଆପଡ଼ା ଜିଲ୍ଲାରେ 902 ଗୋଟି ଗାଁରେ  ଫ୍ଲୋରାଇଡ଼ ପାଣି ବାହାରୁଛି । ସେହି ଅଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ମେଗା ପ୍ରକଳ୍ପରେ 370 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବର୍ତ୍ତମାନ ସୁଦ୍ଧା 222 ଗୋଟି ଗାଁକୁ ପାଣି ମିଳୁଥିବା ବେଳେ ଜିଲ୍ଲାର ବୋଡ଼େନ ଏବଂ କୋମନା ଅଞ୍ଚଳରେ ମେଗା ପ୍ରକଳ୍ପରେ ପାଣି ପାଉନାହାନ୍ତି ଲୋକେ । ଆଗକୁ ଗ୍ରୀଷ୍ମ ଋତୁ ଆରମ୍ଭ ହେଉଥିବାରୁ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ଅନ୍ୟପଟେ ଏ ସମର୍କରେ ପଚାରିବାରୁ ବହୁତ ଶୀଘ୍ର ପାଣି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ନୂଆପଡ଼ା ଅଧିକ୍ଷଣ ଯନ୍ତ୍ରୀ , ସ୍ୱାସ୍ଥ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ।


ଗୋଟିଏ ପଟେ ଜଳକଷ୍ଟ ଅନ୍ୟପଟେ ଜଳ ନାଁରେ ଜହର, ବିଶୁଦ୍ଧ ପାନୀୟ ଜଳ ଟିକେ ଯୋଗାଇ ପାରିଲା ନାହିଁ ତତ୍କାଳୀନ ବିଜେଡି ସରକାର । ଜଳ ନାଁ ରେ ଫ୍ଲୋରାଇଡ ନାମକ ଜହର ପିଉଛନ୍ତି ନୂଆପଡ଼ା ଜିଲ୍ଲାର ଲୋକେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The BJD government failed to provide clean water | Argus News