Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୪ ବର୍ଷ ବଦଳରେ ୨୫ ବର୍ଷ ଜେଲଦଣ୍ଡ ଭୋଗିବା ପଛରେ ବିଜେଡି ସରକାର ଦାୟୀ

Banajyotshna Ray
Browse all articles by Banajyotshna Ray
·1 year ago·2 min read
୧୪ ବର୍ଷ ବଦଳରେ ୨୫ ବର୍ଷ ଜେଲଦଣ୍ଡ ଭୋଗିବା ପଛରେ ବିଜେଡି ସରକାର ଦାୟୀ

Key Points

25 ବର୍ଷ ପରେ ଜେଲରୁ ମୁକୁଳିଲେ ଗ୍ରାହମ ଷ୍ଟେନ୍ ହତ୍ୟା ମାମଲାର ଦୋଷୀ ମହେନ୍ଦ୍ର
କହିଲେ ଉଦ୍ଦେଶ୍ୟମୂଳକ ଭାବେ ମତେ ଦୋଷୀ ବନାଇ ପଠାଯାଇଥିଲା କାରାଗାର
ଧର୍ମାନ୍ତରୀକରଣ ଓ ଗୋହତ୍ୟାକୁ ବିରୋଧ କରୁଥିବାରୁ ମିଛରେ ଦିଆଯାଇଥିଲା ଫସାଇ
୧୪ ବର୍ଷ ବଦଳରେ ୨୫ ବର୍ଷ ଜେଲଦଣ୍ଡ ଭୋଗିବା ପଛରେ ବିଜେଡି ସରକାର ଦାୟୀ
୧୯୯୯ରେ ଅଷ୍ଟ୍ରେଲିୟ ମିସନାରୀ ଷ୍ଟେନ ଓ ଦୁଇ ପୁଅଙ୍କୁ ପୋଡ଼ି କରାଯାଇଥିଲା ହତ୍ୟା
ଏବେ ବି ମୁଖ୍ୟଭିଯୁକ୍ତ ଦାରା ସିଂ ଜେଲରେ କାଟୁଛି ଆଜୀବନ ସଜ୍ଜା

ମୁଁ ନିର୍ଦ୍ଦୋଶ। ବେଆଇନ୍ ଧର୍ମାନ୍ତରୀକରଣ ଓ ଗୋହତ୍ୟାକୁ ବିରୋଧ କରୁଥିବାରୁ ମତେ ମିଛରେ ଫସାଇ ଦିଆଯାଇଥିଲା। ବହୁ ଚର୍ଚ୍ଚିଚ ଅଷ୍ଟ୍ରେଲିୟ ମିସନାରୀ ଗ୍ରାହମ ଷ୍ଟେନ୍ ଓ ତାଙ୍କ ଦୁଇ ଶିଶୁ ପୁତ୍ରଙ୍କୁ ହତ୍ୟା ମାମଲାର ଅନ୍ୟତମ ଦୋଷୀ ମହେନ୍ଦ୍ର ହେମ୍ବ୍ରମ୍ ଜେଲରୁ ମୁକୁଳିବା ପରେ ପୂର୍ବ ବିଜେଡି ସରକାର ବିରୋଧରେ କରିଛନ୍ତି ବିଷୋଦଗାର। କହିଛନ୍ତି ୧୪ ବର୍ଷ ଜେଲ ସଜ୍ଜା ଭୋଗିବା ପରେ ମୁକୁଳିବା ପାଇଁ ରାଜ୍ୟପାଳ ଅନୁମତି ଦେଇଥିଲେ। କିନ୍ତୁ ସେତେବେଳେ ବିଜେଡି ସରକାର ଫାଇଲକୁ ଉଦ୍ୟେଶମୂଳକ ଭାବେ ଚାପି ରଖିଲେ । ଯାହା ଫଳରେ ୧୪ ବଦଳରେ ୨୫ ବର୍ଷ ଜେଲ ସଜା କାଟିବାକୁ ପଡ଼ିଲା। ମହେନ୍ଦ୍ର ଜେଲରେ ଥିବା ବେଳେ ତାଙ୍କ ପୈତୃକ ସଂପତ୍ତିକୁ ଗାଁର କିଛି ବ୍ୟକ୍ତି ଜବରଦଖଲ କରିରଖିଛନ୍ତି । ତେଣୁ ତାଙ୍କ ପରିବାର ବିଭିନ୍ନ ସମସ୍ୟା ଦେଇ ଜୀବନ ବିତାଉଛନ୍ତି। ତେଣୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ମହେନ୍ଦ୍ର ଏବଂ ତାଙ୍କ ପରିବାର।

୧୯୯୯ ଜାନୁଆରୀ ୨୧ ରତିରେ କେନ୍ଦୁଝର ଜିଲ୍ଲା ମନୋହରପୁରରେ ଅଷ୍ଟ୍ରେଲିୟ ମିସନାରୀ ଗ୍ରାହମ ଷ୍ଟେନ ଏବଂ ତାଙ୍କ ଦୁଇ ପୁଅ ୧୦ ବର୍ଷୀୟ ଫିଲିପ୍ ଓ ୬ ବର୍ଷୀୟ ତିମୋଥୀ ଗାଡ଼ିରେ ଶୋଇଥିବା ବେଳେ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ପୋଡ଼ି ହୋଇ ୩ ଜଣ ପ୍ରାଣ ହରାଇଥିଲେ। ଏ ଘଟଣା ସେତେବେଳେ ସାରା ଦେଶରେ ଚହଳ ପକାଇଥିଲା। ଘଟଣାକୁ ସମସ୍ତେ ନିନ୍ଦା କରିଥିବା ବେଳେ ବେଆଇନ୍ ଧର୍ମାନ୍ତରୀକରଣକୁ ମଧ୍ୟ ବିରୋଧ କରାଯାଇଥିଲା। ଦୋଷୀଙ୍କୁ ଧରିବାକୁ ତତ୍ପରତା ଦେଖାଇଥିଲେ ତତକାଳୀନ ବିଜେଡି ସରକାର । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କ ସମେତ ୪୯ ଜଣଙ୍କୁ ଗିରଫ କରାଯାଇଥିଲା। ୨୦୦୩ରେ ନିମ୍ନ ଅଦାଲତ ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ ଏଥିସହ ମହେନ୍ଦ୍ର ହେମ୍ବ୍ରମ ଓ ନାବାଳକ ଅଭିଯୁକ୍ତ ସୁଦର୍ଶନ ନାୟକଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ।


ଏହାକୁ ଦାରା ସିଂଙ୍କ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ୨୦୦୫ରେ ଓଡ଼ିଶା ହାଇକୋର୍ଟ ଦାରା ସିଂଙ୍କ ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ। ସୁଦର୍ଶନ ନାବାଳକ ଥିବାରୁ ଶୀଘ୍ର ମୁକୁଳି ଯାଇଥିଲା। ଏବେ ମହେନ୍ଦ୍ର ଜେଲରୁ ଖଲାସ ହୋଇଥିବା ବେଳେ ଦାରା ସିଂ ଏବେବି ସଜା କାଟୁଛନ୍ତି। ଆଦିବାସୀ ଇଲାକାରେ ବେଆଇନ୍ ଧର୍ମାନ୍ତରୀକରଣ ଓ ଗୋହତ୍ୟା ବିରୋଧରେ କାମ କରୁଥିବା ସାମାଜିକ କର୍ମୀମାନେ ଏବେ ଦାରା ସିଂ ଓ ମହେନ୍ଦ୍ରଙ୍କୁ ନିର୍ଦ୍ଦୋଶ ବୋଲି ଦାବି କରୁଛନ୍ତି
ମେ ୫ ରେ ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଖଲାସ ନେଇ କୋର୍ଟରେ ଶୁଣାଣି ଅଛି। ରାଜ୍ୟ ସରକାର ଏ ନେଇ କୋର୍ଟରେ ରିପୋର୍ଟ ଦାଖଲ କରିସାରିଥିବା ବେଳେ ତାଙ୍କୁ ମଧ୍ୟ ମୁକ୍ତି ମିଳିବ ବୋଲି ତାଙ୍କ ସମର୍ଥକ ଆଶାବାଦୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-bjd-government-is-responsible-for-the-sentence-of-25-years-in-prison-instead-of-14-years | Argus News