Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ସରକାର ଅମଳରେ ଚାଲିଥିଲା ବେଧଡକ ଖଣି ଲୁଟ

Manini Pattanayak
Browse all articles by Manini Pattanayak
·1 year ago·1 min read
ବିଜେଡି ସରକାର ଅମଳରେ ଚାଲିଥିଲା ବେଧଡକ ଖଣି ଲୁଟ

ଖୋର୍ଦ୍ଧା: ଖୋର୍ଦ୍ଧାରେ ମହାପ୍ରଭୁଙ୍କ ଖଣି ମହାଲୁଟ । ବେଆଇନ ଖଣି ଖନନ ମାମଲାରେ 5 ଲିଜ ଧାରୀଙ୍କ ବିରୋଧରେ ଏତଲା ଦେଲେ ଖୋର୍ଦ୍ଦା ଉପଜିଲ୍ଲାପାଳ । ଖଣି ମାଫିଆଙ୍କ ଅଣ୍ଟା ଭାଙ୍ଗିବେ କହିଲେ ନୂଆ ସରକାର। ମାମଲା ପରେ ଜେଲ ଯିବେ କି ଖଣି ଲୁଟର ସର୍ଦ୍ଦାର? ବିଜେଡି ସରକାର ଅମଳରେ ଚାଲିଥିଲା ବେଧଡକ ଖଣି ଲୁଟ୍ । ଲିଜ ଏରିଆ ବାହାରେ ଖଣି ଖୋଳି ମାଲେମାଲ ହେଉଥିଲେ ମାଫିଆ । 

ବେଆଇନ ଖଣି ଖନନ ମାମଲାରେ 5 ଲିଜ ଧାରୀଙ୍କ ବିରୋଧରେ ଏତଲା ଦେଲେ ଖୋର୍ଦ୍ଦା ଉପଜିଲ୍ଲାପାଳ... ଖଣି ଲିଜ ଏରିଆ ବାହାରେ ଏମାନେ  ବେଧଡକ ଭାବେ ଖଣି ଖୋଳି ଚାଲିଥିଲେ..ପ୍ରଶାସନର ନିର୍ଦ୍ଦେଶକୁ ଖାତିର ନ  ଥିଲା କି ନିତି ନିୟମକୁ ଭ୍ରୁକ୍ଷେପ ନ ଥିଲା...  ଏ ବେଧଡକ ଲୁଟ ବାବଦରେ ସବୁ ଜାଣି ବି ଚୁପ ଥିଲେ  ପୂର୍ବ ସରକାର.. କାହିଁକି ନା ଏ ଲୁଟରେ କେବଳ ଖଣି ମାଲିକ ନ ଥିଲେ ଥିଲେ କିଛି ଦୁର୍ନିତି ଗ୍ରସ୍ତ ଅଫିସର ଓ ନେତା।  ମହାପ୍ରଭୁଙ୍କ ଖଣିରୁ ବେଆଇନ୍‌ ଖଣି ଉତ୍ତୋଳନ ପାଇଁ ୧୯ ଜଣ ଖଣି ମାଲିକଙ୍କୁ ୨୦୨୨-୨୩ ରେ ହୋଇଥିଲା  22 କୋଟି 65 ଲକ୍ଷ ଜୋରିମାନା।

14 ଜଣ ଜୋରିମାନା ଦେଇଥିବା ବେଳେ ବାକି 5 ଜଣ ଜୋରିମାନା ଦେଇ ନ ଥିଲା।   ଦେବସ୍ମିତା ସାମନ୍ତରାୟ, ଜଗଦୀଶ ବରାଳ, ଅଜୟ ଅଗ୍ରୱାଲ,ନରେନ୍ଦ୍ର ଭୁରେ,ଦେବଜାନି ପ୍ରହରାଜଙ୍କ ନାମରେ  ଖୋର୍ଦ୍ଦା ଉପଜିଲ୍ଲାପାଳ ସଦର ଥାନାରେ ଏତଲା ଦେଇଛନ୍ତି। ଏମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ ବି ସିଲ କରାଯାଇଛି। ମହାପ୍ରଭୁଙ୍କ ବିଭିନ୍ନ ପଥର ଖଣିରୁ ବେଆଇନ ଖଣି ଖନନ ନେଇ ଶ୍ରୀମନ୍ଦିର ପ୍ରଶାସନ ବିଭିନ୍ନ ସମୟରେ ଲିଜ ଧାରୀଙ୍କୁ ନୋଟିସ ଦେଇଥିଲା॥ ଶ୍ରୀମନ୍ଦିର ପ୍ରଶାସନ ଏତଲା ଦେବା ସହ ସଂପକ୍ତ ଲିଜଧାରୀଙ୍କୁ କଳା ତାଲିକାଭୁକ୍ତ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The BJD government was in the process of looting massive mines | Argus News