Videos
|
Odisha

ଓଡ଼ିଶାର ବହୁ ବରପୁତ୍ରଙ୍କ ନାଁରେ ଯୋଜନାର ଘୋଷଣା କଲେ ବିଜେପି ସରକାର

Ritu Das
Browse all articles by Ritu Das
·2 years ago·1 min read
ଓଡ଼ିଶାର ବହୁ ବରପୁତ୍ରଙ୍କ ନାଁରେ ଯୋଜନାର ଘୋଷଣା କଲେ ବିଜେପି ସରକାର

ଅର୍ଗସ ବ୍ୟୁରୋ: ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ । ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା । ଓଡ଼ିଶାର ଏ ସବୁ ବରପୁତ୍ରଙ୍କ ନାଁରେ ଏବେ ଚାଲିବ ଯୋଜନା । ଓଡ଼ିଆ ଅସ୍ମିତା ପାଇଁ ବଳିଦାନ ଦେଇଥିବା ବରପୁତ୍ରଙ୍କ ନାଁରେ ଓଡ଼ିଶାର ବିଜେପି ସରକାର ବିଭିନ୍ନ ଯୋଜନାର ନାମକରଣ କରିବାକୁ ଚର୍ଚ୍ଚା। 

ଦୁର୍ଭାଗ୍ୟର କଥା ବିଜେଡିର 24 ବର୍ଷର ଶାସନରେ ରାଜନୈତିକ ସ୍ବାର୍ଥ ପାଇଁ କେବଳ ଗୋଟିଏ ବ୍ୟକ୍ତିତ୍ବକୁ ଓଡ଼ିଆଙ୍କ ଆଖି ଆଗରେ ରଖୁଥିଲା ବିଜେଡି । ଏବେ ବି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ରହିଛି। ବିଜୁଙ୍କୁ ସମ୍ମାନରେ ସମସ୍ୟା ନାହିଁ, କିନ୍ତୁ ମାଧୋ ସିଂଙ୍କ ଭଳି ବରପୁତ୍ରମାନେ ବି ବଳିଦାନ ଦେଇଥିଲେ। କିନ୍ତୁ ବିଜେଡି ଅନ୍ୟ ସମସ୍ତଙ୍କ କରୁଥିଲା ଅଣଦେଖା।  

କଳିଙ୍ଗ ଯୁଦ୍ଧର ଗାଥା, କପିଳେନ୍ଦ୍ର ଦେବଙ୍କ ସୁଶାସନ, ପ୍ରଜା ବତ୍ସଳ ରାଜା ଐର ଖାରବେଳଙ୍କଠାରୁ ନେଇ ଉତ୍କଳ ଗୌରବ ମଧୁବାବୁ ଓ ଉତ୍କଳ ମଣି ଗୋପବନ୍ଧୁ, ମାଧୋ ସିଂଙ୍କ ପର୍ଯ୍ୟନ୍ତ ବିଜୁଙ୍କ ପୂର୍ବରୁ ଅନେକ ଓଡ଼ିଆଙ୍କ ଅସ୍ମିତା ରକ୍ଷା ପଛରେ ଅନେକ ବ୍ୟକ୍ତିତ୍ବଙ୍କ ବଳିଦାନ ରହିଛି । ଏବେ ଲୋକେ କହୁଛନ୍ତି ଓଡ଼ିଆ ବରପୁତ୍ରଙ୍କୁ ଉପଯୁକ୍ତ ସମ୍ମାନ ମିଳିଲା। 

24 ମହାଲଢ଼େଇରେ ଓଡ଼ିଆ ଅସ୍ମିତାକୁ ପ୍ରମୁଖ ପ୍ରସଙ୍ଗ କରିଥିଲା ବିଜେପି । ନିର୍ବାଚନ ଜିତିବା ପରେ ବରପୁତ୍ରଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରି ଓଡ଼ିଆ ଅସ୍ମିତାକୁ ହିଁ ମିଳିଛି ସର୍ବାଧିକ ଗୁରୁତ୍ବ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: