Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୂର୍ବ ସରକାର ଯାହା କଲେ ନାହିଁ, କରି ଦେଖାଇବେ ବିଜେପି ସରକାର

Odisha

ପୂର୍ବ ସରକାର ଯାହା କଲେ ନାହିଁ, କରି ଦେଖାଇବେ ବିଜେପି ସରକାର

Ritu Das
Browse all articles by Ritu Das
·1 year ago·2 min read
ପୂର୍ବ ସରକାର ଯାହା କଲେ ନାହିଁ, କରି ଦେଖାଇବେ ବିଜେପି ସରକାର

ଆଉ ପାଣିରେ ପଡିବନି ଚାଷୀର ବର୍ଷଯାକର ପରିଶ୍ରମ । ଅଦିନିଆ ବର୍ଷା ଯୋଗୁଁ ଫସଲ କ୍ଷତି ହେଲେ ବି ଚିନ୍ତାରେ ପଡିବନି ଚାଷୀ । ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ମୁକାବିଲା ପାଇଁ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ସରକାର । ୨୪ ବର୍ଷ ଶାସନରେ ରହିବା ପରେ ବି, ବିଗତ ସରକାର ଅଦିନିଆ ବର୍ଷାକୁ ବିପର୍ଯ୍ୟୟ ତାଲିକା ଭୁକ୍ତ କରିନଥିଲେ । ଯାହାଫଳରେ ପ୍ରାୟ ସମୟରେ ଅମଳ ବେଳେ ଅଦିନିଆ ବର୍ଷା ଯୋଗୁଁ ଫସଲ କ୍ଷତି ସହୁଥିଲେ ଚାଷୀ । ଯେଉଁଥିପାଇଁ ବନ୍ୟା, ବାତ୍ୟା, ମରୁଡି ଜନିତ ବିପର୍ଯ୍ୟୟ ଭଳି ଅଦିନିଆ ବର୍ଷାରେ ଫସଲହାନୀ ହେଲେ ଆଇନ ଅନୁସାରେ ଚାଷୀଙ୍କୁ ମିଳୁନଥିଲା ସହାୟତା ।


ଫସଲ ବୀମା, ନହେଲେ ସରକାରଙ୍କ ହାତ ଟେକା ସାହାଯ୍ୟକୁ ଚାହିଁ ରହୁଥିଲେ କ୍ଷତିଗ୍ରସ୍ତ ଚାଷୀ । କିନ୍ତୁ ଏଥର ସରକାର ବଦଳିଛି । ନିଜେ ଗ୍ରାଉଣ୍ଡକୁ ଯାଇ ଚାଷୀଙ୍କୁ ଭେଟି ଆଲୋଚନା କରିବା ସହ କ୍ଷେତ ପରିଦର୍ଶନ କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ । ଦୁଇ ଉପମୁଖ୍ୟମନ୍ତ୍ରୀ, ଅନ୍ୟ ବିଭାଗର ମନ୍ତ୍ରୀ ଓ ବିଜେପି ବିଧାୟକ ମାନେ ବି ଚାଷୀଙ୍କ ସହ ଛିଡା ହୋଇ ଦୁଃଖ ବାଣ୍ଟିଛନ୍ତି । କ୍ଷୟକ୍ଷତି ଭରଣା ପାଇଁ ତତ୍ପରତା ଦେଖାଇଛନ୍ତି ବିଜେପି ସରକାର । ଖୁବଶୀଘ୍ର ଅଦିନିଆ ବର୍ଷାକୁ ବିପର୍ଯ୍ୟୟ ତାଲିକା ଭୁକ୍ତ କରିବେ ସରକାର । ଅଦିନିଆ ବର୍ଷା ଏବଂ ଏହାଦ୍ଵାରା ହେଉଥିବା କ୍ଷୟକ୍ଷତିକୁ ପ୍ରାକୃତିକ ବିପର୍ଯ୍ୟୟ ପରିଧି ଭିତରକୁ ଆଣିବା ପାଇଁ ତର୍ଜମା କରାଯାଉଥିବା କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । କେବଳ ଏତିକି ନୁହେଁ, ଫସଲ କ୍ଷତି ପାଇଁ ଚାଷୀଙ୍କ ପଞ୍ଜୀକରଣ ତାରିଖକୁ ମଧ୍ୟ ଦୁଇ ଦିନ ବଢାଇଛନ୍ତି ରାଜ୍ୟ ସରକାର । ୧ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ କ୍ଷତିପୂରଣ ପାଇଁ ପଞ୍ଜୀକରଣ କରିପାରିବେ ଚାଷୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାସହ ଯେଉଁ ଚାଷୀ ମାନେ ବୀମା କରିନାହାନ୍ତି । ସେମାନଙ୍କୁ ସିଧା ସଳଖ ସହାୟତା ଯୋଗାଇ ଦେବେ ସରକାର । ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି, କୌଣସି ଚାଷୀ ଯେମିତି କ୍ଷତିପୂରଣ ପାଇବାରୁ ବାଦ ପଡ଼ିବେନି । ଏହାଛଡା ବୀମା କରୁଥିବା ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ବୀମା କମ୍ପାନୀ ଗୁଡ଼ିକ ସହ ସରକାର ସମ୍ପର୍କରେ ଅଛନ୍ତି । ସେହିପରି ଓଦା ହୋଇଥିବା ଧାନକୁ ଚାଷୀ ଶୁଖାଇ ବିକ୍ରି କଲା ବେଳେ ମଣ୍ଡିରେ FAQ ମାନକୁ କୋହଳ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା, ବାତ୍ୟା ମରୁଡି, ଭୂକମ୍ପ, ସୁନାମି, ଆଦି ଯାଉଛି ପ୍ରାକୃତିକ ବିପର୍ଯ୍ୟୟ ତାଲିକାରେ। ଏବେ ଅଦିନିଆ ବର୍ଷାକୁ ଏହି ପରିଧିକୁ ଆଣିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ଚଳିତ ବର୍ଷ ଚାଷୀ ପାଇଁ ସର୍ବନାଶ ସାଜିଲା ପୁଷ ମାସ । ଅମଳ ବେଳେ ଦାଉ ସାଧିଲା ଅଦିନିଆ ବର୍ଷା । କେମିତି କ୍ଷତି ଭରଣା ହେବ ତାକୁ ନେଇ ଚିନ୍ତାରେ ଚାଷୀ । ହେଲେ ସରକାରଙ୍କ ତୁରନ୍ତ ପଦକ୍ଷେପ ପାଇଁ କ୍ଷତିପୂରଣ ମିଳିବା ଆଶାରେ ଚାଷୀ ।

Raja Festival
Sponsored
the-bjp-government-will-do-what-the-previous-government-did-not-do | Argus News