ପୁଣି ପଦାରେ ପଡିଲା କଳା ପିଚୁର କଳା ସତ

Key Points
ପୁଣି ପଦାରେ ପଡିଲା କଳା ପିଚୁର କଳା ସତ
ଉପର କଳା ପିଚପିଚ ଭିତର ଫମ୍ପା
ରାସ୍ତାକଡରୁ କାହିଁକି ମଝିରୁବି ଉଠୁଛି ଫଡାଫଡା ପିଚୁ
ମୟୂରଭଞ୍ଜର ଉପାନ୍ତ ଅଞ୍ଚଳ ଚାଲୁଣିଆ ଠାରୁ ତିଳକା ଛକ ଭାୟା କୁଆବୁଡ଼ାକୁ ରାସ୍ତା। ଉପରେ ଚକାଚକ ଦେଖା ଯାଉଥିବା ଏହି ରାସ୍ତାର କଳା ସତ କିନ୍ତୁ ଅଲଗା। ନବନିର୍ମିତ ରାସ୍ତର ଯେଉଁଠି ହାତମାର ଉଠୁଛି ଫଡାଫଡା ପିଚୁ। ଏଇ ଦେଖୁ ନାହାନ୍ତି ହାତ ମାରିଲେ କେମିତି ଉଠୁଛି ପିଚୁ। ନଅ କୋଟି ଚଉରା ନବେ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଛି ଏହି ପିଚୁ ରାସ୍ତା । ମାତ୍ର କାମକୁ ଦେଖି ଜଣାପଡୁଛି ରାସ୍ତା କାମରେ ହୋଇଛି ବ୍ୟାପକ ଘୋଟାଲା। ଖାଲି ମାଟି ଉପରେ ପକାଯାଇଛି ପିଚୁର ଚାଦର। ଏହି ଆଳରେ ଦୁଇଦୁଇଥର ମରାମତି କରି ହୋଇଛି ରାଜସ୍ୱ ଅର୍ଥ ହରିଲୁଟ୍। ଠିକାଦାର ଓ ସରକାରୀ ଅଧିକାରୀଙ୍କ ମିଲି ଭକତରେ ବିନା ଫଳକରେ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।
ଦୁର୍ଗମରେ ଭଲ ରାସ୍ତା ପହଞ୍ଚାଇବା ପାଇଁ ଅର୍ଥ ମଞ୍ଜୁର କଲେ ସରକାର ମାତ୍ର ନିମ୍ନମାନର କାମ ପାଇଁ ରାସ୍ତାରୁ ଉଠୁଛି ଫଡାଫଡା ପିଚୁ। ଏବେଠୁ ଜଦି ଏହି ଅବସ୍ଥା ଆବକୁ ରାସ୍ତାର ଅବସ୍ଥା କଣ ହେବା ତାହା ଆପଣ ଅନୁମାନ କରି ପାରୁଥିବେ।