Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ହାତରୁ ଖସୁଛି ବ୍ଲକ

Rashmita Mishra
Browse all articles by Rashmita Mishra
·1 year ago·1 min read
ବିଜେଡି ହାତରୁ ଖସୁଛି ବ୍ଲକ

ଅର୍ଗସ ବ୍ୟୁରୋ: ବିଜେଡି ହାତରୁ ଖସୁଛି ବ୍ଲକ । ଦଳ ହରାଉଛି ଗୋଟିଏ ପରେ ଗୋଟିଏ ଆସନ । ଢେଙ୍କାନାଳରେ ସାଧାରଣ ନିର୍ବାଚନରେ ଜିଲ୍ଲାରେ ବିଜେଡି ମୂଳ ପୋଛ ହୋଇଥିବା ବେଳେ, ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ବ୍ଲକ୍ ଦଖଲ କରୁଛି ବିଜେପି । ଆଜି ଆସ୍ଥା ହରାଇଛନ୍ତି ବିଜେଡି ସମର୍ଥିତ ଢେଙ୍କନାଳ ସଦର ବ୍ଲକ ଚେୟାରମ୍ୟାନ ରାଜଶ୍ରୀ ନାୟକ । ଢ଼େଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କ ବିରୁଦ୍ଧରେ କିଛି ଦିନ ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଆଣିଥିଲେ କିଛି ସମିତି ସଭ୍ୟ ଓ ସରପଞ୍ଚ । ତହସିଲଦାରଙ୍କ ସଭାପତିତ୍ବରେ ଭୋଟିଂ ହୋଇଥିଲା । ମ୍ୟାଜିକ ନମ୍ବର ୪୨ ରହିଥିବା ବେଳେ, ବିଜେଡି ସମର୍ଥିତ ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କ ବିରୋଧରେ ୪୪ ଖଣ୍ଡ ଭୋଟ ପଡ଼ିଥିଲା ବେଳେ ସପକ୍ଷରେ ୧୭ଖଣ୍ଡ ଓ ଗୋଟିଏ ଭୋଟ ନାକଚ ହୋଇଯାଇଥିଲା । ଫଳରେ ଆସ୍ଥା ହରାଇଥିଲେ ବିଜେଡି ସମର୍ଥିତ ଅଧ୍ୟକ୍ଷା ରାଜଶ୍ରୀ ନାୟକ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The block is falling out of BJD hands | Argus News