Videos
|
Odisha

ନଦୀରୁ ଭାସମାନ ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ

Ritu Das
Browse all articles by Ritu Das
·1 year ago·1 min read
ନଦୀରୁ ଭାସମାନ ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ

ଅର୍ଗସ ବ୍ୟୁରୋ: ମହାନଦୀ ପାଣି ଭିତରୁ ଭାସମାନ ଅବସ୍ଥାରେ ଜଣେ ଯୁବକର ମୃତ ଦେହ ଉଦ୍ଧାର। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ବଡାଲି ଗ୍ରାମର ନିରଞ୍ଜନ ସାହୁ ବୋଳି ଜଣାପଡିଛି। ଗତ ଦୁଇ ଦିନ ତଳେ ଗତ 15 ତାରିଖରେ ବିନିକା ଥାନା ସେଲେଡି ଗ୍ରାମକୁ ନିରଞ୍ଜନ ଏକ କାମରେ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ପାଇ ନଥିବାରୁ ଆଜି ଉଲୁଣ୍ଡା ଥାନାରେ ଲିଖିତ ଜଣେଇଥିଲେ। ଆଜି ସନ୍ଧ୍ୟା ସମୟରେ ମହାନଦୀ ପାଣି ଭିତରେ ଭାସୁଥିବା ସ୍ଥାନୀୟ ଦେଖିବା ପରେ ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ।


ବିନିକା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପାଣି ଭିତରୁ ଭାସମାନ ଅବସ୍ଥାରେ ଉଦ୍ଧାର କରି ବିନିକା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଖାନାରେ ଡାକ୍ତର ଦେଖିବା ପରେ ମୃତ ଘୋଷଣା କରିଛନ୍ତି। ପୋଲିସ ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି। ବିନିକା ଡ଼ାକ୍ତରଖାନାରେ ମୃତ ଦେହକୁ ରଖାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The body of the youth was found floating in the river | Argus News