Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭୁବନେଶ୍ୱରରେ ପାର୍ଥିବ ଶରୀର, ସତ୍ୟନଗର ଶ୍ମଶାନରେ ଗାର୍ଡ ଅଫ୍ ଅନର୍ ସହ ହେବ ଶେଷକୃତ୍ୟ ସମ୍ପନ୍ନ

Odisha

ଭୁବନେଶ୍ୱରରେ ପାର୍ଥିବ ଶରୀର, ସତ୍ୟନଗର ଶ୍ମଶାନରେ ଗାର୍ଡ ଅଫ୍ ଅନର୍ ସହ ହେବ ଶେଷକୃତ୍ୟ ସମ୍ପନ୍ନ

Rashmita Mishra
Browse all articles by Rashmita Mishra
·1 year ago·2 min read
ଭୁବନେଶ୍ୱରରେ ପାର୍ଥିବ ଶରୀର, ସତ୍ୟନଗର ଶ୍ମଶାନରେ ଗାର୍ଡ ଅଫ୍ ଅନର୍ ସହ ହେବ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱରରେ ପହଞ୍ଚିଲା ଉତ୍ତମଙ୍କ ପାର୍ଥିବ ଶରୀର। ସେଠାରୁ ଭୁବନେଶ୍ବର ବାସଭବନ ନିଆଯିବ ମରଶରୀର । ଶେଷ ସମ୍ମାନ ଜଣାଇବାକୁ ବାସଭବନରେ ଶୁଭେଚ୍ଛୁ ଓ ପ୍ରଶଂସକଙ୍କ ଭିଡ । ସତ୍ୟନଗର ଶ୍ମଶାନରେ ଗାର୍ଡ ଅଫ୍ ଅନର୍ ସହ ହେବ ଶେଷକୃତ୍ୟ ସମ୍ପନ୍ନ । ଏଥିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବେନଶ୍ବର ଡିସିପି ଉପସ୍ଥିତ ରହିବେ ।


ଗତକାଲି ଗୁରୁଗାଁଓର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୬୬ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଉତ୍ତମ ମହାନ୍ତି । ଗତ କିଛି ଦିନ ହେବ ଲିଭର ଶିରୋସିସ ସାଙ୍ଗକୁ ନିମୋନିଆରେ ଥିଲେ ପୀଡିତ । ଉତ୍ତମ ମହାନ୍ତିଙ୍କ ବିୟୋଗରେ ସାରା ସିନେ ଜଗତରେ ଖେଳିଯାଇଛି ଶୋକର ଛାୟା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସିନେ ଦୁନିଆରୁ ନେଇ ରାଜନୀତି ଜଗତ। ବିଶିଷ୍ଟ ଅଭିନେତାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ। ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଉତ୍ତମ ମହାନ୍ତି ଥିଲେ ଓଡ଼ିଆ ସିନେ ଜଗତର ଧ୍ରୁବ ତାରା ସଦୃଶ । ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେ ଓଡ଼ିଆ ସିନେମା ଜଗତର ଥିଲେ ଅପ୍ରତିଦ୍ଵନ୍ଦ୍ବୀ ନାୟକ । ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ର ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଓଡ଼ିଶାର ବିଶିଷ୍ଟ ଅଭିନେତା ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ଚିର ସବୁଜ ନାୟକ ଉତ୍ତମ ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କେବଳ କଳାକାର ନୁହେଁ ବରଂ ମୋର ପରିବାରର ଜଣେ ସଦସ୍ୟ ପରି ଥିଲେ ।


ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ଉତ୍ତମ ମହାନ୍ତିଙ୍କର ପରଲୋକ ଖବର ଶୁଣି ଅନେକ ଓଡ଼ିଆ ଚଳଚ୍ଚିତ୍ରର ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, କଳାକାର, ଦର୍ଶକ ଓ ପ୍ରଶଂସକ ଦୁଃଖ ଓ ଶୋକ ପ୍ରକାଶ କରିଛନ୍ତି। ଲୋକପ୍ରିୟ ଅଭିନେତାଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ପ୍ରାର୍ଥନା କରିଛନ୍ତି। ସେହିପରି ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Sponsored
The body will be cremated in Bhubaneswar, with a guard of honour at Satyanagar crematorium. | Argus News