Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଫୁଟିଲା ବୋମା

Rashmita Mishra
Browse all articles by Rashmita Mishra
·1 year ago·1 min read
ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ଫୁଟିଲା ବୋମା

Key Points

ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼
ବାଙ୍କୀ ଥାନା ଗୋପାଳପୁର ଗାଁରେ ବିଳମ୍ବିତ ରାତିରେ ଫୁଟିଲା ବୋମା
ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
ଗୋଲଖ ଜେନାଙ୍କ ଘର୍ ଉପରକୁ ବୋମା ମାଡ଼
ତିନିଟି ଵୋମା ମାଡ କରିଛି ଦୁର୍ବୃତ୍ତ

ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । କଟକ ଜିଲ୍ଲା ବାଙ୍କୀ ଥାନା ସହଙ୍ଗା ଗୋପାଳପୁର ଗାଁରେ ବିଳମ୍ବିତ ରାତିରେ ଫୁଟିଲା ବୋମା । ଗାଁର ଗୋଲଖ ଜେନାଙ୍କ ଘର୍ ଉପରକୁ ବୋମା ମାଡ଼ କରି ଜଣେ ଦୁର୍ବୃତ୍ତ ଫେରାର ହୋଇଥିବା ଅଭିଯୋଗ ହୋଇଛି । ଲଗାତାର ତିନିଟି ଵୋମା ମାଡ କରିଛି ଦୁର୍ବୃତ୍ତ । ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ ସୁଦ୍ଧା ଘରର ଝରକା କବାଟ ଭାଙ୍ଗି ଯିବା ସହ ଝରକା କାଚ ଭାଙ୍ଗି ନଷ୍ଟ ହୋଇ ଯାଇଛି। ବାଙ୍କୀ ଆଇଆଇସି ଓ ସୁବର୍ଣ୍ଣପୁର ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the-bomb-exploded-over-past-enmity | Argus News