Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀ ଶ୍ୱେତଗଙ୍ଗାରେ ହେଲା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ

Rashmita Mishra
Browse all articles by Rashmita Mishra
·1 year ago·1 min read
ପୁରୀ ଶ୍ୱେତଗଙ୍ଗାରେ ହେଲା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ

ପୁରୀ ଶ୍ୱେତଗଙ୍ଗାରେ ହେଲା ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ। ପୁଅ ବାବୁସାନ୍ ମହାନ୍ତି, ବୋହୂ ତୃପ୍ତି ଓ ଅନ୍ୟ ସମ୍ପର୍କୀୟ ଉପସ୍ଥିତିରେ କର୍ମ ହୋଇଛି । ଗତ ଫେବୃଆରୀ ୨୭ରେ ହୋଇଥିଲା ଓଡ଼ିଆ ସୁପରଷ୍ଟାର୍ ଉତ୍ତମ ମହାନ୍ତିଙ୍କ ଦେହାନ୍ତ ପୁରୀରେ ଓଲିଉଡ୍ ଅଭିନେତା ବାବୁସାନ । ପୁରୀ ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀରେ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ ଲାଗି ପହଞ୍ଚିଛନ୍ତି ବାବୁସାନ । ଶ୍ରାଦ୍ଧ ପ୍ରଦାନ ସହ ଉତ୍ତମ ମହାନ୍ତିଙ୍କ ଅସ୍ଥିକୁ ବିସର୍ଜନ କରିବେ ପୁଅ ବାବୁସାନ । ବାବୁ ସାନଙ୍କ ସହ ତାଙ୍କ ସ୍ତ୍ରୀ ତୃପ୍ତି ମଧ୍ୟ ଉପସ୍ଥିତ ଅଛନ୍ତି ।

ସେହିପରି ଭୁବନେଶ୍ବରରେ ଉତ୍ତମଙ୍କ ସୋମବାର ଦିନ ଏକାଦଶାହରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଏଥିରେ ବହୁ କଳାକାର, ସିନେପ୍ରେମୀ ଯୋଗ ଦେଇ ଉତ୍ତମ ମହାନ୍ତିଙ୍କ ପରିବାରବର୍ଗଙ୍କୁ ସାନ୍ତ୍ବନା ଦେବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ସୂଚନା ଅନୁସାରେ ରବିବାର ଦିନ ନୟାପଲ୍ଲୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଥିବା ନିର୍ମଳଧୀର ତୁଠରେ ଦଶାହ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୁଅ ବାବୁସାନଙ୍କ ସମେତ ପରିବାର ସଦସ୍ୟ, ସମ୍ପର୍କୀୟମାନେ ସାମିଲ ହୋଇଥିଲେ ।

କହିରଖୁଛୁ ଯେ, ଗତ ଫେବୃଆରୀ ୨୭ ତାରିଖରେ ଗୁରୁଗାଓଁ ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସତ୍ୟନଗର ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅଭିନେତା ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ପଞ୍ଚଭୂତରେ ଲୀନ ହୋଇଥିଲେ ତାଙ୍କ ପାର୍ଥିବ ଶରୀର। ତାଙ୍କ ପୁଅ ତଥା ଅଭିନେତା ବାବୁଶାନ ମୁଖାଗ୍ନି ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The bones of Beccli Mohanty were immersed in the Shwetganga River in Puri. | Argus News