Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଡ଼ୋଶୀଙ୍କୁ ପନିକିରେ ହାଣିଲା ପଡ଼ୋଶୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ପଡ଼ୋଶୀଙ୍କୁ ପନିକିରେ ହାଣିଲା ପଡ଼ୋଶୀ

Key Points

ସୀମା ବିବାଦରୁ ଗଡିଲା ମୁଣ୍ଡ !
ରକ୍ତରଞ୍ଜିତ ହେଲା ଗାନ୍ଧୀପଲ୍ଲୀ କୁଷ୍ଠାଶ୍ରମ
ମହିଳାଙ୍କ ମୁଣ୍ଡ ନେଲା ନିଶାସକ୍ତ ଯୁବକ

ଶୁକ୍ରବାର ସମୟ ସକାଳ ପାଖାପାଖି ୧୧ଟା ୩୦ । ଗାନ୍ଧୀପଲ୍ଲୀ କୁଷ୍ଠାଶ୍ରମ ଅଞ୍ଚଳର ଦୁଇ ପଡିଶା ସନ୍ତୋଷ କୁମାର ସିହ୍ନା ଓ ପ୍ରିୟତମା ଦଳେଇଙ୍କ ମଧ୍ୟରେ ଘର ସୀମାକୁ ନେଇ ଲାଗିଲା କଳି। ଉଭୟଙ୍କ ଘର ମଝିରେ ଥିବା ଗଛଲତା ବାଡକୁ ରାଗରେ ଭାଙ୍ଗି ଦେଇଥିଲେ ସନ୍ତୋଷ। ଯାହାକୁ ବିରୋଧ କରିଥିଲେ ପ୍ରିୟତମା। ଏହା ପରେ ସନ୍ତୋଷଙ୍କ ମୁଣ୍ଡରେ ପିତ ଚଢିଗଲା । ଆଉ ଘରେ ଥିବା ପନିକିକୁ ଆଣି ପ୍ରିୟତମାଙ୍କ ମୁଣ୍ଡରେ ଚୋଟ ଉପରେ ଚୋଟ ପକେଇ ଚାଲିଲା। ବଞ୍ଚେଇବା ପାଇଁ ଯାଇଥିବା ସନ୍ତୋଷଙ୍କ ମାଆ ମଧ୍ୟ ପନିକି ଆକ୍ରମଣର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସେପଟେ ସିଆରଆରଆଇ ଥାନା ପୋଲିସ , ସ୍ପେଶାଲ ସ୍କ୍ବାର୍ଡ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି । ଫେରାର ଅଭିଯୁକ୍ତକୁ ବସ୍ତି ଲୋକଙ୍କ ସହାୟତାରେ ନଦୀ ପଠାରୁ ଧରିଛି ପୋଲିସ। ଅଭିଯୁକ୍ତ ସନ୍ତୋଷକୁ ଥାନାକୁ ଉଠାଇ ନେଇ ପଚରାଉଚରା କରାଯାଉଛି ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । କଟକରେ ଏବେ ଭୟମୁକ୍ତ ହୋଇ ଯାଇଛନ୍ତି ଅପରାଧୀ। ଅପରାଧ ଘଟାଇବାରେ ନିଶା ଦ୍ରବ୍ୟ ପାଲଟିଛି ଗୁରୁତ୍ବପୂର୍ଣ୍ଣ ଖୋରାକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The border dispute has caused a stir | Argus News