Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀ ବେଳାଭୂମିରେ ଦେଖିବାକୁ ମିଳୁଛି ଭାରତୀୟ ସେନାର ବୀରତ୍ୱ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପୁରୀ ବେଳାଭୂମିରେ ଦେଖିବାକୁ ମିଳୁଛି ଭାରତୀୟ ସେନାର ବୀରତ୍ୱ

ଅର୍ଗସ ବ୍ୟୁରୋ:  ସମୁଦ୍ର ଭିତରେ ଝଟକୁଥିବା ଯୁଦ୍ଧଜାହାଜ। ଆକାଶରେ ରଙ୍ଗୀନ ଆଲୋକମାଳାର ପ୍ରଦର୍ଶନ କରୁଥିବା ସେନା ହେଲିକପ୍ଟର। ବେଳାଭୂମିରେ ବୀର ବାଦ୍ୟର ତାଳେ ତାଳେ ଚିତ୍ତାକର୍ଷକ ପରେଡ୍ କରୁଥିବା ସୁସଜ୍ଜିତ ସୈନିକ। ଇଏ ତ ଟ୍ରେଲର ଡିସେମ୍ବର 4ରେ ଦେଖିବାକୁ ମିଳିବ ପୁରା ଚଳଚ୍ଚିତ୍ର। ପୁରୀରେ ନେଭି ଡେ ପାଳନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ୍ । ଆଉ ମାତ୍ର ଦୁଇ ଦିନ ପରେ ପୁରୀ ଉପକୂଳ, ବେଳାଭୂମି ସାଙ୍ଗକୁ ଆକାଶରେ ରଣକୌଶଳ ଦେଖାଇବେ ଭାରତୀୟ ସେନାର ବୀର ଯବାନ। ଏଥିପାଇଁ ଚାଲିଛି ଜୋରଦାର ଅଭ୍ୟାସ। ଆଜି ହୋଇଛି ଫୁଲ୍ ଡ୍ରେସ୍ ରିହର୍ସାଲ୍। ବ୍ଲୁ ଫ୍ଲାଗ୍ ବିଚରେ ଦେଖିବାକୁ ମିଳୁଛି ଅବିକଳ ରଣଭୂମିର ଚିତ୍ର । ଗର୍ଜୁଛି ଟ୍ୟାଙ୍କ ଓ ମାର୍କସ କମାଣ୍ଡୋଙ୍କ ବନ୍ଧୁକରୁ ଫୁଟୁଛି ଗୁଳି ।

ହେଲିକପ୍ଟରରେ ଫ୍ଲାଗ ଫରମେସନ ହେଉ ଗଭୀର ସମୁଦ୍ରରେ ଅବତରଣ କରି ରେସ୍କୁ ଅପରେସନର ଚୋମାଞ୍ଚକର ଦୃଶ୍ୟ।  ନୌସେନା ଯବାନଙ୍କ ସ୍ୱତନ୍ତ୍ର ବ୍ୟାଣ୍ଡ ଡ୍ରିଲ ସହ କଣ୍ଟିନ୍ୟୁଟି ଡ୍ରିଲ୍, ଆକାଶ ମାର୍ଗରୁ ପାରା ଜମ୍ପିଂ କରି ମାର୍କସ କମାଣ୍ଡୋ ବାହିନୀ ଓଲ୍ଲାଇବା ବେଶ୍ ଲୋମ ହର୍ଷକ । ସମୁଦ୍ର ଭିତରେ ଥିବା ଯୁଦ୍ଧ ଜାହାଜ ସହ ଆଖି ଝଲସାଇ ଦେଉଛି ଆକାଶ ମାର୍ଗରେ ଯୁଦ୍ଧ ବିମାନର ଯୁଦ୍ଧ କୌଶଳ। ଭିନ୍ନ ଭିନ୍ନ ୨୦ପ୍ରକାରର ଯୁଦ୍ଧ କୌଶଳ ଓ ପରାକ୍ରମ ପ୍ରଦର୍ଶନ କରୁଛନ୍ତି ଭାରତୀୟ ନୌବୀର।

ନୌସେନା ଦିବସ ସମାରୋହରେ ସାମିଲ ହେବେ ମହାମହିମ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ପୁରୀକୁ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଉଛି। ଯୁଦ୍ଧ କୌଶଳ ପ୍ରଦର୍ଶନୀ ଦେଖିବା ପାଇଁ ପ୍ରବଳ ଜନ ସମାଗମକୁ ନଜରରେ ରଖି ୨୦ଟି ଅତିରିକ୍ତ ସ୍ଥାନରେ ଗାଡ଼ି ପାର୍କିଂର ବ୍ୟବସ୍ଥା କରାଯାଇଛି । ସୁରକ୍ଷାରେ ୮୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ପୁରୀରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସମୀକ୍ଷା ବୈଠକ ହୋଇଥିବାବେଳେ ସମୀକ୍ଷା କରିଛନ୍ତି ଅତିରିକ୍ତ ପୋଲିସ ଡିଜି ସଂଜୀବ ପଣ୍ଡା। ଆଉ କେଇ ଘଣ୍ଟା ପରେ ଐତିହାସିକ କାର୍ଯ୍ୟକ୍ରମର ସାକ୍ଷୀ ପାଲଟିବ ଶ୍ରୀକ୍ଷେତ୍ର। ଏଥିପାଇଁ ପର୍ଯ୍ୟଟକ ଓ ପୁରୀବାସୀଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ରୋମାଞ୍ଚ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The bravery of the Indian Army is visible at Puri beach | Argus News