Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୪ ବର୍ଷ ହେଲା ଅର୍ଦ୍ଧ ନିର୍ମିତ ହୋଇପଡ଼ିଛି ବ୍ରିଜ

Odisha

୪ ବର୍ଷ ହେଲା ଅର୍ଦ୍ଧ ନିର୍ମିତ ହୋଇପଡ଼ିଛି ବ୍ରିଜ

Banajyotshna Ray
Browse all articles by Banajyotshna Ray
·1 year ago·1 min read
୪ ବର୍ଷ ହେଲା ଅର୍ଦ୍ଧ ନିର୍ମିତ ହୋଇପଡ଼ିଛି ବ୍ରିଜ

Key Points

ଵିଜୁ ସେତୁ ଯୋଜନା ଫେଲ
ଭୁଲ ଡିଜାଇନ ଯୋଗୁଁ ବନ୍ଦ ହୋଇଗଲା ସେତୁ ନିର୍ମାଣ

ବୁଡି ଅଞ୍ଚଳବାସୀଙ୍କ ଯାତାୟାତ ପାଇଁ ଆରମ୍ଭ ହୋଇଥିଲା ଗୋଲାଗଡ଼ ନଦୀସେତୁ ଯୋଜନା। ଇନ୍ଦ୍ରାବତୀର ଗୋଲାଗାଡ଼ ନଦୀ ଉପରେ ପୋଲ ନିର୍ମାଣ ପାଇଁ ୨୦୨୦ ମସିହାରେ ୫ କୋଟି ୬୪ ଲକ୍ଷ ଅଟକଳରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଭବାନୀପାଟଣା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା କାମ ଆରମ୍ଭ ହେଲା, ହେଲେ ଭୁଲ ଡିଜାଇନ ଯୋଗୁଁ କାମ ଆଧାରେ ଅଟକି ଗଲା । ୨୦୨୦ ମସିହାରୁ ୨୦୨୫ ମସିହା ମଧ୍ୟରେ କେବଳ ୩ଟି ଅର୍ଦ୍ଧନିର୍ମିତ ଖମ୍ବ ତିଆରି କରି ଛାଡ଼ି ଦେଲେ ନିର୍ମାଣ କାମ ହାତକୁ ନେଇଥିବା ସଂସ୍ଥା । କାମ ଅଧାରେ ପଡି ରହିଥିବା ବେଳେ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ, ଠିକାସଂସ୍ଥାଙ୍କର ଦେଖା ମିଳୁନାହିଁ।

ଗୋଲାଗଡ଼ ନଦୀସେତୁ ଯୋଜନାରେ ଇନ୍ଦ୍ରାବତୀ ନଦୀ ଉପରେ ବ୍ରିଜ ନଥିବାରୁ ଯାତାୟତରେ ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ। ୧୨ ମାସରୁ ୮ମାସ ଡଙ୍ଗା ଭରସାରେ ଯିବାଆସିବା କରୁଛନ୍ତି। ନିଜେ ଯିବା ଆସିବା କରିବା ସହ ଗାଡିମଟର ମଧ୍ୟ ଡଙ୍ଗା ଉପରେ ବୋହି ନେଇ ଯାଉଛନ୍ତି । ଏହି ଡଙ୍ଗା ଯାତ୍ରା ବେଳେ ବାରମ୍ବାର ଦୁର୍ଘଟଣା ହେଉଥିବା ସମ୍ନାକୁ ଆସୁଛି। ଯଦି ରିପୋର୍ଟ ଦେଖିବା ଇନ୍ଦ୍ରାବତୀ ଜଳ ଭଣ୍ଡାର ପାର ହେଉଥିବା ବେଳେ ୪୦୦ ରୁ ଉର୍ଦ୍ଧ୍ବ ଲୋକ ପାଣିରେ ବୁଡିକି ମଲେଣି ।

କଳାହାଣ୍ଡି, ରାୟାଗଡ଼ା ଓ ନବରଙ୍ଗପୁର ଜିଲ୍ଲା ସୀମା ମଧ୍ୟରେ ବିସ୍ଥାପନର ୩୦ ବର୍ଷ ପରେ ମଧ୍ୟ ବିକାଶର ରାହା ଖୋଜୁଛନ୍ତି ବୁଡ଼ି ଅଞ୍ଚଳବାସୀ । ବଣପାହାଡ଼ଘେରା ଜଙ୍ଗଲୀ ମୁଲକରେ ଆଜି ବି ମୌଳିକ ସୁବିଧା ସାତସପନ ସାଜିଥିବା ବେଳେ ଇନ୍ଦ୍ରାବତୀ ଜଳଭଣ୍ଡାରର ଅକାତକାତ ଜଳରାଶିରେ ମଟରଚାଳିତ ଦେଶୀଡଙ୍ଗାରେ ବିପଦସଂକୁଳ ଜଳଯାତ୍ରା ସାଜିଛି ଜୀବନ ଜୀବିକାର ଏକ ମାତ୍ର ମାଧ୍ୟମ। ଏହି ପୋଲ ନିର୍ମାଣ ହେଲେ ପୋଡ଼ାପଦର ସମେତ ଅନ୍ୟ ୧୬ଟି ଗାଁକୁ ଯାତାୟାତ ସୁଗମ ହୋଇପାରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
the-bridge-has-been-half-constructed-for-four-years | Argus News