ହସ୍ତାନ୍ତର ପୂର୍ବରୁ ଧୋଇଗଲା ପୋଲ

Key Points
ଦୁର୍ନୀତିରେ ଉବୁଡୁବୁ ବିରିକୋଟ ପଞ୍ଚାୟତ
ହସ୍ତାନ୍ତର ପୂର୍ବରୁ ଧୋଇଗଲା ପୋଲ
ଠିକାଦାର ମାଲାମାଲ, ଲୋକେ ହନ୍ତସନ୍ତ
ନିମ୍ନ ମାନର କାମ ଯୋଗୁଁ ଭାଙ୍ଗିଲା ସ୍କୁଲ ଛାତ
ଦୁର୍ଗମର ବିକାଶ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅତି କମ ଦିନ ମଧ୍ୟରେ ନଷ୍ଟ ହୋଇଯାଉଛି ସରକାରଙ୍କ ବିଭନ୍ନ ପ୍ରକଳ୍ପ । ଏ ଦୃଶ୍ୟ ହେଉଛି କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକ ବିରିକୋଟ ପଞ୍ଚାୟତର । ବଳଙ୍ଗି ଓ ତେନ୍ତୁଳି ପଦର ଗାଁ ମଝିରେ ଦେଇ ଯାଇଛି ଏକ ନାଳ । ଏହି ନାଳ ପାଇଁ ଉଭୟ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହେଇଥିଲା । ଲୋକ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲା । ତେଣୁ ଏକ ପୋଲ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ହେଲେ ଲୋକେ ପୋଲ ଉପରେ ଚାଲିବା ପୂର୍ବରୁ ପୋଲ ସବୁ ଧୋଇ ହୋଇଯାଇଛି । ହେଲେ ବିଭାଗୀୟ ଅଧିକାରୀଙ୍କ ଠିକାଦାର ପ୍ରୀତି ଯୋଗୁଁ ନିମ୍ନମାନର କାମ ହେଉଥିବା ସ୍ଥାନିୟ ଲୋକେ ଅଭିଯୋଗ କରିଛନ୍ତି ।
ସେପଟେ ବଲଙ୍ଗି ଗାଁରେ ଛାତ୍ରଛାତ୍ରୀଙ୍କ ପାଠ ପଢିବା ପାଇଁ ୧୯୯୬ ମସିହାରେ ଏକ ବିଦ୍ୟାଳୟ କୋଠା ନିର୍ମାଣ ହୋଇଥିଲା। ଯାହା ବିପଦ ସଂକୁଳ ଅବସ୍ଥାରେ ରହିଥିବା । ୧ ଲକ୍ଷ ୩୦ ହଜାର ଟଙ୍କାରେ ଟଙ୍କାରେ ଏକ ନୂତନ ସ୍କୁଲ ଗୃହ ନିର୍ମାଣ କରାଯାଇଥିଲା । ହେଲେ ଦୁର୍ଭାଗ୍ୟର ବିଷୟ ନିର୍ମାଣର କିଛି ଦିନ ପରେ ସ୍କୁଲରେ ପଡିଥିବା ଟିଣ ଉଡି ଯାଇଛି ।
ଛାତରେ ନିମ୍ନମାନର ଟଣ ଦିଆଯାଇଥିବା ବେଳେ ନିମ୍ନ ମାନର କାମ ହୋଇଥିଲା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଦୁର୍ନୀତିକୁ ଚପାଇ ଦେବା ପାଇଁ ସୂଚନା ଫଳକ କୁ ମଧ୍ୟ ଭାଙ୍ଗି ଦିଆଯାଇଛି । ଦୁର୍ଗମ ଅଞ୍ଚଳରେ ସରଳ ଆଦିବାସୀଙ୍କୁ ଠକିବାରେ ବ୍ୟସ୍ତ ସରକାରୀ ଅଧିକାରୀ ଓ ଠିକାଦାର । ଘଟଣାର ତଦନ୍ତ କରି ସଂପୃକ୍ତ ଅଧିକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: