Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଞ୍ଚ ବର୍ଷ ହେଲା ସରିଲାଣି ପୋଲ କାମ, ହେଲେ କୈାଣସି କାମରେ ଆସୁନି ପୋଲ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପାଞ୍ଚ ବର୍ଷ ହେଲା ସରିଲାଣି ପୋଲ କାମ, ହେଲେ କୈାଣସି କାମରେ ଆସୁନି ପୋଲ

Key Points

ପାଞ୍ଚ ବର୍ଷ ହେଲା ସରିଲାଣି ପୋଲ କାମ
କିନ୍ତୁ ଆଜି ଯାଏଁ କୈାଣସି କାମରେ ଆସୁନି ପୋଲ
ପାଣିରେ ପଡିଛି ୧୦ କୋଟି ୭୬ ଲକ୍ଷ ୫୫ ହଜାର ୨୪୭ ଟଙ୍କା
ବିଭାଗୀୟ କର୍ତ୍ତୁପକ୍ଷ ଓ ସ୍ଥାନୀୟ ପ୍ରଶାସନକୁ ଦାୟୀ କଲେ ସ୍ଥାନୀୟବାସିନ୍ଦା
ଖୁବଶୀଘ୍ର ସମାଧାନ ହେବ କହିଲେ ଜିଲ୍ଲାପାଳ


ପାଞ୍ଚ ବର୍ଷ ହେଲା ସରିଲାଣି ପୋଲ କାମ । ହେଲେ ଲୋକଙ୍କ କାମରେ ଆସୁନି ପୋଲ । ଫଳରେ ଯିବାଆସିବାରେ ଯେଉଁ ଅସୁବିଧା ଥିଲା ସ୍ଥିତି ଯଥା ପୂର୍ବଂ ତଥା ପରଂ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗରରେ। ଏ ହେଉଛି ଧାମନଗର ଦୋବଲ - ଷେଣ୍ଡପୁର ଗେଙ୍ଗୁଟି ନଦୀ ଉପରେ ଥିବା ପୁରୁଣା ପୋଲ । ଏହି ପୋଲକୁ ଲାଗି ୧୦ କୋଟି ୭୬ ଲକ୍ଷ ୫୫ ହଜାର ୨୪୭ ଟଙ୍କା ବ୍ୟୟ ଅଟକଳରେ ପୂର୍ତ୍ତ ବିଭାଗ ପକ୍ଷରୁ 2018 ମସିହାରେ ଆଉ ଏକ ନୂତନ ପୋଲ ଆରମ୍ଭ ହୋଇଥିଲା । 2୦୨୧ରୁ ମଧ୍ଏୟ ଏହି ନୂତନ ପୋଲର ନିର୍ମାଣ କାମ ସରିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଦୁଇ ପଟରେ ଥିବା ଆପ୍ରୋଚ ରୋଡ଼ ତିଆରି ହୋଇପାରିନାହିଁ । ଫଳରେ ଯିବାଆସିବାରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି ।

ତେବେ ତଥ୍ୟ ଅନୁଯାଇ, ଏହି ପୋଲ ଉପରେ ଧାମନଗରର 6 ପଂଚାୟତର ଲୋକେ ନିର୍ଭର କରିଥାନ୍ତି । ପୋଲର ଉଭୟ ପଟରେ ଥିବା ବେସରକାରୀ ଜମିକୁ ନେଇ ଥିବା ବିବାଦ ଜମିର ମାଲିକଙ୍କ ଆପସ ବୁଝାମଣାରେ ସମାଧାନ ହୋଇପାରୁନାହିଁ । ଫଳରେ ପୋଲଟି କାର୍ଯ୍ୟକ୍ଷମ ଥାଇ ମଧ୍ୟ ଆପ୍ରୋଚ ରୋଡ଼ ହୋଇ ପାରୁନଥିବା ଜଣାପଡିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ବିଭାଗ ବିଭାଗୀୟ କର୍ତ୍ତୁପକ୍ଷ ଓ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି। ସେପଟେ ନଦୀ ଉପରେ ଥିବା ପୁରୁଣା ପୋଲ ମଧ୍ୟ ଭଙ୍ଗି ଗଲାଣି କେତେବେଳେ ଯେ ଏହା ଭୁଶୁଡ଼ି ପଡିବ ତାହା କହିବା ମୁସ୍କିଲ । ସେପଟେ ଏନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାରୁ ଖୁବଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored