ଆଠବର୍ଷ ହେବ ଅଧପନ୍ତରିଆ ଭାବେ ପଡିରହିଛି ସେତୁ କାମ

Key Points
ବାଟବଣା ବିଜୁ ସେତୁ ଯୋଜନା
ଆଠବର୍ଷ ହେବ ଅଧପନ୍ତରିଆ ଭାବେ ପଡିରହିଛି ସେତୁ କାମ
ବର୍ଷା ଦିନେ ଯାତାୟତ ଠପ
ପୂର୍ବ ସରକାରଙ୍କ ମନମାନି ପାଇଁ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ୩ ବ୍ଳକବାସୀ
ଖରା ଦିନର ଚିତ୍ର ଓ ବର୍ଷା ଦିନର ଚିତ୍ର ।ଦୁଇଟି ଚିତ୍ର ଦେଖିଲେ ଆପଣମାନେ ଜାଣିପାରୁଥିବେ ଖରା ଦିନେ ଯାହା ବର୍ଷା ଦିନେ ମଧ୍ୟ ଯାତାୟତରେ ସେୟା । ଲୋକଙ୍କ ସୁବିଧା ପାଇଁ ପୂର୍ବ ସରକାର ବିଜୁ ସେତୁ ନାଁରେ ଯୋଜନା ଆରମ୍ଭ କରି ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ଥାନରେ ବିଜୁସେତୁ ନିର୍ମାଣ କରୁଥିଲେ। ଫଳରେ ଗ୍ରାମାଞ୍ଚଳରେ ଲୋକେ ସୁରଖୁରରେ ଯିବା ଆସିବା କରିପାରିବେ। କିନ୍ତୁ ଦୀର୍ଘ ଆଠବର୍ଷ ହେବ ଅଧପନ୍ତରିଆ ପଡ଼ିରହିଛି ବିଜୁସେତୁ ଫଳରେ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ମୁସାମାରି ଠାରୁ ସାନମଣିଦା ରାସ୍ତାରେ ଜମ୍ଭିରା ନଦୀ ଉପରେ ୨୦୧୮-୧୯ ମସିହାରେ ୯ କୋଟି ୭୪ଲକ୍ଷ୍ୟ ବ୍ୟୟ ବରାଦରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ବିଜୁସେତୁ ଯୋଜନାରେ ନିର୍ମାଣ ହେଉଥିବା ବିଜୁସେତୁର ଚିତ୍ର। ଯାହା ସାଜିଛି ଲୋକଙ୍କ ପାଇଁ କାଳ।
ରାସଗୋବିନ୍ଦପୁରରେ ବ୍ଲକ,ଡାକ୍ତରଖାନା, ଥାନା, ତହସିଲ,କଲେଜ, ବଜାର ଆଦି ଥିବାରୁ ଅଞ୍ଚଳବାସୀ ରାସଗୋବିନ୍ଦପୁର ଉପରେ ନିର୍ଭରଶିଳ, ଅଞ୍ଚଳବାସୀଙ୍କ ଯିବା ଆସିବାର ମୁଖ୍ୟରାସ୍ତା ଏହିପୋଲ ନଚେତ୍ ୧୭ କିଲୋମିଟର ବୁଲିକି ଯିବାକୁ ପଡ଼େ। ଏହି ପୋଲ ଉପରେ ରାସଗୋବିନ୍ଦପୁର, ମୋରଡ଼ା ଓ ପୋଡଶୀ ବାଲେଶ୍ଵର ଜିଲ୍ଲାର ବସ୍ତାବ୍ଲକ ପରି ତିନୋଟି ବ୍ଲକର ଲୋକଙ୍କ ଜୀବନ ଜୀବିକା ନିର୍ଭର କରେ।ବର୍ଷାଦିନେ ଯାତାୟାତ ଠପ୍ ଲୋକେ ଜୀବନକୁ ବାଜି ଲଗାଇ ଡଙ୍ଗା କିମ୍ବା ଡୁଙ୍ଗି ସହାୟତାରେ ନଦିପାର ହୁଅନ୍ତି। ଖରାଦିନେ ଏହି ଅସ୍ଥାୟୀ ପୋଲ ଲୋକଙ୍କ ସାହାଭରସା,ଅଞ୍ଚଳବାସୀ ନିଜ ଉଦ୍ୟମରେ ଖରା ଦିନେ ଅସ୍ଥାୟୀ ପୋଲ ନିର୍ମାଣ କରିଥାନ୍ତି।
ବର୍ଷା ଦିନେ ନଦୀ କଡ଼ରେ ଆଡ଼ିବନ୍ଧ ନ ଥିବାରୁ ନଦୀର ପାଣି ଲୋକଙ୍କ ଘରଭିତରେ ପ୍ରବେଶ କରେ।ପୂର୍ବସରକାରର ଉଦାସୀନତା, ପ୍ରଶାସନିକ ଅବହେଳା ଓ ଠିକାଦାରଙ୍କ ଭୁଲ୍ ଯୋଗୁଁ ଅଞ୍ଚଳବାସୀ ନର୍କ ଯନ୍ତ୍ରଣା ଭୋଗୁଛନ୍ତି। ପୂର୍ବ ସରକାରଙ୍କ ଉଦାସୀନତା ଓ ପୂର୍ବ ସରକାରଙ୍କ ଯୋଜନା ଲୋକଙ୍କ ପାଇଁ ସାଜିଛି କାଳ । ସରକାର ବଦଳିଛି ଲୋକେ ଲୋକଙ୍କ ସରକାର ମୋହନ ସରକାରକୁ ଆସ୍ଥା ପ୍ରକଟ କରିଛନ୍ତି ଏବଂ ଆଶା ଭରସା ରଖିଛନ୍ତି ଖୁବ୍ ଶୀଘ୍ର ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।