Videos
|
Odisha

24 ବର୍ଷ ଶାସନରେ ଅପାରଗତାରୁ ଅଧୁରା ରହିଗଲା ବ୍ରିଜ୍ କାମ

Rashmita Mishra
Browse all articles by Rashmita Mishra
·1 year ago·2 min read
24 ବର୍ଷ ଶାସନରେ ଅପାରଗତାରୁ ଅଧୁରା ରହିଗଲା ବ୍ରିଜ୍ କାମ

ଅର୍ଗସ ବ୍ୟୁରୋ: ହାତ ଚାଖଣ୍ଡେରେ ଚାହିଁ ରହିଛି ବିପଦ । ଟିକିଏ ବି ଅସାବଧାନତା, ଚାଲିଯାଇପାରେ ଜୀବନ ।. ଇଏ ଦେଖନ୍ତୁ, ନଈ ମଝିରେ ଛିଡା ହୋଇଛି କେଇ ଖଣ୍ଡ ବାଉଁଶ ଓ କାଠ । ଦେଖିଲେ ବି ଭୟ ଲାଗୁଛି ।.. ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ଶହ ଶହ ଲୋକଙ୍କ ନିତିଦିନିଆ ଚଲାପଥ । ଛାତିରେ ଭୟ ଥିଲେ ବି ଜୀବନକୁ ପାଣି ଛଡାଇ ଯାତାୟତ କରୁଛନ୍ତି ଗ୍ରାମବାସୀ । କାହିଁକି ନା ବିଜେଡି ସରକାର ଅମଳରେ ଅବହେଳାରୁ ଆଣ୍ଠେଇଛି ବ୍ରିଜ୍ କାମ । ଏଇ ଅସ୍ଥାୟୀ ପୋଲ ଏମାନଙ୍କର ଏକମାତ୍ର ସାହାରା । ଆପଣ ଦେଖୁଥିବା ଇଏ ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଏସ୍.କେରାଗାଁର । ବହୁ ଦାବି ପରେ ଯାତାୟତ ସୁବିଧା ଲାଗି ଏହି ବ୍ରିଜ୍ ନିର୍ମାଣ ଆରମ୍ଭ ହୋଇଥିଲା । କିନ୍ତୁ ଅଳ୍ପ କିଛି ଦୂରତା ରାସ୍ତାରେ ସଂଯୋଗ ପାଇଁ ବର୍ଷ ବର୍ଷ ଧରି ଏମିତି ଅଧୁରା ପଡି ରହିଛି ବ୍ରିଜ୍ । ସ୍ଥିତି ଯଥା ପୂର୍ବଂ ତଥା ପରଂ ।

ନିର୍ବାଚନ ପୂର୍ବରୁ ବ୍ରିଜ୍ କାମ ସାରିବାକୁ ପ୍ରତିଶ୍ରୁତି ଦେଇଥିଲେ ତତ୍କାଳୀନ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନ । କିନ୍ତୁ ପ୍ରତିଶ୍ରୁତି ଥିଲା ପାଣିର ଗାର । ଏଇ ବ୍ରିଜ୍ ଆରପାରିକୁ ରହିଛି କୋରାପୁଟ ଜିଲ୍ଲାର କୋଟପାଡ଼ ।... ସେଠାକୁ ପ୍ରତିଦିନ ମେଡିକାଲ ତଥା ବାଣିଜ୍ୟ ବ୍ୟବସାୟ ପାଇଁ ଭୟରେ ଏହି କାଠ ପୋଲ ଦେଇ ଯାତାୟତ କରିଥାନ୍ତି ଏଠାକାର ବାସିନ୍ଦା ।...... ସେପଟେ ଦୁର୍ଗମବାସୀଙ୍କୁ ତତ୍କାଳୀନ ବିଜେଡି ସରକାରଙ୍କ ପ୍ରତାରଣାକୁ ଦୃଢ଼ ନିନ୍ଦା ସହ ବିଜେପି ଶାସନ ସମୟରେ ନିଶ୍ଚୟ ବ୍ରିଜ କାମ ସମ୍ପୂର୍ଣ୍ଣ ହେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ବର୍ତ୍ତମାନର ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ।

 24 ବର୍ଷ ଶାସନ କାଳରେ କେବଳ ନାରାରେ ସୀମିତ ଥିଲା ବିଜେଡିର ସବୁ ଗାଁକୁ ପକ୍କା ରାସ୍ତା ପ୍ରତିଶ୍ରୁତି । ବିଧାନସଭାରେ ପଞ୍ଜାୟତିରାଜ ଓ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ତଥ୍ୟ ହିସାବରେ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ 2011 ଜନଗଣନା ଅନୁଯାୟୀ, 2017-18 ଆର୍ଥିକ ବର୍ଷରେ ପ୍ରସ୍ତୁତ ହୋଇଥିବା ଡିଷ୍ଟ୍ରିକ୍‌ଟ ରୁରାଲ୍ ରୋଡ୍ ପ୍ଲାନ୍ ଅନୁସାରେ, ରାଜ୍ୟରେ ମୋଟ 59 ହଜାର 971 ଗାଁ ରହିଛି । ସେଥିମଧ୍ୟରୁ 51 ହଜାର 671 ଗାଁକୁ ସବୁ ଦିନିଆ ରାସ୍ତା ସଂଯୋଗ କରାଯାଇଛି ।.... ଅର୍ଥାତ୍ ବାକି 8300 ଗାଁକୁ ନାହିଁ ସବୁ ଦିନିଆ ପକ୍କା ରାସ୍ତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: